ଢେଙ୍କାନାଳ : ଗ୍ରୀଷ୍ମ ଋତୁ ଆସୁ ଆସୁ ରାଜ୍ୟରେ ଦିନକୁ ଦିନ ରୌଦ୍ରତାପ ବଢିବାରେ ଲାଗିଛି। ଫଳ ସ୍ୱରୂପ ଦିନ ୧୦ଟା ରୁ ଘରୁ ପଦାକୁ ବାହାରିବା କଷ୍ଟକର ହୋଇ ପଡୁଛି। ପ୍ରବଳ ରୌଦ୍ରତାପ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ରାସ୍ତାରେ ଯାତାୟାତ କରୁଥିବା ବାଟୋଇ ମାନେ ପାଣି ମୁନ୍ଦେ ପାଇଁ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହି ପରିସ୍ଥିତିରେ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ଅହମଦିୟା ମୁସଲିମ ଯୁବ ସଂଗଠନ ଅଥବା ମଜଲିସ ଖୁଦ୍ଦାମୁଲ ଅହମଦିୟା ଆନୁକୁଲ୍ୟରେ ଗୁଣ୍ଡିଚାପଡ଼ା ବସ ଷ୍ଟାଣ୍ଡ ଜାତୀୟ ରାଜପଥ କଡ଼ରେ ଜଳଛତ୍ର ଖୋଲା ଯାଇଅଛି।ସ୍ଥାନୀୟ ଅହମଦିୟା ମୁସଲିମ ଯୁବ ସଂଗଠନ ପକ୍ଷରୁ ଖୋଲାଯାଇଥିବା ଏହି ଜଳଛତ୍ର କେନ୍ଦ୍ରରୁ ବାଟୋଇ ମାନଙ୍କୁ ଦହି ସରବତ ତଥା ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରାଯାଉଛି। ଅହମଦିୟା ମୁସଲିମ ସମ୍ପ୍ରଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁ ଙ୍କ ନିର୍ଦ୍ଦେଶନାରେ ମୌଲବୀ ମୁଜାଫର ଖାଁ ଓ ମୌଲବୀ ଲିଆକତ ଅଲୀ ଖାଁ ସାମୁହିକ ଦୁଆ (ନିରବ ପ୍ରାର୍ଥନା) କରି ଏହି ଜଳଛତ୍ରର ଶୁଭାରମ୍ଭ କରିଥିଲେ। ଏହି ଶୁଭକାର୍ଯ୍ୟକୁ ସଲିମ ଉଦ୍ଦିନ ଖାଁ, ଅହମଦିୟା ମୁସଲିମ ଯୁବ ସଂଗଠନର ଅଧ୍ୟକ୍ଷ ଶେଖ୍ ଜହୀର, ପୁର୍ବତନ ଅଧ୍ୟକ୍ଷ ମହମୁଦ ଖାଁ, ମହମ୍ମଦ ଆସିଫ ଅଲ୍ଲୀ, ୟାକୁବ ଖାଁ, ହମାଦ ଅହମଦ, ରିଜୱାନ ଅହମଦ, ସୁଲେମାନ ଅହମଦ ପ୍ରମୁଖ ସହଯୋଗ କରିଥିଲେ।