ଢେଙ୍କାନାଳ: ହିନ୍ଦୋଳ ଏନଏସି ୱାର୍ଡ ନମ୍ବର-୧୪, ଚରଣପୁର ବସ୍ତିରେ ପ୍ରାୟ ୩୦ ବର୍ଷ ଧରି ଭୂମିହୀନଭାବେ ବସବାସ କରୁଥିବା ବସ୍ତିବାସିନ୍ଦାମାନଙ୍କୁ ପୂର୍ବ ସରକାର ଜାଗା ପଟ୍ଟା ଦେଇଥିଲେ, କିନ୍ତୁ ତାହା ଜଙ୍ଗଲ ଓ ଦୂର ଅଞ୍ଚଳରେ ଥିବାରୁ ସେମାନେ ସେଠାକୁ ଯିବାକୁ ରାଜି ହୋଇନଥିଲେ।ବର୍ତ୍ତମାନର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରାଙ୍କ ବୁଝାମଣାରେ ବସ୍ତି ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ଘର ନିର୍ମାଣ ଆରମ୍ଭ ହୋଇଥିଲା। ଜିଓ-ଟ୍ୟାଗ ଓ ଲେଆଉଟ୍ ସହିତ ୨ଟି କିସ୍ତିର ଟଙ୍କା ମଧ୍ୟ ପାଇଥିଲେ। କିନ୍ତୁ, ନିକଟରେ ନୂଆ କୋର୍ଟ ଭବନ ନିର୍ମାଣ ହେବାକୁ ଥିବାରୁ ତହସିଲଦାର ଘର ନିର୍ମାଣ ବନ୍ଦ କରିବା ଓ ଅର୍ଦ୍ଧନିର୍ମିତ ଘର ଭାଙ୍ଗିବାକୁ ସତର୍କ କରିଥିବା ଅଭିଯୋଗ ଉଠିଛି।ଏହି ଘଟଣା ନେଇ ଉପଜିଲ୍ଲାପାଳ ପ୍ରଭାସ କୁମାର ବେଉରାଙ୍କ ସମ୍ମୁଖରେ ଶୁଣାଣୀ ସମୟରେ କାର୍ଯ୍ୟନିର୍ବାହୀ ଓ ତହସିଲଦାରଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଫଳରେ ବସ୍ତିବାସିନ୍ଦାମାନେ ବଳି ପଡିଥିବାରୁ ସମାଧାନ ହୋଇନାହିଁ।ବସ୍ତିବାସିନ୍ଦାଙ୍କ ପ୍ରଶ୍ନ—ପଟ୍ଟା ନଥିବା ସ୍ଥାନରେ ଘର କରିବାକୁ କିପରି ନିର୍ଦ୍ଦେଶ ଦେଲେ?୨ଟି କିସ୍ତିର ଟଙ୍କା କେଉଁଠି?ଘର ଭାଙ୍ଗିଲେ ସରକାର ପୁଣି ଘର ଦେବେ କି?ଜନମହଳର ମତ— ତହସିଲଦାର ପଟ୍ଟା ଜାରି କଲେ ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବ। ବସ୍ତିବାସିନ୍ଦାଙ୍କ ଚେତାବନୀ— “ଦାବି ପୂରଣ ନହେଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବନ୍ଦ କରିବାକୁ ବାଧ୍ୟ ହେବୁ।”