ଛାତ୍ର ୩ ମାସ ହେଲା ନିଖୋଜ : ପୁଲିସ୍ ପାଉନି ଟେର୍ !

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରୁ ଜଣେ କଲେଜ ପଢୁଆ ଛାତ୍ର ୩ ମାସରୁ ଉର୍ଦ୍ଧ୍ବ ହେବ ନିଖୋଜ ହୋଇଛି।‌ ଏ ନେଇ ନିଖୋଜ ପୁଅର ପରିବାରବର୍ଗ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ବାପାମାଆଙ୍କ ମନରେ ଅନେକ ଆଶା ଓ ସ୍ବପ୍ନ ଥିଲା କି ପୁଅ ଉଚ୍ଚଶିକ୍ଷିତ ହେବ ଆଉ ପାଠପଢା ସରିଗଲେ ପୁଅ ଭଲ ଚାକିରୀ ଖଣ୍ଡେ କରି ବାପାମାଆ ଙ୍କର ଦୁଃଖ ଲାଘବ କରିବ। କିନ୍ତୁ ତାହା ଆଶା ଆଶାରେ ରହିଗଲା। ସୂଚନା ଅନୁଯାୟୀ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ମହାଲୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କନ୍ତାମିଲା ଗ୍ରାମରେ। ଗ୍ରାମର ଲଳିତ ମୋହନ ସାମଲଙ୍କ ପୁଅ ରାକେଶ ସାମଲ ହିନ୍ଦୋଳ ମହାବିଦ୍ୟାଳୟ ଖଜୁରିଆକଟା ଠାରେ ଯୁକ୍ତ ୩ ପ୍ରଥମ ବର୍ଷରେ ପାଠ ପଢ଼ୁଥିଲା। ସବୁଦିନ ଭଳି ୩ ମାସ ତଳେ ସକାଳ ସାଢ଼େ ୯ ଟା ସମୟରେ ସାଇକେଲ ଧରି କଲେଜ୍ ବାହାରି ଯାଇଥିଲା । ଏବଂ ବସ୍ ରହିବା ଷ୍ଟପେଜ୍ ପୂର୍ବରୁ ଜଣଙ୍କ ଘରେ ସାଇକେଲ୍ ରଖି କଲେଜ ଯିବାକୁ ଷ୍ଟାଣ୍ଡକୁ ଗଲା । ବଡ଼ ଦୁଃଖର ବିଷୟ କି ରାକେଶ ଆଉ ଘରକୁ ଫେରିଲା ନାହିଁ। ପୁଅର କଲେଜ୍ ଫେରିବା ବାଟକୁ ଚାହିଁ ବସିଥିଲେ ବାପାମାଆ। ହେଲେ ପୁଅ ଆଉ ଘରକୁ ଫେରି ନଥିଲା। ଯାହାଫଳରେ ପରିବାରବର୍ଗ ପରଦିନ ସକାଳୁ ବହୁତ୍ ଖୋଜାଖୋଜି କରିବା ପରେ ପୁଅକୁ ନପାଇ ବାଲିମୀ ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ବଡ଼ ଦୁଃଖ ଆଉ ପରିତାପର ବିଷୟ କି ବାଲିମୀ ପୁଲିସ୍ ଏପର୍ଯ୍ୟନ୍ତ ରାକେଶ ର ଟେର ପାଇନାହିଁ।

Leave A Reply

Your email address will not be published.

19 + seven =