ଭୁବନ ଏନ୍ .ଏ .ସି. ଟିମ୍ ର ସମ୍ପଦ କେନ୍ଦ୍ର ଓ ମଳ ଉପଚାର କେନ୍ଦ୍ର ପରିଦର୍ଶନ !

ଢ଼େଙ୍କାନାଳ: ସ୍ୱଚ୍ଛ ସର୍ବେକ୍ଷଣ ସାଙ୍କେତିକ ମାପଦଣ୍ଡ କୁ ଦୃଷ୍ଟିରେ ରଖି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟରତ ସ୍ଵଂୟ ସହାୟିକା ମହିଳା ଗୋଷ୍ଠୀ ନିଜର କାର୍ଯ୍ୟ ଦକ୍ଷତା ବୃଦ୍ଧି ନିମନ୍ତେ ଭୁବନେଶ୍ୱର ମହାନଗର ଦ୍ଵାରା ପରିଚାଳିତ ସମ୍ପଦ କେନ୍ଦ୍ର ଓ ମଳ ଉପଚାର କେନ୍ଦ୍ର ପରିଦର୍ଶନ କରିଥିଲେ l ମହାନଗର ଡେପୁଟି କମିଶନର କାର୍ଯ୍ୟ ନିର୍ବାହୀ ଅଧିକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ, ଭୁବନ ଙ୍କୁ ପୁଷ୍ପ ଗୁଛ ଦେଇ ସ୍ବାଗତ ଜଣାଇବା ସହିତ ବିଭିନ୍ନ ସ୍ଥାନକୁ ପରିଦର୍ଶନ ନିମନ୍ତେ ସମସ୍ତ ବନ୍ଦୋବସ୍ତ କରିଥିଲେ lଏହି ପରିଦର୍ଶନ ମାଧ୍ୟମରେ ଆହରଣ କରିଥିବା ସମସ୍ତ ଜ୍ଞାନ ଓ ପଦ୍ଧତି କୁ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ର ପ୍ଲାଣ୍ଟ ରେ କେମିତି ଫଳପ୍ରଦ ହେବ ତା ଉପରେ ଗୁରୁତ୍ବ ଦେବାକୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ ସମସ୍ତ ଗୋଷ୍ଠୀର ସଦସ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ l ଉକ୍ତ ପରିଦର୍ଶନ ଦଳରେ ନିଜେ କାର୍ଯ୍ୟ ନିର୍ବାହୀ ଅଧିକାରୀ,ପରିମଳ ବିଶେଷଜ୍ଞ,ଏମ ଆଇ ଏସ, ପରିମଳ ପରିଦର୍ଶକ ଓ କାର୍ଯ୍ୟାଳୟ ର ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ lକାର୍ଯ୍ୟ ନିର୍ବାହୀ ଭୁବନ ଏନ୍ ଏ ସି କିଭଳି ଭାବେ ରାଜ୍ୟ ଓ କେନ୍ଦ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିବ ସେଥିପ୍ରତି ପ୍ରୟାସ ଜାରି ରହିଛି ଏବଂ ସର୍ବସାଧାରଣ ଆମ ଭୁବନ କୁ ସ୍ଵଚ୍ଛ ଓ ସୁସ୍ଥ ରଖିବା ପାଇଁ ନିଜ ନିଜର ସକରାତ୍ମକ ମତ ନିର୍ଦ୍ଧାରିତ ଆପ ରେ ବହୁଳ ସଂଖ୍ୟାରେ ଦେବା ପାଇଁ ଅନୁରୋଧ କରିଥିଲେ l

Leave A Reply

Your email address will not be published.

one × 2 =