ଢେଙ୍କାନାଳ ପୌରପାଳିକା ତରଫରୁ “ଘରେ ଘରେ ତ୍ରିରଙ୍ଗା, ଘରେ ଘରେ ସ୍ୱଚ୍ଛତା’ !


ଢେଙ୍କାନାଳ: ଢ଼େଙ୍କାନାଳ ପୌରପାଳିକା ପକ୍ଷରୁ “ଘରେ ଘରେ ତ୍ରିରଙ୍ଗା, ଘରେ ଘରେ ସ୍ୱଚ୍ଛତା’ ଅବସରରେ ସହର ମଧ୍ୟରେ ଥିବା ବରପୁତ୍ରମାନଙ୍କୁ ଜଳ ଦ୍ୱାରା ଧୋଇ, ପରିସର ସଫେଇ ସହ ମାଲ୍ୟାର୍ପଣ କରିଥିଲେ । ବସ୍‌ଷ୍ଟାଣ୍ଡ ଠାରେ ମହାତ୍ମା ଗାନ୍ଧୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଭାରତ ମାତା ଓ ଡକ୍ଟର ଆମ୍ବେଦକର ଢ଼େଙ୍କାନାଳ
ବାଜିଚୌକ ସ୍ଥିତ ବଜିରାଉତଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିଥିଲେ । ପୌରାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ପୌର ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ଦାସ, ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର ସମସ୍ତ କାଉନସିଲର ଓ ପୌର କର୍ମଚାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Leave A Reply

Your email address will not be published.

8 + two =