ଢେଙ୍କାନାଳ : ଓଡ଼ିଶାରେ ପ୍ରତିବର୍ଷ ପରି ବର୍ଷା ଋତୁର ପ୍ରାରମ୍ଭ ରୁ ସମ୍ଭାବ୍ୟ ଡାଇରିଆ ଜନିତ ସ୍ବାସ୍ଥ୍ୟ ସମସ୍ୟା କୁ ପ୍ରତିହତ କରିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଓଡ଼ିଶା ସରକାର ଙ୍କ ତରଫରୁ ଆଜି ଷ୍ଟପ ଡାଇରିଆ ଅଭିଯାନ ଆରମ୍ଭ କରାଯାଇଛି, ଯାହା ଶିଶୁମାନଙ୍କର ଡାଇରିଆ ଜନିତ ରୋଗ ସମୂହ ଏବଂ ମୃତ୍ୟୁ ହାର କମାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଅଭିଯାନର ଶୁଭ ଉଦ୍ଘାଟନ ସମ୍ମନନୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମହୋଦୟଙ୍କ ଦ୍ୱାରା କରାଯାଇଥିଲା। ଏହି ଅବସର ରେ ସ୍ୱାସ୍ଥ୍ୟ ସଚିବ, ଜାତୀୟ ସ୍ୱାସ୍ଥ୍ୟମିଶନ୍ ର ନିର୍ଦେଶିକା ,ସ୍ବାସ୍ଥ୍ୟ ବିଭାଗ ର ସମସ୍ତ ନିର୍ଦ୍ଦେଶକ, କାର୍ଯ୍ୟକ୍ରମ ଅଧିକାରୀ, ପରାମର୍ଶଦାତା ଓ ବିକାଶ ସହଯୋଗୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ସ୍ଥରୀୟ ଉଘାଟନି ଉତ୍ସବ ରେ ସମ୍ମନନୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମହୋଦୟଙ୍କ ସମେତ ମାନ୍ୟବର ବିଧାୟକ କାମାକ୍ଷା ନଗର , ମାନ୍ୟବର ଜିଲାପାଳ , ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ଥରୀୟ ସ୍ୱାସ୍ଥ୍ୟ ବିଭାଗ ଏବଂ NHM ର ପ୍ରମୁଖ ଅଧିକାରୀ ଏବଂ କର୍ମକର୍ତା ମାନେ ଯୋଗ ଦେଇଥିଲେ I ରାଜ୍ୟର ଶିଶୁ ସ୍ୱାସ୍ଥ୍ୟ ଓ ପ୍ରତିଷେଧାତ୍ମକ ସେବା ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିବିମ୍ବିତ କରୁଛି। ତତ୍ ସହିତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ ,କାର୍ଯକ୍ରମ ପରିଚାଳକ ମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ଅଂଶଗ୍ରହଣ କରି ଅଭିଯାନ ର ସଫଳ ରୂପାୟନ ଦିଗରେ ଆବଶ୍ୟକ କାର୍ଯ୍ୟକ୍ରମ ବିଷୟରେ ସଚେତନ ହୋଇଥିଲେ। ଏହା ରାଜ୍ୟର ସମସ୍ତ କୋଣ ଅନୁକୋଣ ରୁ ସହଭାଗିତାକୁ ସୁନିଶ୍ଚିତ କରିଛି। କାର୍ଯ୍ୟକ୍ରମର ଏକ ବିଶେଷ ଆକର୍ଷଣ ରୂପେ, ଆଗଧାଡ଼ିର କର୍ମୀ ତାଙ୍କର ଅନୁଭୂତି, ଅନୁଭବ, ଅଭିଯାନ ର ଦୂରଦର୍ଶୀ ସୁବିଧା ଅସୁବିଧା ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ ଯାହା ଶିଶୁ ଡାଇରିଆ ପ୍ରବନ୍ଧନରେ ସର୍ବୋତ୍ତମ ପଦ୍ଧତି ଓ ସମୁଦାୟମୁଖୀ ଉଦ୍ୟମର ପ୍ରଭାବକୁ ଉଜାଗର କରିଛି।ଅଭିଯାନର ବାର୍ତ୍ତା “ଡାଇରିଆକୁ କିପରି ରୋକିବା ଜାଣ, ସ୍ବଛତା ସହ ଓ. ଆର୍.ଏସ୍. ଉପରେ ରଖିବା ଧ୍ୟାନ” କୁ ଦୃଢ କରିବା ପାଇଁ ଆଇସି (ତଥ୍ୟ, ଶିକ୍ଷା ଓ ଜନସଂଯୋଗ) ସାମଗ୍ରୀ ଉନ୍ମୋଚନ କରାଯାଇ ଥିଲା ଯାହା ଚିକିତ୍ସା କର୍ମୀ ଓ ସାଧାରଣ ଜନତା ପାଇଁ ଉପଯୁକ୍ତ ଏବଂ ଉପାଦେୟ । ଓଆରସ୍ (ଓରାଲ ରିହାଇଡ୍ରେସନ ସଲ୍ୟୁସନ) ଓ ଜିଙ୍କ ଟାବ୍ଲେଟ୍ ବଣ୍ଟନ ଏବଂ ସଂକ୍ରମଣ ରୋକିବାରେ ଯଥେଷ୍ଟ ସହାୟକ ହେବ ।ଅଭିଯାନର ଏକ ଅନ୍ୟ ମୁଖ୍ୟ ବିଶେଷତ୍ଵ ହେଉଛି ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜନ ସମୁଦାୟ କେନ୍ଦ୍ରରେ ଓଆରସ୍ ଓ ଜିଙ୍କ କୋଣର ସ୍ଥାପନ, ଜାହା ଡାଇରିଆ ପୀଡିତ ପରିବାର ମାନଙ୍କୁ ସହଜରେ ଚିକିତ୍ସା ପାଇବା ପାଇଁ ସୁବିଧା କରାଇବ। ଅଭିଜାନର ସଫଳତା ପାଇଁ ରାଜ୍ୟର ସମସ୍ତ ସେବାପ୍ରଦାନ୍ କାରି ମାନକୁ ଡାଇରିଆ ରୋଗର ଚିହ୍ନଟ ଓ ପରିଚାଳନା ବିଷୟରେ ଏବଂ ଅଭିଜାନର ପ୍ରତ୍ୟେକ କାର୍ଯ୍ୟପନ୍ଥା ବିଷୟରେ ବିଭିନ୍ନ ସମୟରେ ତାଲିମ ପ୍ରଦାନ କରାଯାଇଛି।ଏହି ଉଦ୍ଘାଟନ ଆଦ୍ୟ ତାରିଖ ୧୬.୬.୨୦୨୫ ପୂର୍ବାହ୍ନ ୧୧:୩୦ ଘଟିକା ଠାରୁ ସଂଯୁକ୍ତ ସ୍ୱାସ୍ଥ୍ୟ ନିର୍ଦେ୍ଶାଳୟର କନ୍ଫରେନ୍ସ ହଲ୍ରେ ଅନୁଷ୍ଠିତ ହୋଇଛି, ଯାହା ଓଡ଼ିଶାର ଶିଶୁ ସ୍ୱାସ୍ଥ୍ୟ ଓ ସଂକ୍ରମଣ ଜନିତ ରୋଗ କୁ ରୋକିବା ର ଚେଷ୍ଟାରେ ଏକ ମାଇଲ୍ସ୍ଟୋନ୍ ସାବ୍ୟସ୍ତ ହେବ। ମଜବୁତ ନେତୃତ୍ୱ ଓ ସହଯୋଗ ମୂଳକ ଅଂଶଗ୍ରହଣ ସହିତ, ଷ୍ଟପ୍ ଡାଇରିଆ ଅଭିଯାନ ରାଜ୍ୟ କୁ ଜନଚେତନା ରେ ନୁତନ ଦିଗ ଦର୍ଶନ ଦେବ ବୋଲି ଆଶା କରାଯାଉଛି।