ଶିକ୍ଷକ ଅଭାବ ନେଇ ତାଲାପକାଇଲେ ଗ୍ରାମବାସୀ !

ଢେଙ୍କାନାଳ : ସଦର ନାଗିଆପସୀ ଗ୍ରାମରେ ଶିକ୍ଷକ ଅଭାବ ନେଇ ତାଲାପକାଇଲେ ଗ୍ରାମବାସୀ ନାଗିଆପସୀ ଗ୍ରାମରେ ଦେଖିବାକୁ ମିଳିଛି ଏପରି ଘଟଣା ଶୁଣୁନାହାନ୍ତି ସରକାର୭ ଟା କ୍ଲାସ କୁ ୭ ଟା ଟିଚର ବଦଳ ରେ ଅଛନ୍ତି ଚାରି ଜଣ ଶିକ୍ଷକ କିନ୍ତୁ ସେଥିମଧ୍ୟରୁ ଦୁଇଜଣ ଟିଚର ଓ ସିଆରସିସି ଓ ଆଉଜଣେ ଦିପୁଟିସନ ଆଉ ଗୋଟିଏ ସ୍କୁଲ କୁ କେମିତି ପଢ଼େଇବେ ଏ ନେଇ ଗ୍ରାମ ବାସୀଙ୍କ ବିରୋଧ, ଢେଙ୍କାନାଳ ସଦର ବ୍ଲକ ନାଗିଆପସୀ ଗ୍ରାମରେ ଏ ଭଳି ଘଟଣା ଘଟିଛି ବୋଲି ବାରମ୍ବାର ଅଭିଯୋଗ ହୋଇଆସୁଛି, ସେଥିପାଇଁ ଛାତ୍ର ଓ ଅଭିଭାବକ ମାନେ ମିଳିତ ହୋଇ ସ୍କୁଲ ଗେଟ ତାଲା ପକାଇଲେ, ସେମାନେ କହିଲେ କଣ ଆମ ଛୁଆ ଏଠି ଅଣ୍ଡା ଭାତ ଖାଇବାକୁ ଯିବେ, ଛ ଟା କ୍ଲାସ ପିଲା ଅ ଆ ବି ଜାଣିନାହାନ୍ତି, ବିଇଓ ଙ୍କୁ ଜଣେଇଲେବି ସେ କିଛି ଶୁଣୁନାହାନ୍ତି, ଅଭିଭାବକ ମାନେ ସ୍ଥିର କରିଛନ୍ତି ଯେ ଯେ ପର୍ଯ୍ୟନ୍ତ ଆଉ ତିନିଜଣ ଶିକ୍ଷକ ନ ଆସିବେ ସେପର୍ଯ୍ୟନ୍ତ ସ୍କୁଲ ଗେଟ ବନ୍ଦ ରହିବ,ଢେଙ୍କାନାଳ ସଦର ରୁ ତାପସଦାସ ଙ୍କ ରିପୋର୍ଟ

Leave A Reply

Your email address will not be published.

15 − eight =