ଭୁବନ ଗାୟତ୍ରୀ ପାଲାମଣ୍ଡପ ଠାରେ ୪୩ତମ ଜିଲ୍ଲାସ୍ତରୀୟ ପାଲା ଉଦଯାପିତ : ୧୮ ପାଲା ଅନୁଷ୍ଠାନ କୁ ସମ୍ବର୍ଦ୍ଧନା ,୧୦ମ ଶ୍ରେଣୀ ଗାୟିକା ମନ ଜିଣିଲେ !

ଢେଙ୍କାନାଳ: ଭୁବନ ଗାୟତ୍ରୀ ପାଲାମଣ୍ଡପ ଠାରେ ବୁଧବାର ଦିନ ୪୩ତମ ଜିଲା ସ୍ତରୀୟ ମହୋତ୍ସବ ଉଦଯାପିତ ହୋଇଯାଇଛି। ସଭାପତି ବିଜୟ କୁମାର ଓଝାଙ୍କ ଅଧ୍ୟକ୍ଷତାରେ ଉଦଘାଟନ ଉତ୍ସବରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଅତିଥି ଭାବେ ଯୋଗଦେଇଥିଲେ। ଭୁବନବାସୀଙ୍କ ସହଯୋଗ ପାଇଁ ଧନ୍ଯବାଦ ଅର୍ପଣ କରିଥିଲେ । ଉଦଯାପନୀ ଉତ୍ସବରେ ବିଧାୟକ ଶତ୍ରୁଘ୍ନ ଜେନା ଅତିଥି ଭାବରେ ଯୋଗଦେଇଥିଲେ। ୧୮ ଟି ପାଲା ଅନୁଷ୍ଠାନକୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଗାୟକ ତରଣୀସେନ ମହାରଣା ବାୟକ ଶଙ୍କର୍ଷଣ ବେହେରା ଙ୍କୁ ମାନପାତ୍ର ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ଏହି ଅବସରରେ ରାମଚନ୍ଦ୍ର ଦାସ, ଧ୍ରୁବଚରଣ ଦାସ, ସୁରେନ୍ଦ୍ର ମିଶ୍ରଙ୍କୁ ଗୁରୁ ପୂଜନ କରାଯାଇଥିଲା। ୧୦ମ ଶ୍ରେଣୀ ଗାୟିକା ଲକ୍ଷ୍ମୀପ୍ରିୟା ନାୟକଙ୍କ ସମେତ ଜଗତ ଜୀବନ ଆଚାର୍ଯ୍ଯ, ଅଶୋକ କୁମାର ସାମଲ, ତୋଫାନ ସାହୁ, ପ୍ରଭାତୀ ଓଝା, ରବି ନାରାୟଣ ବାରିକ, ବିଜୟ କୁମାର ଓଝା, ଦିଲ୍ଲୀପ କୁମାର ସାହୁ ପାଲା ପରିବେଷଣ କରି ମନଜିଣି ଥିଲେ। ଭୁବନ ମଣ୍ଡଳ ସଭାପତି ଯୋଗୀନାଥ ନାୟକ ଧନ୍ଯବାଦ୍ ଅର୍ପଣ କରିଥିଲେ। ସଂଯୋଜକ ପୂର୍ଣ୍ଣାନନ୍ଦ ମିଶ୍ର ମଂଚ ପରିଚାଳନା କରିଥିଲେ।ଲକ୍ଷ୍ମୀପ୍ରିୟା ନାୟକ ଭୁବନ ବ୍ଲକ ଧଳପଡା ଗ୍ରାମ ପଞ୍ଚାୟତର ଶ୍ରୀମା ଅରବିନ୍ଦ ସ୍କୁଲର ୧୦ମ ଶ୍ରେଣୀର ଛାତ୍ରୀ ଅଟେ। ସେ ୩ବର୍ଷ ହେଲା ପାଲା ପରିବେଷଣ କରୁଛନ୍ତି।

Leave A Reply

Your email address will not be published.

seven − four =