ବ୍ଲକ ଶିକ୍ଷାଧିକାରୀଙ୍କୁ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଦାବିପତ୍ର ପ୍ରଦାନ !

ଢେ଼ଙ୍କାନାଳ ସଦର : ଢେ଼ଙ୍କାନାଳ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମିତି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ରହିଥ‌ିବା ଦାବି ମଧ୍ୟରେ ସରକାରଙ୍କ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ କଲେଜକୁ ଅନୁଦାନ ପ୍ରଦାନ କରିବା,ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ କଲେଜ ଗୁଡିକରେ କାର୍ଯ୍ୟ କରିସାରିଥିବା ଓ କାର୍ଯ୍ୟ ବର୍ତ୍ତମାନ କାର୍ଯ୍ୟରେ ନିୟୋଜିତ ଥ‌ିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନସନ ବ୍ୟବସ୍ଥା କରିବା,ଅନୁଦାନ ପ୍ରାପ୍ତ ସମସ୍ତ ସ୍କୁଲ କଲେଜକୁ ସରକାରୀ କରଣ କରିବା ଚାକିରି କାଳ ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି କରିବା ଆଦି ସମସ୍ୟା ଉପରେ ଦାବି ରଖିଛନ୍ତି । ଯଦି ତୁରନ୍ତ ଏଥିପ୍ରତି ସରକାର ଦୃଷ୍ଟି ନ ଦିଅନ୍ତି ତେବେ ଆସନ୍ତ ୮ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳ କରାଯିବ । ଯଦି ସେଥିରେ ସୁଫଳ ନ ମିଳେ ତେବେ ଅଗଷ୍ଟ ୧୬ ତାରିଖ ଭୁବନେଶ୍ଵରରେ ଗାନ୍ଧୀମାର୍ଗ ଠାରେ ଓଡ଼ିଶାର ଶହ ଶହ ସଂଖ୍ୟାର ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ/ ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ଆନ୍ଦୋଳନରେ ସାମିଲ ହେବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

4 × four =