ଢେଙ୍କାନାଳ :ଜିଲ୍ଲାରେ ମାତଦାତାଙ୍କ ସଂଖ୍ୟା ୯୫୯୫୧୪ ରେ ପଂହଁଚିଛି l ସେଥିମଧ୍ୟରୁ ପୁରୁଷ ମତଦାତାଙ୍କ ସଂଖ୍ୟା ୪୯୫୬୫୬ଜଣ ଥିବାବେଳେ ମହିଳା ମାତଦାତାଙ୍କ ସଂଖ୍ୟା ୪୬୩୭୦୬ଜଣ ରହିଛନ୍ତି l ଜିଲ୍ଲାରେ ପ୍ରତି ୧୦୦୦ଜଣ ପୁରୁଷଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ୯୩୬ରହିଛି l ୧୮ ବର୍ଷ ରୁ ୧୯ ବର୍ଷ ବୟସ୍କ ମତଦାତାଙ୍କ ସଂଖ୍ୟା ୧୮୦୨୧ ରହିଥିବାବେଳେ ୮୦ ବର୍ଷ ଏବଂ ତାଠୁ ଅଧିକ ବୟସ୍କ ମତଦାତାଙ୍କ ସଂଖ୍ୟା ୨୩୮୪୨ ଜଣ ରହିଛି l ଏହାସହିତ ଜିଲ୍ଲାରେ ୭୨ ଜଣ ଟ୍ରାନ୍ସଜେଣ୍ଡର ମତଦାତା ରହିଛନ୍ତି l ଏହାସହିତ ସମସ୍ତ ୧୦୦ ପ୍ରତିଶତ ମତଦାତାଙ୍କ ଭୋଟର ତାଲିକାରେ ଫୋଟୋ ରହିଛି ବୋଲି ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ କହିଛନ୍ତି l ଏହାସହିତ ଭୋଟର ତାଲିକାକୁ ସ୍ୱଚ୍ଛ ଏବଂ ତୃଟିଶୂନ୍ୟ କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି l ଏହି ତାଲିକା ପ୍ରକାଶ କାର୍ଯ୍ୟକ୍ରମରେ ଜିଲ୍ଲାର ରାଜନୈତିକ ଦଳର ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ l ଏହାସହିତ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ରମେଶ ଚନ୍ଦ୍ର ସେଠୀ, ଉପଜିଲ୍ଲାପାଳ ସପନ କୁମାର ନନ୍ଦ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l