ଶ୍ରୀତମ୍ବାପଟ୍ଟା ରଘୁନାଥ ସାହିତ୍ୟ ସଂସ୍କୃତି କଳା ସଂସଦ ପକ୍ଷରୁ ପ୍ରଥମ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ !


ଢେ଼ଙ୍କାନାଳ ଜିଲ୍ଲାର ସାନ୍ଦାସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଶ୍ରୀ ତମ୍ବାପଟ୍ଟା ରଘୁନାଥ ସାହିତ୍ୟ ସଂସ୍କୃତି କଳା ସଂସଦର ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ କବିତା ପାଠ ଉତ୍ସବ କାର୍ଯକ୍ରମ ଆୟୋଜନ କରାଯାଇଥିଲା l ଏହି କବିତା ପାଠ ଉତ୍ସବରେ ଅତିଥି ଭାବରେ ରମେଶ ଚନ୍ଦ୍ର ପଣ୍ଡା, ଅଶ୍ଵିନୀ କୁମାର ପଣ୍ଡା, ସଞ୍ଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଆସରକୁ ମହିମା ମଣ୍ଡିତ କରିଥଲେ l ଦ୍ଵିତୀୟ ପର୍ଯ୍ୟାୟ ବୈଠକରେ ପ୍ରଦୀପ ପ୍ରଜ୍ବଳନ, ବନ୍ଦେ ଉତ୍କଳଜନନୀ ବେଦ ପାଠ କରାଯାଇଥିଲା l ମୁଖ୍ୟ ଅତିଥି ଭାବେ ପ୍ରଶାନ୍ତ କୁମାର ରଥ, ମୂଖ୍ୟବକ୍ତା ପଣ୍ଡିତ ବିପିନ ବିହାରୀ ଶତପଥୀ, ସମ୍ମାନୀତ ଅତିଥି ଭାବେ ଭ୍ରମରବର ବିଶ୍ଵାଳ ,ବିନୋଦ ପଣ୍ଡା , କୁମୁଦକବି ଶ୍ରୀପାଦ, ବିକ୍ରମ ଦାସ ପ୍ରମୁଖ ମଞ୍ଚ ମଣ୍ଡନ କରିଥଲେ l ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନ୍ତୋଷ କୁମାର ପାଣି ଙ୍କ ଅଧ୍ୟକ୍ଷତାରେ ସଭାପତି କୈଳାଶ ଚନ୍ଦ୍ର ପଣ୍ଡା ସଭାପତି ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ସମ୍ପାଦକ ସୁଜିତ୍ କୁମାର ପଣ୍ଡା ଅନୁଷ୍ଠାନ ର ବାର୍ଷିକ ବିବରଣୀ ପାଠ କରିଥିଲେ l ଏହି ରାଜ୍ୟ ସ୍ତରୀୟ ଓଡ଼ିଆ ଭାଷା ସମ୍ମିଳନୀରେ ଓଡିଶା ର କୋଣ ଅନୁକୋଣରୁ ଆସିଥିବା ସାହିତ୍ୟିକ ମାନଙ୍କୁ ଉପଢୌକନ ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଅନୁଷ୍ଠାନର ମାର୍ଗଦର୍ଶକ ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ପଣ୍ଡା, କିଶୋର ଚନ୍ଦ୍ର ସାହୁ, ହେମନ୍ତ କୁମାର ପଣ୍ଡା, ବସନ୍ତ କୁମାର ପାଣି, ସୁରେଶ ଚନ୍ଦ୍ର ପଣ୍ଡା, ଦିଲ୍ଲୀପ ଶତପଥୀ, ସୁବାଷ ଚନ୍ଦ୍ର ପାଣି, ନିରଦ କୁମାର ବେହେରା,ଗିରିଶ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୂଚାରୁ ରୁପେ ତୁଲାଇ ଥିବା ବେଳେ ଶ୍ରୀଯୁକ୍ତ ବଟକୃଷ୍ଣ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ l

Leave A Reply

Your email address will not be published.

3 × two =