ଆଳତୁମା ଗ୍ରାମରେ ଧୂମଧାମରେ ଚନ୍ଦନ ଯାତ୍ରା ଅନୁଷ୍ଠିତ !

ଢ଼େଙ୍କାନାଳ : ପାରମ୍ପରିକ ଐତିହ୍ୟ ଓ ସଂସ୍କୃତିର ପ୍ରତିକ ଭାବରେ ପରିଚିତ ଆଳତୁମା ଗ୍ରାମରେ ବିଭିନ୍ନ ଧାର୍ମିକ ଉତ୍ସାହ ଓ ଧୂମଧାମ ସହିତ ପ୍ରଭୁ ଦଧିବାମନ ଜୀଉଙ୍କ ଚନ୍ଦନ ଯାତ୍ରା ଉତ୍ସବ ଉଦ୍‌ଯାପିତ ହୋଇଛି। ଗ୍ରାମ ଆସ୍ଥାର କେନ୍ଦ୍ରବିନ୍ଦୁ ଠାକୁର ଦଧିବାମନଙ୍କ ୧୨ ମାସରେ ତେରଟି ପର୍ବ ଅନୁଷ୍ଠିତ ହୁଏ, ଯାହାରେ ଚନ୍ଦନ ଯାତ୍ରା ବିଶେଷ ଗୁରୁତ୍ୱ ଅଧିକାର କରେ। ଯାତ୍ରା ଅବସରରେ ପ୍ରଭୁଙ୍କ ଅନ୍ୟତମ ବିଗ୍ରହ ମଦନମୋହନ ଚାଚିରୀରେ ବିରାଜିତ ହୋଇ ଗ୍ରାମ ମୁଣ୍ଡ ରାମିଆଳ ନଦୀ ପର୍ଯ୍ୟନ୍ତ ବିଶେଷ ଶୋଭାଯାତ୍ରା ସହିତ ଗସ୍ତ କରିଥିଲେ। ବେହେରା ଡଙ୍ଗାରେ ଶ୍ରୀବିଗ୍ରହକୁ ବସାଇ ଧୀବର ଟାଇଁ ପ୍ରଭୁଙ୍କୁ ଚାପ ଖେଳାଇଥିଲେ। ଏହି ଦୃଶ୍ୟ ଦର୍ଶନ କରି ଭକ୍ତମାନେ ଭାବବିବ୍‌ଲୁତ ହୋଇ ଭକ୍ତିରେ ଦେବମୁଗ୍ଧ ହୋଇଯାଇଥିଲେ।ଯାତ୍ରା ଆରମ୍ଭ ପୂର୍ବରୁ ଚନ୍ଦନ ଲାଗିବା ପାଇଁ ପ୍ରଥମେ ଗଜପତି ସନାତନ ପଟ୍ଟନାୟକ ପ୍ରଭୁ ଦଧିବାମନଙ୍କ ଠାରୁ ଆଜ୍ଞା ମାଳ ଗ୍ରହଣ କରି, ପରେ ପ୍ରଭୁ ମଦନମୋହନଙ୍କୁ ଚନ୍ଦନ ଲାଗି କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।ଗ୍ରାମ ସଭାପତି ବିଭୂତି ଭୂଷଣ ମହାନ୍ତିଙ୍କ ସଂଘଠିତ ତତ୍ତ୍ୱାବଧାନରେ ଏହି ଯାତ୍ରା ସୁଚାରୁ ବ୍ୟବସ୍ଥା ପାଇଥିଲା। ଦଧିବାମନ ମନ୍ଦିର ପ୍ରବନ୍ଧନ କମିଟି ପୁରା କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନା କରିଥିଲେ। ଗ୍ରାମର ଆବାଳବୃଦ୍ଧ ନାରୀ-ପୁରୁଷ ଏହି ଶୁଭ ଅବସରରେ ଉପସ୍ଥିତ ରହି ପ୍ରଭୁଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ କରିଥିଲେ। ଆବାହମାନ କାଳ ଧରି ଚାଲିଆସୁଥିବା ଏହି ପାରମ୍ପରିକ ଉତ୍ସବ ଆଜି ବି ଗ୍ରାମର ସାଂସ୍କୃତିକ ଗରିମାକୁ ଉଜ୍ଜ୍ୱଳ କରୁଛି।

Leave A Reply

Your email address will not be published.

twenty − 8 =