ଢେଙ୍କାନାଳ ରୋଟାରୀ କ୍ଲବ ର ୫୦ତ୍ତମ ଅଧିଷ୍ଠାନ ଦିବସ ପାଳନ !

ଢେଙ୍କାନାଳ ରୋଟାରୀ କ୍ଲବ ର ୫୦ତ୍ତମ ଅଧିଷ୍ଠାନ ଦିବସ ପାଳନ !ଢେଙ୍କାନାଳ : ଢେଙ୍କାନାଳ ସ୍ଥିତ ନିରୁପମା ହୋଟେଲ ଠାରେ ରୋଟାରି କ୍ଲବ ତରଫରୁ ରୁ ୫୦ତମ ଅଧିଷ୍ଠାନ ଖୁବ ଉତ୍ସାହ ର ସହ ପାଳନ କରାଯାଇଛି। ଏହି ଅବସର ରେ ମୁଖ୍ୟ ଅତିଥି ପିଡିଜି ପୂର୍ବତନ ପ୍ରାନ୍ତପ।ଳ ସୌମ୍ୟ ରଞ୍ଜନ ମିଶ୍ର, ସମ୍ମାନିତ ଅଥିଥି ଡିଜିଏନ୍ ଇନ୍ଦ୍ରଜିତ ସାହୂ,ଆଇପିଡିଜି ୟଜ୍ଞଶିଶ ମହାପାତ୍ର, ଏଜି ହରଗୋବିନ୍ଦ ମହାପାତ୍ର ଯୋଗଦାନ କରି ଢେଙ୍କାନାଳ ରୋଟାରୀ କ୍ଲବ କିପରି ସମାଜକୁ ସେବା ଦେଇ ଆସୁଛି ଏବଂ ସାରା ବିଶ୍ବ ରେ ରୋଟାରୀ କ୍ଲବ କିପରି ସେବା କାର୍ଯ୍ୟ ସହ ବିଭିନ୍ନ କାର୍ଯ୍ୟକ୍ରମ କରୁଛି ଏବଂ ବନ୍ଧୁତ୍ୱ ସ୍ଥାପନ କରିବା ମୁଖ୍ୟ ଉଦେଶ୍ୟ ନେଇ କାମ କରୁଛି ସେ ବିଷୟରେ ଆଲୋକପାତ କରିଥିଲେ ଏବଂ ତାଙ୍କ ଅଭିଭାଷଣ ରେ ମନ୍ତବ୍ୟ ରଖିଥିଲେ।ଅତିଥି ମାନଙ୍କ ଦ୍ଵାରାମହିମା ପତ୍ରିକା ଉନ୍ମୋଚନ କରା ଯାଇଥିଲା।ଢେଙ୍କାନାଳ ରୋଟାରୀ କ୍ଲବ ର ପୂର୍ବତନ ସଭାପତି ରୋ ହରେକୃଷ୍ଣ କର ନୂତନ ସଭାପତି ରୋ ସାଗରିକା ମିଶ୍ର ଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରିଥିଲେ।ସମ୍ପାଦକ ତପନ କୁମାର ପାଳ ସଂପାଦକୀୟ ବିବରଣୀ ପାଠ କରିଥିଲେ ।ନୂତନ ସଦସ୍ୟ ଭାବେ ଶ୍ରୀ ଅମରଜିତ ସିଂ ଦେଓ, ଶ୍ରୀ ତାପସ କୁମାର ରାଉତ,ଶ୍ରୀ ଲୋକନାଥ ମହାପାତ୍ର ଓ ଶ୍ରୀ ହେମନ୍ତ କୁମାର ମହାନ୍ତି ଙ୍କୁ ପ୍ରବେଶ କରାଯାଇଛି । ଏତଦ ସମେତ ରୋଟାରୀଆନ ବିନୋଦ ଅଗ୍ରୱାଲ ଏବଂ ରୋ ଜିତେନ୍ଦ୍ର ନବୀନ ଚନ୍ଦ୍ର ନାରାୟଣ ଦାସ ମଞ୍ଚ ପରିଚାଳନା କରିଥିଲେ।ରୋ ରାଜ କିଶୋର ବେହେରା ସ୍ୱାଗତ ଭାଷଣ ଦେଇଥିଲେ। ରୋଟରିଆନ ନବୀନ ଚନ୍ଦ୍ର ନାରାୟଣ ଦାସ, ରୋ ସାଗର ମଲ୍ ଅଗ୍ରୱାଲ, ରୋ ରାଜେନ୍ଦ୍ର କୁମାର ଦାସ, ଡ ଭବାନୀ ଦାସ,ରୋ ବିଭୁଦେନ୍ଦୁ ପଟ୍ଟନାୟକ, ରୋ ଅଭିମନ୍ୟୁ ସାହୂ, ରୋ ପ୍ରଦୋଷ କୁମାର ଶତପଥି, ଡ ଅବୋଧ ମହାପାତ୍ର, ରୋ ଅଖିଳ କୁମାର ପଣ୍ଡା, ରୋ ହର୍ଷ ବର୍ଦ୍ଧନ ସିଂହଦେଓ,ରୋ ସୌମ୍ୟ ରଞ୍ଜନ ମିଶ୍ର, ରୋ ମହେଶ ପ୍ରସାଦ ଅଗ୍ରୱାଲ, ରୋ ବିଶ୍ୱଜିତ ଦାସ ଗୁପ୍ତା,ରୋ ବିରଞ୍ଚି ନାରାୟଣ ପାଣି,ରୋ ଜ୍ୟୋତି ରଞ୍ଜନ ରଥ,ରୋ ମଧୁ ଝାୱାର ,ରୋ ଗୌରବ ସରାଉଗି,ରୋ ଲକ୍ଷ୍ମୀ ନାରାୟଣ ନନ୍ଦ,ରୋ ସୁନିଲ କୁମାର ମିଶ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ରୋ ନିରଦନନ୍ଦ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।ଇନର ହୁଇଲ ର ସମସ୍ତ ସଦସ୍ୟା, ଆର୍ ସି ସି ଗଜମରା ଓ ରୋତ୍ରାକ୍ଟର ର ସମସ୍ତ ସଦସ୍ୟ, ଢେଙ୍କାନାଳ ର ବହିର୍ଭାଗ ରୁ ଥିବା ଅତିଥି ବୃନ୍ଦ ଯୋଗ ଦାନ ଦେଇ କାର୍ଯ୍ୟ କ୍ରମ କୁ ସଫଳ ମଣ୍ଡିତ କରିଥିଲେ।

Leave A Reply

Your email address will not be published.

10 − six =