ଢେଙ୍କାନାଳ : ସ୍ପୋର୍ଟ କମ୍ପ୍ଲେକ୍ସ ଗୁରୁଦେବଜୀ ଗୁରୁକୁଳ ପ୍ରଶିକ୍ଷଣ କେନ୍ଦ୍ରର ୯ଜଣ ଛାତ୍ରଛାତ୍ରୀ ମେଘାଳୟ ସିଲଙ୍ଗ ବିଡ଼ିଡବ୍ଲୁ ଇଂଟରନେସ୍ନାଲ ସ୍କୁଲ ଠାରେ ସିବିଏସଇ ଜୋନାଲ ତାଇକୋଣ୍ଡୋ ପ୍ରତିଯୋଗିତାରେ ୧୪ବର୍ଷ, ୧୭ ବର୍ଷ ଓ ୧୯ବର୍ଷରୁ କମ ବିଭାଗରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଓଜନ ବର୍ଗରେ ଗୁରୁକୁଳର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସେଥି ମଧ୍ୟରୁ ସେଂଟ୍ ଜାଭିୟର୍ସ ସ୍କୁଲ ୬ ଓ ରୟାଲ ଇଂଟରନେସ୍ନାଲ ପବ୍ଲିକ ସ୍କୁଲରୁ ୩ ଜଣଙ୍କ ସମେତ କୋଚ୍ ରୂପେ ତାଇକୋଣ୍ଡୋ ଶିକ୍ଷକ ତଥା ଜାତୀୟ ସ୍ତରର କୋଚ୍ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ, ସୁଚିସ୍ମିତା ବେହେରା ଓ ମ୍ୟାନେଜର ଭାବେ ପ୍ରଶାନ୍ତ ଶତପଥୀ ଟିମ ସହ ଉପସ୍ଥିତ ରହି ଏହି ସଫଳତା ହାସଲ କରିଛନ୍ତି । ଏହି ପ୍ରତିଯୋଗିତା ଗତ ମାସ ୨୩ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଏଥିରେ ୧୦ଟି ରାଜ୍ୟର ପ୍ରାୟ ୧୭୦ ବିଦ୍ୟାଳୟର ୬୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସେଥି ମଧ୍ୟରୁ ବାଳିକା ବିଭାଗରେ ସୌମ୍ୟାଶ୍ରୀ ପଣ୍ଡା, ପ୍ରୀତିଲଗ୍ନା ଶତପଥୀ ରୌପ୍ୟ ପଦକ ହାସଲ କରିଥିବା ବେଳେ ସାନବୀ ସାଇ ଲକ୍ଷ୍ମୀ କାଂସ୍ୟ ଏବଂ ବାଳକ ବିଭାଗରେ ଆଶିଷ ବେହେରା କାଂସ୍ୟ ପଦକ ପାଇଁ ରାଜ୍ୟ, ଜିଲ୍ଲା, ବିଦ୍ୟାଳୟ ଓ ଗୁରୁକୁଳ ପାଇଁ ଗର୍ବ ଗୌରବ ଆଣିପାରିଛନ୍ତି । ଏହି ସଫଳତା ପାଇଁ ଗୁରୁଦେବଜୀ ଗୁରକୁଳର ଅଧ୍ୟକ୍ଷ, ପ୍ରଶିକ୍ଷକଙ୍କ ସମେତ ଉଭୟ ସ୍କୁଲର ମ୍ୟାନେଜିଙ୍ଗ କମିଟି, ଅଧ୍ୟକ୍ଷ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କ୍ରୀଡ଼ାବିତ, କ୍ରୀଡ଼ାପ୍ରେମୀ ଓ ବୁଦ୍ଧିଜୀବୀ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।