ଢେଙ୍କାନାଳ : ଢେଙ୍କାନାଳ ଫୁଡ୍ ଲଭର୍ସ ଅନୁଷ୍ଠାନ ପକ୍ଷରୁ ପ୍ରଥମ କରି ରୋଷେଇ ପ୍ରତିଯୋଗିତା ଫୁଡ୍ ଫେଷ୍ଟା-୨୦୨୫ ଶୁକ୍ରବାର ଗୋପବନ୍ଧୁ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଦୁଇଟି ବର୍ଗରେ ଅନୁଷ୍ଠିତ ହୋଇଥିଲା । ପିଠା ଏବଂ ନିରାମିଷ ତରକାରୀ ପ୍ରସ୍ତୁତିକୁ ନେଇ ଅନୁଷ୍ଠିତ ଏହିପ୍ରତିଯୋଗିତାରେ ଉଭୟ ବର୍ଗରେ ୧୪ଜଣ ଲେଖାଏଁ କରି ୨୮ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ପିଠା ପ୍ରତିଯୋଗିତା ରେ ବବିତା ଦାସ ଚାମ୍ପିୟନ ହୋଇଥିବା ବେଳେ ସବିତା ସାହୁ ପ୍ରଥମ ରନର୍ସଅପ୍ ଓ ପ୍ରିୟଦର୍ଶିନୀ ପତି ଦ୍ୱିତୀୟ ରନର୍ସଅପ୍ ହୋଇ ପୁରସ୍କୃତ ହୋଇଥିଲେ । ସେହିପରି ନିରାମିଷ ତରକାରୀପ୍ରତିଯୋଗିତାରେ ଜୟଶ୍ରୀ ଅଗ୍ରୱାଲ ଚାମ୍ପିୟନ ହୋଇଥିବା ବେଳେ ଅଞ୍ଜଳିବାଳା ସାହୁ ପ୍ରଥମ ରନର୍ସଅପ୍ ଓଆୟୁଷୀ ପ୍ରିୟଦର୍ଶିନୀ ଦ୍ୱିତୀୟ ରନର୍ସଅପ୍ ହୋଇଥିଲେ । ସାନ୍ତ୍ୱନା ମୂଳକ ଜୁରୀ ପୁରସ୍କାର ବରିଷ୍ଠ ପ୍ରତିଯୋଗୀଭଗବତୀ ସାହୁଙ୍କୁ ପ୍ରଦାନ କରାଯାଇଥିଲା । ବିଚାରକ ଭାବେ ସୌମ୍ୟ ରଞ୍ଜନ ମିଶ୍ର, ବୀର କିଶୋର ଦାସ, ରାଜଶ୍ରୀ ଶତପଥୀ, ସ୍ନେହାଞ୍ଜଳି ସାହୁ, ଏସ୍କେ କାଫିଲ ପ୍ରମୁଖ ଯୋଗ ଦେଇଥିଲେ । ପ୍ରତିଯୋଗିତାର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନ ବ୍ଲକ ବିଡିଓ ଆୟୁଷୀ ମହାପାତ୍ର ଯୋଗଦେଇଏଭଳି ପ୍ରତିଯୋଗିତା ଢେଙ୍କାନାଳ ଜିଲାର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତିକୁ ଅଧିକ ଭାବରେ ପ୍ରୋତ୍ସାହିତ କରିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତ୍ରୀ ରାଲି ନନ୍ଦ ଯୋଗଦେଇ ଏହି ପ୍ରତିଯୋଗିତା ବିଶେଷକରି ମହିଳା ମାନଙ୍କୁ ରୋଷେଇ ଓ ଖାଦ୍ୟ ପ୍ରସ୍ତୁତି କ୍ଷେତ୍ରରେ ଅଧିକ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ରୋଟାରୀ କ୍ଲବ ସଭାପତି ସାଗରିକା ମିଶ୍ର, ବ୍ରଜନାଥବଡଜେନା ସ୍ମୃତି ପରିଷଦ ସମ୍ପାଦକ ଆଇନଜୀବୀ ଦେବାଶିଷ ମିଶ୍ର, ଓଡିଶା ୟୁନିୟନ ଅଫ୍ ଜର୍ନାଲିଷ୍ଟ ଢେଙ୍କାନାଳ ଶାଖାର ସଭାପତି ରତନ ନାୟାର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଢେଙ୍କାନାଳର ବହୁ ପୁରାତନ ପ୍ରମୁଖ ହୋଟେଲ ତଥା ଜିଲାରେ ହୋଟେଲ ଶିଳ୍ପକୁ ନୂତନ ଦିଗଦର୍ଶନ ଦେଖାଇଥିବା ବିଶିଷ୍ଟ ବ୍ୟବସାୟୀ ଜ୍ଞାନେନ୍ଦ୍ର ବେହେରାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପିଠା ଓ ତରକାରୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ଉପହାର ପ୍ରଦାନ କରାଯାଇଥିଲା । ସେହିପରି ପ୍ରାୟୋଜକ ଭାବେ ହିଣ୍ଡୋଚାଏ-୧ର ସନ୍ଦିପ ହିଣ୍ଡୋଚା, ଗଣେଶ ଜୁଏଲର୍ସଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ମୀକାନ୍ତ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅରବିନ୍ଦ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଆଶିଷ ଶତପଥୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପୂର୍ବାହ୍ନ ସାଢେ ୧୦ଟାରେ ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ମହିଳା ସମାଜସେବୀ ତିଳୋତମା ଚୌଧୁରୀ, ସ୍ମିତାରାଣୀ ସାମଲ, ଜୁବୁଲି ଟାଉନ-୧ ପୂଜା ପ୍ରତିଷ୍ଠାନ ସମ୍ପାଦକ ବିନୋଦ ମହାନ୍ତି, ସମାଜସେବୀ ଗଙ୍ଗାଧର ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦଘାଟନକରିଥିଲେ । ଅଥୟ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସର୍ବେଶ୍ୱର ବ୍ରହ୍ମ, ବାବୁଲି ଦାସ,ନୃସିଂହ ବେହେରା, ଶ୍ରୀନିବାସ ଦାସ, ସୌରଭ ବିଶ୍ୱାଳ, ଦୁଷ୍ମନ୍ତ ବରାଳ, ମାନସ ସାହୁ ପ୍ରମୁଖ କାର୍ଯ୍ୟକ୍ରମପରିଚାଳନାରେ ସହଯୋଗ କରିଥିଲେ