ଢେଙ୍କାନାଳ : ପୂର୍ବତନ ମହିଳା ମୁଖ୍ୟମନ୍ତ୍ରୀ ତଥା ବହ୍ନି କନ୍ୟା ନନ୍ଦିନୀ ଶତପଥୀଙ୍କ ୧୭ତମ ଶ୍ରାଦ୍ଧ ଦିବସ ଆମ ପ୍ରତିଭା
ଆମ ସମ୍ମାନ ପକ୍ଷରୁ ସାଂସଦଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ପାଳନ କରାଯାଇଅଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପରାମର୍ଶ କ୍ରମେ ତାଙ୍କ ଅନୁପସ୍ଥିତିରେ ଅନୁଷ୍ଠାନର ସଭାପତି ପ୍ରିୟରଞ୍ଜନ ମାହୁଁନ୍ତଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସଭାପତିଙ୍କ ସହିତ ସଦସ୍ୟମାନେ ସ୍ୱର୍ଗତ ନନ୍ଦିନୀ ଦେବୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ଧୂପ ଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କର ସ୍ମୃତିଚାରଣ କରିଥିଲେ । ଢେଙ୍କାନାଳର ବିକାଶ କ୍ଷେତ୍ରରେ ଶ୍ରୀମତୀ ଶତପଥୀଙ୍କ ଅବଦାନକୁ ବକ୍ତାଗଣ ଶ୍ରଦ୍ଧାର ସହ ସ୍ମରଣ କରିଥିଲେ । ଏହି ସଭାରେ ଅନୁଷ୍ଠାନର କୋଷାଧ୍ୟକ୍ଷ ରୁଦ୍ରାନ୍ତ ଦଳେଇ, ସଦସ୍ୟ ପ୍ରତାପ ଦାସ, ତିଳୋତମା ଚୌଧୁରୀ, ଅନନ୍ଦିତା ମିଶ୍ର , ଅକ୍ଷୟ ସାହୁ, ଅଜୟ ସେଠ, ଦୁଷ୍ମନ୍ତ ମହାନ୍ତି, ଶେଖର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।