ସିଦ୍ଧ ଶ୍ରୀକ୍ଷେତ୍ରରେ ମହିମା ଧର୍ମ ଶୂନ୍ୟ ଭାବ ଓ ମର୍ତ୍ୟମଣ୍ଡଳକୁ ବ୍ୟାପିଛି : ପ୍ରଥମ ମହିମା ବହିମେଳାରେ ଚତୁର୍ଥ ସଂଧ୍ୟା !

ଢେଙ୍କାନାଳ : ସ୍ଥାନୀୟ ମିନିଷ୍ଟାଡିୟମ୍ ଠାରେ ନିୟୁ ଇଣ୍ଡିଆ ଓ ଏନ୍‌ବିଟିର ମିଳିତ ସହଯୋଗରେ ଆୟୋଜିତ ପ୍ରଥମ ମହିମା ବହି ମେଳାରେ ସିଦ୍ଧ ଶ୍ରୀକ୍ଷେତ୍ର ଢେଙ୍କାନାଳରେ ମହିମା ଧର୍ମର ଶୀର୍ଷକ ଅନୁଷ୍ଠିତ ବୌଦ୍ଧିକ ଆଲୋଚନା ଚକ୍ରରେ ସାଧୁସନ୍ଥଙ୍କ ମତରେ ସିଦ୍ଧ ଶ୍ରୀକ୍ଷେତ୍ର ଢେଙ୍କାନାଳରେ ମହିମାଧର୍ମ ଓ ତିନିମଣ୍ଡଳତଥା ଶୂନ୍ୟ ମଣ୍ଡଳ, ଭାବ ମଣ୍ଡଳ ଏବଂ ମର୍ତ୍ୟ ମଣ୍ଡଳକୁ ବ୍ୟାପିଛି ବୋଲି ମତବ୍ୟକ୍ତ କରିଥିଲେ ।ବୌଦ୍ଧିକ ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ୍ କର ଯୋଗଦେଇକହିଲେ ବନରେ ସଂସ୍କୃତି ରହିଛି, ଯାହାକି ସାଧୁସନ୍ଥମାନେ ନିଜର ସିଦ୍ଧିତ୍ୱ ପ୍ରାପ୍ତି ପାଇଁ ବନ ବା ଜଙ୍ଗଲକୁ ଚୟନକରିଥାନ୍ତି । ସେହି କ୍ରମରେ ମହିମାସ୍ୱାମୀ ଢେଙ୍କାନାଳ କପିଳାସ ପାହାଡ ଜଙ୍ଗଲକୁ ଚୟନ କରି ସିଦ୍ଧି ଲାଭ କରିମହିମା ଧର୍ମ ଭଳି ବିଶ୍ୱ ପରିଚିତମାନେ ଧର୍ମ ପ୍ରଦାନ କରନ୍ତି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେଯୋଗଦେଇ ବକ୍‌କଳଧାରୀ ମହିମା ସମାଜର ସାଧୁ ନଟବର ବାବା ପ୍ରକାଶ କରିଥିଲେ, ଶାସ୍ତ୍ର ପଢି ଆଚରଣରେପ୍ରକାଶ କଲେ ସମାଜରେ ପ୍ରଭାବ ପଡିବ । ଯାହାକି ମହିମାସ୍ୱାମୀ ଆଚରଣ ଓ ଉଚ୍ଚାରଣରେ ପ୍ରକଟ କରିଥିବାରୁଏହି ଧର୍ମ ସମସ୍ତ ଜୀବନସତାକୁ ଆକର୍ଷିତ କରିଥିଲା । ସେହିପରି କୌପୀନଧାରୀ ମହିମା ସମାଜର ସଭାପତିରଘୁନାଥ ଦାସ ବାବା କହିଲେ ସିଦ୍ଧ ଶ୍ରୀକ୍ଷେତ୍ର ଢେଙ୍କାନାଳ ମାଟି ହେଉଛି ପୂଣ୍ୟଭୂମୀ । ହେି ପାଠକର ସୃଷ୍ଟିହୋଇଥିବା ମହିମା ଧର୍ମ ଏବଂ ମହିମା ଗୋସାଇଁଙ୍କ ବାଣୀ ତିନି ମଣ୍ଡଳକୁ ଯାହାକି ଶୂନ୍ୟ, ଭାବ ଏବଂ ମର୍ତ୍ୟମଣ୍ଡଳବ୍ୟାପି ଯାଇଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଢେଙ୍କାନାଳ ପୌରପାଳିକାର ନିର୍ବାହୀଅଧିକାରୀ ସୁକାନ୍ତ ବେଉରା ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ବହି ସଭାରେ ଆଧ୍ୟାପିକା ତଥା ଆୟୋଜକସଦସ୍ୟା ଡଃ. ପୁଷ୍ପଲତା ରଥ ସଭାପତିତ୍ୱ କରି ସିଦ୍ଧ ଶ୍ରୀକ୍ଷେତ୍ର ଢେଙ୍କାନାଳ ହେଉଛି ପ୍ରକୃତରେ ସିଦ୍ଧମାନଙ୍କରକ୍ଷେତ୍ର ଭୂମି ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ କଳା ଓ ସଂସ୍କୃତି ସଂଘର ଉପସଭାପତି ଅବନୀକୁମାର ମିଶ୍ର ସଂଚାଳନ କରିଥିବାବେଳେ ନିୟୁ ଇଣ୍ଡିଆର ନିର୍ଦ୍ଦେଶକ ଥା ଆବାହକ ଶେଷଦେବ ରାଉତ ଧନ୍ୟବାଦଅର୍ପଣ କରିଥିଲେ ।

Leave A Reply

Your email address will not be published.

20 + five =