ଓଡ଼ିଆ ପକ୍ଷ ପାଳନ ଅବସରରେ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ !

ଢେଙ୍କାନାଳ : ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉ ଥିବା ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି । ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ଥିଲେ। ଓଡ଼ିଆ ଜାତୀୟତା ସମ୍ବଳିତ କବିତା ଲିଖନ, ଓଡ଼ିଆ ସଂସ୍କୃତି ଆଧାରିତ ଗଳ୍ପ ଲିଖନ ଓ ବିକଶିତ ଓଡ଼ିଶା ଗଠନରେ ଯୁବ ସମାଜର ଭୂମିକା ସଂପର୍କରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l ମମ୍ମିଳନୀରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ଯୁବସମାଜ ଅମୂଲ୍ୟ ରତ୍ନ ବୋଲି କହିଥିଲେ । ନିଜର ସୃଜନଶୀଳ ଲେଖା ମାଧ୍ୟମରେ ସାରସ୍ବତ ସାଧକ ହୋଇ ଏକ ସୁନ୍ଦର ସାମାଜ ଗଢ଼ି ତୋଳିବାକୁ ସର୍ବଦା ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ଅତିଥି ଭାବେ ଯୋଗ ଦେଇ, ନିଜର ଧିଶକ୍ତିର ବିକାଶ ପାଇଁ ଯୁବସମାଜ ସର୍ବଦା ଚେଷ୍ଟାରତ ହେବା ପାଇଁ କହିଥିଲେ । ବିଶିଷ୍ଟ ଲେଖିକା ସୁଶ୍ରୀ ପ୍ରଭାସିନୀ ମହାକୁଡ, ଅଧ୍ୟାପିକା ଡକ୍ଟର ପୁଷ୍ପଲତା ରଥ ସାହିତ୍ୟ କାଳଜୟୀ ବୋଲି ପ୍ରକାଶ କରିଥିଲେ । ସୃଜନଶୀଳତା, ବ୍ୟକ୍ତିତ୍ଵ ବୃଦ୍ଧି ଏବଂ ଉତ୍ତମ ସମାଜ ଗଠନରେ ଲେଖକଙ୍କ ଭୂମିକା ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ସନ୍ତୋଷ କୁମାର ଶତପଥୀ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂପର୍କରେ ସୂଚ଼ନା ପ୍ରଦାନ କରିଥିଲେ । ଜିଲ୍ଲା କଳା ସଂଘର ଉପସଭାପତି ଅବନୀ ମିଶ୍ର କାର୍ଯ୍ୟକ୍ରମ ସଂଚାଳନା କରିଥିଲେ । ଶେଷରେ ନାଟ୍ୟକାର ଦିନେଶ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

5 + one =