ସମାଜସେବୀ ତଥା ଆନ୍‌ଜୀବୀ ପ୍ରୀତି ରଞ୍ଜନ ମହାପାତ୍ରଙ୍କ ଦ୍ୱାରାବଣସିଂହ ଓ ରାଧାଦେଇପୁର ଗ୍ରାମପଞ୍ଚାୟତରେ କମ୍ବଳ ଓ ଚାଦର ବଣ୍ଟନ !

ଢେଙ୍କାନାଳ : ସମାଜସେବୀ ତଥା ଆଇନ୍‌ଜୀବୀ ପ୍ରୀତି ରଞ୍ଜନ ମହାପାତ୍ରଙ୍କ ସହାୟତାରେ ବଣସିଂହ ଓ ରାଧାଦେଇପୁର ଗ୍ରାମପଂଚାତର ବିଧବା, ଅସହାୟ, ଗରିବ ଏବଂ ବିକଳାଙ୍ଗ ମାନଙ୍କୁ ପ୍ରାୟ ୫୦୦ ଜଣଙ୍କୁ କମ୍ବଳ ଓ ଚାଦର ବଣ୍ଟନ କରାଯାଇଛି । ବଣସିଂହ ସରପଂଚ ପ୍ରମିଳା ବେହେରା ଓ ରାଧାଦେଈପୁର ପଞ୍ଚୟତର ସରପଞ୍ଚ ଟୁନିସ୍ୱିନୀ ବାରିକ ଓ ଉପସ୍ଥିତି ଓ ଆଦର୍ଶ ୟୁଥ୍ କ୍ଲବ୍ର ସମସ୍ତ ସଭ୍ୟଙ୍କ ସାହାର୍ଯ୍ୟରେ ଶୀତବସ୍ତ୍ର ଓ ଚାଦର ସହିତ ଅନ୍ନ ପ୍ରସାଦ ବଂବଣ୍ଟ କରାଯାଇଥିଲା ।

ଏହା ଏକ ସମାଜସେବା କାର୍ଯ୍ୟକ୍ରମ, ଏହା ସମସ୍ତଙ୍କୁ ଏକ ବାର୍ତା ଯାହାକି ଗରିବ
ଲୋକଙ୍କୁ ସାହାଯ୍ୟ କରିବା ସମସ୍ତଙ୍କର କର୍ତବ୍ୟ ଏବଂ ଦାୟିତ୍ୱ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଣସିଂହ ପଂଚାୟତର ଜଳନ୍ଧର ବେହେରା, ପ୍ରତାପ ବେହେରା ଏବଂ ଅନ୍ୟାନ୍ୟ ସମାଜସେବୀଙ୍କରସହାୟତା ମଧ୍ୟ ରହିଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଧାଦେଈପୁର ପଂଚାୟତର ଅଭିଷେକ୍ ବାରିକ୍‌, ଭବାନୀ ଶଙ୍କରଦାସ, ସତ୍ୟ ପ୍ରକାଶ ବାରିକ, ଚିକୁ ବାରିକ୍ ଏବଂ ଅନ୍ୟାନ୍ଯ ସଦସ୍ୟଙ୍କର ସହାୟତା ରହିଥିଲା ।

Leave A Reply

Your email address will not be published.

five + 14 =