ଆମ୍ ଆଦମୀ ପାର୍ଟି ସଦର ନିର୍ବାଚନ ମଣ୍ଡଳୀର ସାଂଗଠନିକ ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ମହିଷାପାଟ ସ୍ଥିତ ସଦର କାର୍ଯ୍ୟାଳୟରେ ଏକ ବୈଠକ ସଦର ନିର୍ବାଚନ ମଣ୍ଡଳୀ ସଭାପତି ରତିରଞ୍ଜନ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ସୌମ୍ୟାଶ୍ରୀଙ୍କ ଆତ୍ମାର ସଦଗତି ଏବଂ ଦଳର ପୂର୍ବତ୍ତନ ଗଁଦିଆ ବ୍ଲକ ସଭାପତି ପୁରୁଷୋତ୍ତମ ସ୍ବାଇଁଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଂଗଠନିକ ସମ୍ପାଦକ ଭରତ କୁମାର ଦାସ, ସାଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ରାଜ୍ଯ ସମ୍ପାଦକ ସୋସିଆଲ ମିଡିଆ ବିଷ୍ଣୁ ପ୍ରସାଦ ପଣ୍ଡା, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇ ଦଳର ନୀତି ଆଦର୍ଶ ଓ ଶୀର୍ଷ ନେତୃତ୍ବଙ୍କ ସଂଘର୍ଷ ବିଷୟରେ ଉପସ୍ଥାପନା କରିଥିଲେ l ବିଭିନ୍ନ ସମସ୍ୟାର ସମାଧାନ କରିବାରେ ଲୋକ ସମ୍ପର୍କ ବୃଦ୍ଧି ପାଇବ ଓ ସାମ୍ପ୍ରତିକ ସମୟରେ ଓଡ଼ିଶାରେ ତଥା ଦେଶରେ ବିଜେପିର ନେତାମାନଙ୍କ ବିଭିନ୍ନ ଦୁର୍ନୀତି ଭ୍ରଷ୍ଟାଚାର ବିଷୟରେ ଶ୍ରୀ ଦାସ ପ୍ରତିକ୍ରିୟା ରଖିଥିଲେ। ତାଙ୍କ ମାର୍ଗଦର୍ଶନରେ ଜିଲ୍ଲା ସଭାପତିଙ୍କ ଦ୍ବାରା ସାତଟି ଜିଲ୍ଲା ପରିଷଦ ଜୋନ୍ ଦାୟିତ୍ଵ ବଣ୍ଟନ କରାଯାଇଥିଲା। ଏହି ବୈଠକରେ ବରିଷ୍ଠ ସଦସ୍ୟ ତଥା ସେନା ଅଧିକାରୀ ନଗେନ କୁମାର କର ଓ ମନୋଜ ସାମଲ, ନଗର ସଭାପତି ଦେବାଶିଷ ନନ୍ଦ, ମହିଳା ନେତ୍ରୀ ସରସ୍ଵତୀ ପରିଡ଼ା, ଅନୁସୟା ସାମଲ ଓ ରଚିତା ନାଏକ, ସଦସ୍ୟ ପ୍ରଶନ୍ନ ବରାଳ, ଜୟନ୍ତ ଦାସ, ରୋହିତ ବେହେରା, ପିତାମ୍ବର ସାମନ୍ତରାୟ, ଗୋବିନ୍ଦ ଚନ୍ଦ୍ର ସାହୁ, ବିଜୟ ନାଏକ, ସୂଚିତ୍ର ସାହୁ, ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ନିର୍ବାଚନ ମଣ୍ଡଳୀ ସମ୍ପାଦକ ଅନିଲ ସାମଲ ସ୍ବାଗତ ଭାଷଣ ଦେଇଥିବାବେଳେ ଜିଲ୍ଲା ସମ୍ପାଦକ ଶେଷଦେବ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

five + 19 =