ଢେ଼ଙ୍କାନାଳ ରେ ଆଉ କିଛି ସମସ୍ୟା ଥିବା ସେ ଜାଣି ପାରୁନାହାଁନ୍ତି ଓ ଢେ଼ଙ୍କାନାଳ ବାସି ବହୁତ୍ ଭଲ ରେ ଅଛନ୍ତି ବୋଲି ମହାମହିମ ରାଜ୍ୟପାଳ ଙ୍କୁ ସମାଲୋଚନା କରି ଦେଇଥିବା ବକ୍ତବ୍ୟ କୁ ମୁଁ ଦୃଢ଼ ନିନ୍ଦା କରୁଅଛି ! ଏହି ନିମ୍ନୋକ୍ତ ସମସ୍ୟା ଗୁଡ଼ିକରେ ଆଜି ବି ଢେ଼ଙ୍କାନାଳ ବାସି ଜର୍ଜରିତ ! ଆଶା କରିବି ଏହି ସମସ୍ୟା ଗୁଡିକ ସମାଧାନ ପାଇଁ ଉଦ୍ୟମ କରିବେ !୧- ଗୋବିନ୍ଦ ପୁର ସୂତା କଳ କେବେ ଚାଲିବ ?ଆପଣ ନିଜେ ଯାଇ ସଭା କରି ପ୍ରତିଶ୍ରୁତି ଦେଇଥିଲେ ଭୋଟ ପାଇଲେ ମିଲ ଚାଲିବ ବୋଲି ।ସେ ପ୍ରତିଶ୍ରୁତି ଆପଣଙ୍କ ର ମନେ ଅଛିତ ?୨- ଢେ଼ଙ୍କାନାଳ ମ୍ୟାଙ୍ଗୋ ହବ୍ ଖତ ଖାଉଛି କାହିଁକି ?ତାର ପୁନରୁଦ୍ଧାର ପାଇଁ ଆପଣ କଣ ପଦକ୍ଷେପ ନେଇଛନ୍ତି ?୩- ପିଙ୍ଗୁଆ – ମଞ୍ଜୁରିପଡ଼ା ରାସ୍ତା କେବେ ହେବ ?ଆପଣ “ପାଇଲଟ ମୋଡ” ରେ କାମ ହେବ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ମନେ ଅଛି ତ?୪- ଢେ଼ଙ୍କାନାଳ ରେ ୯୦ ଭାଗ ଉଠାଜଳସେଚନ ପ୍ରକଳ୍ପ ଅଚଳ କାହିଁକି ? ୫- ଢେ଼ଙ୍କାନାଳ ମେଡିକାଲ ରେ ଡାକ୍ତର ଓ ସ୍ପେଶିଆଲିଷ୍ଟ କାହିଁକି ନାହାନ୍ତି ? ଗତ ୫ ବର୍ଷ ଭିତରେ ଆପଣ ପଦବୀ ପୂରଣ ପାଇଁ କଣ ଉଦ୍ୟମ କରିଛନ୍ତି ?ଅନୁଗୁଳ ମେଡିକାଲ ରେ ଏମ ଆର୍ ଆଇ ଓ ଅଲଟ୍ରାସାଉଣ୍ଡ ମେସିନ ଥିଲା ବେଳେ ଢେ଼ଙ୍କାନାଳ ମେଡିକାଲ ରେ କାହିଁକି ନାହିଁ ? ୬- କଣ୍ଟା ନାଳୀ ବାଇପାସ୍ ପାଖରେ ନିର୍ମିତ ଢେ଼ଙ୍କାନାଳ ର ଦ୍ଵିତୀୟ ଷ୍ଟାଡିୟମ କେବେ ହେବ କାର୍ଯ୍ୟକ୍ଷମ ?୮- ସାରା ଓଡ଼ିଶାରେ ” ମଡେଲ ବସ ଷ୍ଟାଣ୍ଡ ” ହେଉ ଥିଲା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିବା “ଢେ଼ଙ୍କାନାଳ ମହିସା ପାଟ ମଡେଲ ବସ ଷ୍ଟାଣ୍ଡ “କୁଆଡେ ଗଲା ?୯- ଗନ୍ଦିଆ ମେଡିକାଲ ରେ ପୋଷ୍ଟ ମର୍ଟମ ସେଣ୍ଟର୍ କେବେ କାର୍ଯ୍ୟକ୍ଷମ ହେବ ? ଦୁଇ ବର୍ଷ ହେଲା ଘର ତିଆରି ସରିଥିଲେ ବି ଏହା କାର୍ଯ୍ୟକ୍ଷମ କାହିଁକି ହେଉନାହିଁ ? ଏହା କଣ ଗନ୍ଦିଆ ବାସୀ ଙ୍କ ସମସ୍ୟା ନୁହେଁ କି ?୧୦- ଢେ଼ଙ୍କାନାଳ ରେ ଶୀତଳ ଭଣ୍ଡାର କେବେ ହେବ ? ୨୦୧୩ ମସିହାରେ ଆର୍ ଏମ ସି କୁ ସରକାର ଶୀତଳ ଭଣ୍ଡାର ପାଇଁ ଦେଇଥିବା ଟଙ୍କା କୁଆଡେ ଗଲା?୧୧- ଢେ଼ଙ୍କାନାଳ ର ପ୍ରସିଦ୍ଧ ତୀର୍ଥ ସ୍ଥଳୀ କପିଳାସ,ସପ୍ତଶଯ୍ୟା ଓ ତପୋବନ ର ବିକାଶ କାହିଁକି ହେଉ ନାହିଁ ? କପିଳାସ ରେ ରୋପ ୱେ କେବେ ହେବ ?୧୨- ଢେ଼ଙ୍କାନାଳ ନିର୍ବାଚନ ମଣ୍ଡଳୀ ର ଗନ୍ଦିଆ ଭାପୁର, ସଙ୍କରପୂର୍,ବେଲିଟିକିରି,ଯୋରନ୍ଦା,ପୀଂଗୁଆ ,କରମୂଳ, କେନ୍ଦୂପଡ଼ା,ଦେଓଗାଁ ମେଡିକାଲ ରେ ଡାକ୍ତର କାହିକି ନାହାନ୍ତି ?୧୩- ଢେ଼ଙ୍କାନାଳ ସଦର ଓ ଗନ୍ଦିଆ ବ୍ଲକ ରେ ପ୍ରତି ଘରକୁ ପିଇବା ପାଣି କେବେ ମିଳିବ ?୧୪- ଢେ଼ଙ୍କାନାଳ ରେ ବେଧଡକ ଖଣିଜ ଦ୍ରବ୍ୟ ଲୁଟ ପଛରେ କାହାର ହାତ ଅଛି କହିବେକି ?୧୫- ଢେ଼ଙ୍କାନାଳ ର ପୁରୁଣା ମେଡିକାଲ କେବେ ସୁପର ସ୍ପେଶିଆଲିଷ୍ଟ୍ ହସ୍ପିଟାଲ କେବେ ହେବ ?୧୬- ଢେ଼ଙ୍କାନାଳ ର ଗଜମରା ପାୱାର ପ୍ଲାଣ୍ଟ ଓ ନେଉଳପୋଇ ର ପାୱାର ପ୍ଲାଣ୍ଟ କୁଆଡେ ଗଲା ?୧୭- ଢେ଼ଙ୍କାନାଳ ର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷକ ର ଅଭାବ କାହିଁକି? ୧୮- ଯୋରନ୍ଦା ରେ ଲକ୍ଷ ଲକ୍ଷ ମହିମା ଧର୍ମାଲମ୍ବବି ସାଧୁ ( କୋଉପୁନି ଧାରୀ ) ସାଧୁ ଙ୍କ ୧୦୦ବର୍ଷ ର ଧୁନି ମନ୍ଦିର ଓ ବତି ମନ୍ଦିର କୁ ଭାଙ୍ଗି ଆଉଥରେ ତିଆରି କରିବା ପାଇଁ ପ୍ୟାକେଜ ଘୋଷଣା କୁ “ଗୋଇଠା ମାରି ବିଷ୍ଣୁ କରିବା” ସହ ସମାନ ନୁହେଁ କି ? ୧୯- ଢେ଼ଙ୍କାନାଳ ସ୍ଵଂୟ ଶାସିତ ମହାବିଦ୍ୟାଳୟ ର ଜମି “ମହା ବିଦ୍ୟାଳୟ ” ନାମରେ କାହିଁକି ରେକର୍ଡ ଭୁକ୍ତ ହୋଇ ପାରୁନାହିଁ ? ୨୦- ଢେ଼ଙ୍କାନାଳ ରେ ମେଗା ପାନୀୟ ଜଳ ପ୍ରକଳ୍ପ କେବେ ସ ରି ବ ?୨୧ – ଢେ଼ଙ୍କାନାଳ ର ବ୍ଲକ ଗୁଡ଼ିକ ଓ ମ୍ୟୁନିିପାଲିଟି ରେ ତୁମ ପ୍ରତିନିଧି ମାନେ ପ୍ରତି କାମରୁ କେତେ କମିଶନ ଆଦାୟ କରନ୍ତି ?୨୨- ଢେ଼ଙ୍କାନାଳ ରେ ଟାଟା ପାୱାର ଅଘୋଷିତ ବିଦ୍ୟୁତ୍ କାଟ କାହିଁକି କରୁଛି ?୨୩- ଢେ଼ଙ୍କାନାଳ ର ଗନ୍ଦିଆ ବ୍ଲକ ର କାଶିପୁର ଠାରୁ ପିଙ୍ଗୁଆ , କଷ୍ଟିପାଳ, ନିହଲ ପ୍ରସାଦ,ରାୟଗଡ଼ା ଓ ଚଡକମଡ଼ା ର ପାହାଡ ଗୁଡିକରୁ କଳା ପଥର ଚୋରି ରେ ଆପଣ ଙ୍କ ଭୂମିକା କଣ ?୨୪- ଢେ଼ଙ୍କାନାଳ ମ୍ୟୁନିସପାଲିଟି ରେ କୋଟି କୋଟି ଟଙ୍କାର ଦୁର୍ନୀତି ରେ ଆପଣ ଚୁପ୍ କାହିଁକି ?୨୫- ଢେ଼ଙ୍କାନାଳ ର ମହିଶା ପାଟ ରେ ଥିବା ସରକାରୀ ଜାଗା ଲୁଟ ପଛରେ ହାତ କାହାର ? ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀ ଙ୍କ ଦ୍ଵାରା ଶୁଭ ଦିଆଯାଇଥିବା “ସ୍କୁଟର ଫ୍ୟାକ୍ଟ୍ରି “ଜାଗାରେ କାହାର” ଆଲିସନ୍ ହୋଟେଲ” ତିଆରି ଚାଲିଛି ?୨୬- ଛଦେଶ ଅଞ୍ଚଳ ରେ ଏକ ଦମକଳ କେନ୍ଦ୍ର କରିବେ ବୋଲି ଆପଣ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ମନେ ଅଛି ତ ?୨୭- ଯୋରନ୍ଦା ଓ ଭାପୁର ଫାଣ୍ଡି କୁ ଥାନା ରେ ପରିଣତ କରିବା ପାଇଁ ପ୍ରସ୍ତାବ ସରକାର ମଞ୍ଜୁର କରିଥିଲେ ବି ନହୋଇ ପା ରି ବା ର କାରଣ କଣ ?୨୮- ଆପଣ ନୂଆ ଶିଳ୍ପ କରି ଢେ଼ଙ୍କାନାଳ ର ବେକାର ଯୁବକ ଓ ଯୁବତୀ ଙ୍କୁ ନିଯୁକ୍ତି ଦେବେ ବୋଲି ପ୍ରତିଶ୍ରୁତି ମନେ ଅଚ୍ଛିତ? ସାରା ଓଡ଼ିଶାରେ ନୂତନ ଶିଳ୍ପ ପ୍ରତିଷ୍ଠା ସରକାର କରୁଥିବା ବେଳେ ଆପଣ ଢେ଼ଙ୍କାନାଳ ନିର୍ବାଚନ ମଣ୍ଡଳୀ ରେ କେତେ ଶିଳ୍ପ ସ୍ଥାପନ କରିପାରିଛନ୍ତି? ୨୯- ଢେ଼ଙ୍କାନାଳ ଜିଲ୍ଲାରେ ୨୪ଟି ଘରୋଇ ମେଡିକାଲ ସରକାର ଙ୍କ “ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା” ରେ ବିନା ଡାକ୍ତର ରେ ଡାକ୍ତର ଖାନା ଚଲେଇ କେତେ କୋଟି ଟଙ୍କା ହଡ଼ପ କଲେଣି ଆପଣ ଜାଣି ନାହାନ୍ତି କି ? ୩୦- ରାଜ୍ୟ ର ଅନ୍ୟ ଜିଲ୍ଲା ଗୁଡ଼ିକରେ ଧାନ ମଣ୍ଡି ଆରମ୍ଭ ହୋଇଥିଲେ ବି ଏ ପର୍ଯ୍ୟନ୍ତ ଢେ଼ଙ୍କାନାଳ ରେ ମଣ୍ଡି ନ ଖୋଲିବାର କାରଣ କଣ? ଚାଷୀ ଙ୍କୁ ଧାନ ଅଖା କିଣା ବାବଦ କୁ ସରକାର ଦେଇଥିବା ୮ କୋଟି ୩୫ଲକ୍ଷ ଟଙ୍କା କୁ କିଏ ହଡ଼ପ କଲା ଆପଣ ଜାଣି ନାହାନ୍ତି କି ? ଢେ଼ଙ୍କାନାଳ ଜିଲ୍ଲା ର ସମବାୟ ସମିତି ମାନେ ସେମାନଙ୍କର କମିଶନ ଟଙ୍କା ନପାଇବା ର କାରଣ କଣ ?୩୧- ସରକାର ଙ୍କ ଦ୍ଵାରା ଘୋଷିତ ଚାଷୀ ମାନଙ୍କୁ “ଏକ ଲକ୍ଷ ଟଙ୍କା” ପର୍ଯ୍ୟନ୍ତ ବିନା ସୁଧରେ ଋଣ କାହିଁକି ଅନୁଗୁଳ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଦେଉନାହିଁ ତାହା ଜାଣି ନାହାନ୍ତି କି ? ଆପଣ ଙ୍କ ସମ୍ପର୍କୀୟ ମାନଙ୍କୁ ବ୍ୟାଙ୍କ୍ ରେ ନିର୍ଦ୍ଦେଶକ କରିଛନ୍ତି ସେମାନେ କଣ କରୁଛନ୍ତି ?୩୨- ସାରା ଓଡ଼ିଶାରେ “ମୋ ବସ” ଓ ଲକ୍ଷ୍ମୀ ବସ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଢେ଼ଙ୍କାନାଳ ରେ ଏହି ସେବା କେବେ ଯୋଗାଇ ଦିଆଯିବ ?୩୩- ଅନେକ ବର୍ଷ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ “ଯୋରନ୍ଦା ଗସ୍ତ” କୁ ମୁଁ ବ୍ୟକ୍ତିଗତ ଭାବେ ସ୍ଵାଗତ କରୁଛି । ଆଶା କରୁଛି ଗନ୍ଦିଆ ଅଞ୍ଚଳ ର ଏହି ଯେଉଁ ସମସ୍ୟା ଗୁଡିକ ଅଛି ତାହାକୁ ସମାଧାନ କରିବା ପାଇଁ ଆପଣ ଉଦ୍ୟମ କରିବେ !
ନବୀନ ନନ୍ଦ ପୂର୍ବତନ ବିଧାୟକ ଢ଼େଙ୍କାନାଳ