ଅହମଦିୟା ଜାମେ ମସଜିଦ ଠାରେ ହଜରତ ମୁହମ୍ମଦଙ୍କ ସ୍ମୃତିରେ ଧର୍ମସଭା ଅନୁଷ୍ଠିତ !

ଢେଙ୍କାନାଳ : ସନ୍ଧ୍ୟାରେ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ଅହମଦିୟା ମୁସଲିମ ଜାମେ ମସଜିଦ ପ୍ରାଙ୍ଗଣରେ ଏକ ଗମ୍ଭୀର ଓ ଆଧ୍ୟାତ୍ମିକ ମାହୋଲରେ ଧର୍ମ ସଭା ଅନୁଷ୍ଠିତ ହୋଇଲା। ସମାରୋହଟି ସମୁଦାୟର ସଭାପତି ସୁଲେମାନ ଅଲୀ ଖାଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।ପ୍ରଥମେ ପବିତ୍ର କୁରାନର ତିଲାୱତରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ, ପରେ ନାଆତ୍, ନଜମ ଏବଂ କବିତା ପାଠ ଦ୍ୱାରା ହଜରତ ମୁହମ୍ମଦଙ୍କ ପ୍ରତି ଅପାର ଭକ୍ତିଭାବ ପ୍ରକାଶ ପାଇଲା।ମୁଖ୍ୟ ବକ୍ତା ମୌଲବୀ ମୁଜାଫର ଖାଁ ଓ ମୌଲବୀ ଜଲାଲ ଉଦ୍ଦିନ ଖାଁ, ପୈଗମ୍ବରଙ୍କ ଜୀବନୀରେ ଆଲୋକ ପାତ କରି, ତାଙ୍କର ତ୍ୟାଗ, ଧୈର୍ଯ୍ୟ, କରୁଣା ଏବଂ ସମାନତାର ଉଦାହରଣଗୁଡ଼ିକୁ ସଭାସଦଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ସେମାନେ କହିଥିଲେ, ହଜରତ ମୁହମ୍ମଦଙ୍କ ଜୀବନ ମାନବଜାତି ପାଇଁ ଏକ ସଦାଜୀବନ୍ତ ପ୍ରେରଣା, ଯାହାଠାରୁ ଆମେ ସମସ୍ତେ ଦୈନିକ ଜୀବନର ପଥଚଳାରେ ଶିଖିବା ଦରକାର।
ଅଧ୍ୟକ୍ଷୀୟ ଭାଷଣରେ ସଭାପତି ସୁଲେମାନ ଅଲୀ ଖାଁ, ପୈଗମ୍ବରଙ୍କୁ “ରହମତୁଲ୍ଲିଲ୍ ଆଲାମୀନ୍” (ସମଗ୍ର ବ୍ରହ୍ମାଣ୍ଡ ପାଇଁ କରୁଣାର ପ୍ରତିକ) ବୋଲି ବର୍ଣ୍ଣନା କରି, ତାଙ୍କ ଜୀବନର ଅବିସ୍ମରଣୀୟ ଅଧ୍ୟାୟଗୁଡ଼ିକୁ ସବିସ୍ତାର ସ୍ମରଣ କରିଥିଲେ। ସେ କହିଥିଲେ, ପୈଗମ୍ବରଙ୍କ ପାଥେୟରେ ଚାଲିଲେ ମାତ୍ରେ ମନୁଷ୍ୟ ସତ୍ୟ, ନ୍ୟାୟ ଓ ସାର୍ବଜନୀନ ସମ୍ମାନର ସୁଗନ୍ଧ ପ୍ରଚାର କରିପାରିବ।ଧର୍ମସଭାରେ ସଭାସଦମାନଙ୍କର ଉପସ୍ଥିତି ଏବଂ ଭକ୍ତିଭାବ ପରିବେଶକୁ ଅଧିକ ପବିତ୍ର କରିଦେଇଥିଲା।

Leave A Reply

Your email address will not be published.

fifteen − 4 =