ଢ଼େଙ୍କାନାଳ : ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ରାସୋଳ ଗ୍ରାମ ପଞ୍ଚାୟତ ନୂଆପାଟଣା ଗ୍ରାମରେ ଆଜକୁ ପ୍ରାୟ ୧୦୭ ବର୍ଷ ଧରି ଶରତ ରାସ ଉତ୍ସବ ଅନୁଷ୍ଠିତ ହୋଇ ଆସୁଛି । ଗ୍ରାମବାସୀଙ୍କ ସହଯୋଗରେ ଏହି ରାସ ଉତ୍ସବ କାର୍ତ୍ତିକ ମାସ ଦଶମୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୫ ଦିନ ଧରି ପାଳିତ ହୋଇଥାଏ। ସବୁଦିନ ସକାଳ ଓ ସନ୍ଧ୍ୟା ସମୟରେ ଷୋଳ ଉପଚାର ପୂଜା କରାଯାଇଥାଏ । ରାସ ଉତ୍ସବର ପ୍ରଥମ ରାତି ଅଧିବାସ ,ଦ୍ୱିତୀୟ ରାତି ଫୁଲ ତୋଳା , ତୃତୀୟ ରାତି ଦୋଳା ଲୀଳା , ଚତୁର୍ଥ ରାତି ବୀରବେଶ ଏବଂ ଶେଷ ରାତି ରାଇ ରାଜା ଆଦି କାର୍ଯ୍ୟକ୍ରମ ମାନ କରାଯାଇଥାଏ । ଏଥିରେ ଛୋଟ ଛୋଟ କୋମଳମତି ୯ ଜଣ ବାଳକ ଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ । ଏହି ଉତ୍ସବ ଦେଖିବାକୁ ବିଭିନ୍ନ ଅଂଚଳରୁ ହଜାର ହଜାର ଲୋକ ଛୁଟି ଆସନ୍ତି । ରାଧାକୃଷ୍ଣ ଓ ସଖି ମାନଙ୍କୁ ଗ୍ରାମ ପରିଭ୍ରମଣ କରିବା ସହ ଭକ୍ତ ମାନଙ୍କ ପାଇଁ ପ୍ରସାଦସେବନ ର ବ୍ୟବସ୍ଥା କରାଯାଇଥିଲା ଏବଂ ରାତିରେ ଭକ୍ତ ମାନଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।