ଟିପିସିଓଡିଏଲ୍‌ର ମନମୁଖୀ କାର୍ଯ୍ୟ ବିରୋଧରେ ଢେଙ୍କାନାଳ ଓକିଲ ସଂଘ ଜରୁରୀ ବୈଠକ !

 ଜିଲ୍ଲାବାସୀଙ୍କୁ ସ୍ମାର୍ଟ ମିଟର ନ ଲଗାଇବାକୁ ଅନୁରୋଧ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ସଭାଗୃହରେ ରବିବାର ଦିନ ସଂଘ ସଭାପତି ଗୋପାଳ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଟିପିସିଓଡିଏଲ୍‌ ତରଫରୁ ଚାଲୁଥିବା ମନମୁଖୀ ଓ ଜନବିରୋଧୀ କାର୍ଯ୍ୟ — ଯଥା ଉପଭୋକ୍ତାଙ୍କୁ ବଳପୂର୍ବକ ସ୍ମାର୍ଟ ମିଟର ବସାଇବା, ପୁରୁଣା ମିଟରକୁ ଡିଫେକ୍ଟିଭ୍ ଦେଖାଇ ଜୋରିମାନା ଲାଗୁ କରିବା, ଓ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ କରି ଲୋକମାନଙ୍କୁ ହଇରାଣ କରିବା ବିଷୟରେ ଚର୍ଚ୍ଚା ହୋଇଥିଲା ।

ସଂଘ ପକ୍ଷରୁ ମତ ପ୍ରକାଶ ହେଲା ଯେ, ଟିପିସିଓଡିଏଲ୍ ଯଦି ଏପରି ଜନବିରୋଧୀ କାର୍ଯ୍ୟ ଜାରି ରଖିବ, ତେବେ ଢେଙ୍କାନାଳ ଓକିଲ ସଂଘ ତାହାର ତୀବ୍ର ବିରୋଧ କରିବ । ଜିଲ୍ଲାର କୌଣସି ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଯଦି ହଇରାଣ କରାଯାଏ, ସଂଘ ତାହାକୁ ସହିବ ନାହିଁ ବୋଲି ଚେତାବନୀ ଦିଆଯାଇଛି ।

ସଂଘ ତରଫରୁ ନିଷ୍ପତି ହୋଇଛି ଯେ, ଟିପିସିଓଡିଏଲ୍‌ର ସମସ୍ତ ଉଚ୍ଚ କର୍ତୃପକ୍ଷଙ୍କୁ ଢେଙ୍କାନାଳକୁ ଡାକି ଏହି ପ୍ରସଙ୍ଗରେ ଆଲୋଚନା କରାଯିବ । ସେ ପର୍ଯ୍ୟନ୍ତ ଜିଲ୍ଲାବାସୀଙ୍କୁ ନିଜ ଘରେ ସ୍ମାର୍ଟ ମିଟର ନ ଲଗାଇବା ପାଇଁ ଅନୁରୋଧ କରାଯାଇଛି ।

ସଂଘ ପକ୍ଷରୁ ଟିପିସିଓଡିଏଲ୍‌କୁ ଚେତାବନୀ ଦିଆଯାଇଛି ଯେ, ସେମାନେ ପ୍ରଥମେ ନିଜ ସର୍ଭିସ୍ ଓ ଇନ୍‌ଫ୍ରାଷ୍ଟ୍ରକ୍ଚରକୁ ‘ସ୍ମାର୍ଟ’ କରିପରେ ଉପଭୋକ୍ତାଙ୍କୁ ଏପରି ଜୋରଜୁଲମ କାର୍ଯ୍ୟ କରନ୍ତୁ ।

ଏହି ବୈଠକରେ ସଂଘର ଉପସଭାପତି ଟଙ୍କଧର ବେହେରା, ସଂପାଦକ ତାପସ କୁମାର କବିଶତପଥୀ, ସହ ସଂପାଦକ ଉତମ ଦାସ, କାର୍ଯ୍ୟକାରୀ ସଦସ୍ୟ ପ୍ରେମାନନ୍ଦ ବିହାରୀ ସହିତ ଶତାଧିକ ବରିଷ୍ଠ ଆଇନଜୀବୀ ଉପସ୍ଥିତ ଥିଲେ ।

ବୈଠକ ଶେଷରେ ସଂଘ ପକ୍ଷରୁ ଜଣାଯାଇଛି ଯେ, ଓକିଲ ସଂଘ ସଦା ସର୍ବଦା ଜିଲ୍ଲାବାସୀଙ୍କ ସ୍ୱାର୍ଥରେ ଲଢି ଆସିଛି ଏବଂ ଆଗାମୀ ଦିନରେ ମଧ୍ୟ ଜନସ୍ୱାର୍ଥ ରକ୍ଷା ପାଇଁ ସଦା ସତର୍କ ରହିବ ।

Leave A Reply

Your email address will not be published.

11 + twenty =