ଢେଙ୍କନାଳ : କାମାକ୍ଷନଗର ବ୍ଲକ୍ ସାରୁଆଳି ପଞ୍ଚାୟତ ମୋଟା ଗ୍ରାମର ଚନ୍ଦନ ରାଉତ (୩୦) ରାଜ୍ଯ ସ୍ତରୀୟ ପାରା ଦୌଡ଼ କୁଦ ପ୍ରତିଯୋଗିତା ରେ ସଫଳତା ପାଇବା ପରେ ଏବେ ଜାତୀୟ ସ୍ତରୀୟ ପାରା ଦୌଡ଼ କୁଦ ପ୍ରତିଯୋଗିତା ରେ ସ୍ଥାନ ପାଇଛନ୍ତି l ଗତ ୨୫ ଓ ୨୬ ଦୁଇ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ପାରା ଦୌଡ଼ କୁଦ ପ୍ରତିଯୋଗିତା ରେ ରେ ୫୩ କେଜି ପୁରୁଷ ବର୍ଗ ରେ ସଟଫୁଟ୍ ଥ୍ରୋ ରେ ୫.୦୨ ମିଟର ଫିଙ୍ଗି ଦିତୀୟ ସ୍ଥାନ ଅଧିକାର କରିଥିଲେ I ଜାନୁଆରୀ ୯ ତାରିଖ ରେ ଗୋଆ ରେ ହେବାକୁ ଥିବା ୨୨ ତମ ଜାତୀୟ ପାରା ଦୌଡ଼ କୁଦ ରେ ଅଂଶ ଗ୍ରହଣ କରିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି I ଚନ୍ଦନ ଙ୍କ ବାପା ଚାଷ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଛନ୍ତି I ଚାଷୀ ପରିବାର ଆର୍ଥିକ ସ୍ଥିତି ସୁଦୃଢ ନଥିବାରୁ ଚନ୍ଦନ ଦୁଇ ଦିନ ତଳେ ଜିଲ୍ଲା ପ୍ରଶାସନ ଙ୍କୁ ସହାୟତା ରାଶି ଯୋଗାଇଦେବା ପାଇଁ ନିବେଦନ କରିଥିଲେ I ଆସନ୍ତା କାଲି ଖେଳ ଆରମ୍ଭ ହେବାକୁ ଥିବା ବେଳେ ଚନ୍ଦନ ଆଜି ଗୋଆ ରେ ପହଞ୍ଚି ସାରିଛନ୍ତି l ଜାତୀୟ ସ୍ତରୀୟ ଖେଳରେ ଭଲ ପରିଦର୍ଶନ କରିବା ଚନ୍ଦନ ଲକ୍ଷ୍ୟ ରଖିଥିବା ବେଳେ ସରକାର ଙ୍କ ତରଫରୁ ଦଶ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରି ଥିବାରୁ ଜିଲ୍ଲା ପ୍ରଶାସନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ଯବାଦ୍ ଜଣାଇଛନ୍ତି ।