ବଳଦିଆବନ୍ଧ ମହାବୀର କ୍ଲବ୍ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର : ୫୦ ୟୁନିଟ୍ ରକ୍ତ ସଂଗ୍ରହ !

ଢେଙ୍କାନାଳ: ସଦର ବ୍ଲକ୍ ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମ ମହାବୀର କ୍ଲବ୍ ଆନୁକୂଲ୍ୟରେ ଗୌରାଙ୍ଗ ଚରଣ ଉଚ୍ଚବିଦ୍ୟାଳୟ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେଜିଲ୍ଲାପରିଷଦ ସଭ୍ୟା ଦୀପ୍ତିମୟୀ ଜେନା, ସମ୍ମାନିତ ଅତିଥିତି ଭାବେ ବଳଦିଆବନ୍ଧ ଗ୍ରାମପଂଚାୟତର ସରପଂଚଙ୍କସ୍ୱାମୀ ସୁବାଷ ହାତୀ, ସମାଜସେବୀ ଅକ୍ଷୟ ଜେନା ଓ ଶଙ୍କର୍ଷଣ ଜେନା, ପୂର୍ବତନ ସରପଂଚ ଜୟକୃଷ୍ଣ ଜେନା ପ୍ରମୁଖଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରରେ ୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲାା ଏହି କାର୍ଯ୍ୟକ୍ରମକୁ କ୍ଲବ୍‌ର ସଭାପତି ରୁଦ୍ରାକ୍ଷ ସାହୁ, ସଂପାଦକ ପ୍ରଦୋଶ ଜେନା, କୋଷାଧ୍ୟକ୍ଷ ଅଂଶୁମାନ ରାଉତ,ସଭ୍ୟ କୁମାର ଅଭିଜିତ୍‌, ଗୋପାଳ ବେହେରା, ରାଜନିଶ୍ ଜେନା, ମୋହନ ବିଶ୍ୱାଳ, ଅରବିନ୍ଦ ହାତୀ, ନିର୍ମଳବେହେରା, ଲିଙ୍ଗରାଜ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଢେଙ୍କାନାଳ ରକ୍ତ ଭଣ୍ଡାର ନର୍ସିଂ ଅଧିକାରୀ ବିନୋଦିନୀଯୋଗାଣିଆ, ଲାବୋରଟୋରୀ ଟେକ୍ନିସିଆନ୍ ରାକେଶ କୁମାର ବେହେରା, ଆଟେଣ୍ଡାଂଟ୍ ଅଜୟ ସ୍ୱାଇଁ, ବରୁଣ ସାହୁ,ତପନ ଜେନା ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଢେଙ୍କାନାଳ ବଜରଙ୍ଗ କ୍ଲବ୍‌ର ସନ୍ଦୀପ ଷଡଙ୍ଗୀ, ସଞ୍ଜୀବପଣ୍ଡା, ବିଶ୍ୱଜିତ୍ ବେହେରା, ସୂର୍ଯ୍ୟକାନ୍ତ ବେହେରା, ଜ୍ୟୋତିପ୍ରକାଶ ବେହେରା, ଜିତେନ୍ଦ୍ର ବେହେରା ପ୍ରମୁଖ ଯୋଗଦାନକରି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ

Leave A Reply

Your email address will not be published.

5 × 3 =