☘️ ଆଜିର ଶିଶୁ କାଲିର ନାଗରିକ ☘️ ୧୪ ନଭେମ୍ବର,ଶିଶୁ ଦିବସ ଉପଲକ୍ଷେ ! ଅନସାର୍ ଅଲୀ ଖାଁ,ସାମାଜିକ କାର୍ଯ୍ୟକର୍ତ୍ତା, ଢେଙ୍କାନାଳ

ସ୍ୱତନ୍ତ୍ର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ (ପ୍ରୟାଗ ରାଜ) ସହରରେ ଏକ କାଶ୍ମିରୀ ପଣ୍ଡିତ ପରିବାରରେ ୧୪ ନଭେମ୍ବର ୧୮୮୯ ରେ ଜନ୍ମଗ୍ରହଣ କରିଥିଲେ,ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ସେ ପଣ୍ଡିତ ନେହେରୁ ବା ଚାଚା ନେହେରୁ ନାମରେ ସୁପରିଚିତ।ଚାଚା ନେହେରୁ କେବଳ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିମ୍ବା ମହାନ୍ ସ୍ଵାଧୀନତା ସଂଗ୍ରାମୀ ନଥିଲେ ବରଂ ସେ ଅତ୍ୟନ୍ତ ଶିଶୁ ପ୍ରେମି ଓ ମାନବବାଦୀ ଥିଲେ। ଶିଶୁମାନଙ୍କୁ ସେ ପ୍ରାଣଭରି ଭଲ ପାଉଥିଲେ ତେଣୁ ତାଙ୍କରି ଜନ୍ମତିଥି ନଭେମ୍ବର ୧୪ ତାରିଖ “ଶିଶୁଦିବସ” ରୂପେ ପାଳନ କରାଯାଏ।ଶିଶୁମାନଙ୍କର ଏହା ଏକ ଆନନ୍ଦର ଦିନ।ଶିଶୁ ଦିବସ ପାଳନ କରିବାର ଅନ୍ୟ ଏକ ପ୍ରୟୋଜନ ହେଉଛି ପିଲାମାନେ ଦେଶର ଭବିଷ୍ୟତ, ଆଜିର ଶିଶୁ କାଲିର ନାଗରିକ,ଏହି ଶିଶୁ ବଡ଼ ହୋଇ କାଲି ମିଜାଇଲ୍ ମ୍ୟାନ୍ ଡଃ ଏ.ପି.ଜେ ଅବଦୁଲ କଲାମ୍, କଳ୍ପନା ଚାଓଲା, ଇନ୍ଦିରା ଗାନ୍ଧୀ, ସଚ୍ଚିନ ତେନ୍ଦୁଲକର,କିରନ୍ ବେଦି, କଳ୍ପନା ଦାଶ ସାଜି ଦେଶର ନାଁ ରଖିବେ,ତେଣୁ ତାଙ୍କର ଶିକ୍ଷାଦିକ୍ଷା, ଲାଳନପାଳନ, ପ୍ରଗତି ଓ ବିକାଶ ଆଦି ଉପରେ ବିଶେଷ ଧ୍ୟାନ ଦେବା ମଧ୍ୟ ଆବଶ୍ୟକ। କବି କୁହନ୍ତି :-

_ଆଗରେ ପଡ଼ିଛି ପଥ ବହୁଦୂର_
_ଆହୁରି କେତେ ଯେ ବାକି_
_ଚାଲିବି ଚାଲିବି ନ ପଡ଼ିବି ଥକି_
_ବୁଜିବା ଆଗରୁ ଆଖି ।_

ପିଲାମାନଙ୍କୁ କୌଣସି ସ୍ତରରେ ମଧ୍ୟ ଅବହେଳିତ କରିବା ଉଚିତ ନୁହେଁ,ଏହି ସମସ୍ତ ଉଦ୍ଦେଶ୍ୟର ପୂରଣ ପାଇଁ ଶିଶୁ ଦିବସ ପାଳନ କରାଯାଇଥାଏ।କହିବାକୁ ଗଲେ ଶିଶୁର ଶାରିରୀକ ଓ ମାନସିକ ବିକାଶ ହେଉଛି ରାଷ୍ଟ୍ରୀୟ ବିକାଶର ପ୍ରକୃତ ମାପକାଠି । ଆମ ଦେଶରେ ଶିଶୁ କଲ୍ୟାଣ ଓ ଶିଶୁ ବିକାଶ ପାଇଁ ବିଭିନ୍ନ ପ୍ରକାରର ଯୋଜନା ପାରିତ ହୋଇଛି ସତ କିନ୍ତୁ ସେ କେଉଁ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଅଛି ତାହାର ସତ୍ୟତା ଆମେ ସମସ୍ତେ ନିଜସ୍ଵ ନେତ୍ର ରେ ଦେଖିପାରୁଛେ । ଭାରତକୁ ସ୍ୱାଧୀନତା ୧୯୪୭ ମସିହାରେ ମିଳିଥିଲା ହେଲେ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଆମର ଅବସ୍ଥା ସୋଚ୍ଚନୀୟ । ନହେଲେ ଆଜି ଆମକୁ ଜାଗା ଜାଗାରେ ଶିଶୁ ଶ୍ରମିକ ମିଳୁନଥାନ୍ତେ, ଅନେକ ଶିଶୁ ଦାରିଦ୍ର୍ୟ ରୂପକ ଶ୍ମଶାନରେ ସମାଧି ନେଉନଥାନ୍ତେ, ଭୋକ ଉପାସରେ ଜୀବନ ହାରୁଥିବା ଶିଶୁ ମାନଙ୍କର ଖବର ଦୈନିକ ଖବରକାଗଜର ପୃଷ୍ଠାମଣ୍ଡନ ହେଉନଥାନ୍ତା, କୁନି-କୁନି ଝିଅ ମାନଙ୍କର ଗଣ ବଳାତ୍କାର ର ହୃଦୟ ବିଦାରକ ଘଟଣା ଶୁଣି ଆମ ମାନଙ୍କ ହୃଦୟ ଫାଟି ପଡ଼ୁନଥାନ୍ତା । ଆମ ଦେଶରେ ପ୍ରତିବର୍ଷ ଅନେକ ପିଲା ଖାଦ୍ୟଅଭାବରୁ ଭିନ୍ନ ରାସ୍ତାରେ ପାଦ ଦେଉଛନ୍ତି ।
ଲେଖିବାର ତାତ୍ପର୍ଯ୍ୟ ହେଲା ଶିଶୁ ସୁରକ୍ଷା ଓ ଶିଶୁ କଲ୍ୟାଣ କୁ ନେଇ ଯେଉଁ ସବୁ ଆଇନ୍ ପାରିତ ହୋଇଅଛି ସେ ସଠିକ କାର୍ଯ୍ୟକାରୀ ହେଉନାହିଁ,ଏଦିଗରେ ସରକାର ତଥା ବିଭିନ୍ନ ସାମାଜିକ ସଂଗଠନ ବିଫଳ ହୋଇଛନ୍ତି। ସୁତରାଂ ସରକାର ତଥା ବିଭିନ୍ନ ସାମାଜିକ ସଂଗଠନ ଏଦିଗରେ ଧ୍ୟାନ ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସମାଜର କଲ୍ୟାଣ ହୁଅନ୍ତା। ଶିଶୁ ଦିବସର ଏହି ପାବନ ଅବସରରେ ମୋର ଏତିକି ବିନତୀ।🙏

✒️ *ଅନସାର୍ ଅଲୀ ଖାଁ,*
*ସାମାଜିକ କାର୍ଯ୍ୟକର୍ତ୍ତା, ଢେଙ୍କାନାଳ।*
🌿🌿🌿🌿🌿🌿🌿🌿🌿

Leave A Reply

Your email address will not be published.

eleven + one =