ଢେଙ୍କାନାଳ: ଆଜକୁ ପ୍ରାୟ ୧୯ ବର୍ଷ ତଳେ ୨୦୦୭ ଜାନୁଆରୀ ୩୧ ତାରିଖ ମାଝ ଚତୁଃଦର୍ଶୀର ବ୍ରାହ୍ମ ମୁହୂର୍ତରେସେ ସମୟର ୫ଲକ୍ଷ ଟଙ୍କା ବ୍ୟୟରେ ବଳ୍କଳଧାରୀ ମହିମା ସମାଜ ଆନୁକୂଲ୍ୟରେ କଂସା ଓ ପିତଳ ମିଶ୍ରିତ ୧୨କ୍ୱିଂଟାଲ୍ ଓଜନବିଶିଷ୍ଟ ଏକ ବୃହଦାକାର ଘଂଟି ଶୂନ୍ୟ ମନ୍ଦିରର ପୂର୍ବ ଦିଗ ଐଶାନ୍ୟ କୋଣରେ ଲଗାଯାଇଥିଲା । ତେବେ ସେହି ଘଂଟିରୁଆବଶ୍ୟକ ନାଦ ଉତ୍ପନ୍ନ ନହେବାରୁ ତାହା ଏଯାବତ୍ ସଂସ୍ଥାପିତ ହେବା ଦିନ ଠାରୁ ଅଚଳ ଓ ଅବ୍ୟବହୃତ ହୋଇ ପଡିରହିଛି ।ଏହି ଘଂଟିକୁ ସ୍ଥାପନା କରିବା ପାଇଁ ସ୍ୱତନ୍ତ୍ର ଲୌହ ଫ୍ରେମ୍ର ବ୍ୟବସ୍ଥା କରାଯାଇ କ୍ରେନ୍ ମାଧ୍ୟମରେ ଘଂଟିକୁ ଲଗାଯାଇଥିଲା ।ରାଜ୍ୟର ନାମକରା ଧାତୁ ବିଜ୍ଞାନୀଙ୍କ ସହଯୋଗରେ ଏହି ଘଂଟିରୁ ନାଦ ଉତ୍ପନ୍ନ କରାଯିବା ଦିଗରେ ରାଜ୍ୟ ସରକାର ତୁରନ୍ତପଦକ୍ଷେପ ନେବାକୁ ଢେଙ୍କାନାଳ ଜିଲ୍ଲା ସକ୍ରିୟ ନାଗରିକ ପରିଷଦ ପକ୍ଷରୁ ସଭାପତି ପ୍ରଦ୍ୟୁମ୍ନ ରଥ, ସଂପାଦକ ଅଶୋକ କୁମାରନନ୍ଦ, ସଭ୍ୟ ଜୟକୃଷ୍ଣ ଜେନା, ବିଜୟ କୁମାର ସାହୁ, ଆବାହକ କୃଷ୍ଣଚନ୍ଦ୍ର ଦ୍ୱିବେଦୀ, କ୍ଷେତ୍ରବାସୀ ସାହୁ ଓ ସୁଶିଲ୍ ରାଉତ ପ୍ରମୁଖଅନୁରୋଧ କରିଛନ୍ତି । ପ୍ରକାଶଥାଉକି, ମହିମାଗାଦି ଯୋରନ୍ଦାର ପ୍ରସିଦ୍ଧ ମାଘମେଳା ହେବାକୁ ଆଉ ସାଢେ ତିନିମାସ ବାକିରହିଲା । ମାଘମେଳା ପୂର୍ବରୁ ଏହି ଘଂଟିକୁ କାର୍ଯ୍ୟକ୍ଷମ କରାଯିବା ନିତ୍ୟାନ୍ତ ଜରୁରୀ ବୋଲି ପରିଷଦର ସଭାପତି ଶ୍ରୀ ରଥମତପ୍ରକାଶ କରିଛନ୍ତି ।