ଅହଂସା ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କର୍ମଶାଳା ଉଦ୍‌ଯାପିତ !

ଢେଙ୍କାନାଳ: ଢେଙ୍କାନାଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଅହିଂସା’ ଏବଂ କେନ୍ଦ୍ର ସରକାରଙ୍କର ଭୂମି ବିଜ୍ଞାନ ମନ୍ତ୍ରଣାଳୟଭାରତ ସରକାରଙ୍କର ମିଳିତ ଆନୁକୂଲ୍ୟରେ ଜଳବାୟୁ ପରିବର୍ତନ ଦ୍ୱାରା ଜୀବନ-ଜୀବିକା ପ୍ରଭାବତି ସମ୍ପର୍କତ ଏକ ଦିବସୀୟକର୍ମଶାଳା ଅଦ୍ୟ ସ୍ଥାନୀୟ ଲେଖକ ସଂସଦ ଭବନ ଠାରେ ୧ଶହରୁ ଉର୍ଦ୍ଧ୍ୱ ଲୋକମାନେ ଅଂଶଗ୍ରହଣ କାରୀଙ୍କୁ ନେଇମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, କୃଷକସଂଗଠନ, କର୍ମକର୍ତା, ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥିଜିଲ୍ଲା ବିପର୍ଯ୍ୟୟ ପରିଚାଳନା ସମିତିର ସଙ୍ଗୀତା ଦାସ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ । ଅନ୍ୟବରେଣ୍ୟ ଅତିଥିବୃନ୍ଦ ଜିଲ୍ଲା ସ୍ୱେଚ୍ଛାସେବୀ ଆବାହକ ଅମ୍ବୁଜ କୁମାର ପୁହାଣ, ଜିଲ୍ଲା ଲୟର୍ ଫୋରମ୍‌ର ସଭାପତି ସୁବୋଧ ମହାନ୍ତି,ଗ୍ରାମପଂଚାୟତ ସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀର ସଂପାଦିକା ମମତା ରାଜ ଓ ପରାମର୍ଶଦାତା ସରୋଜ କୁମାର ନାୟକ ପ୍ରମୁଖକାର୍ଯ୍ୟକ୍ରମ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ । ଅହିଂସା ସଂପାଦକ ମାନଗୋବିନ୍ଦ ସେଠୀ, କାର୍ଯ୍ୟକ୍ରମ ସଂଯୋଜିକାରୁଚିର ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

four × three =