ଶତାୟୁ,ବି.ବି. ହାଇସ୍କୁଲ୍, ଢେଙ୍କାନାଳର ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ସ୍ୱଚ୍ଛତା ମାସ -୨୦୨୪  ପାଳିତ 

ଢେଙ୍କାନାଳ :  ସ୍ଥାନୀୟ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ବାଳ,ବରିଷ୍ଠ ଆକାଶ ବାହିନୀ ଚିଫ ଅଫିସର୍ ଡା.ଦେବୀ ପ୍ରସାଦ ମିଶ୍ର,ଥାର୍ଡ ଅଫିସର୍ ଅନୁପମା ପଣ୍ଡା,କେୟାର ଟେକର ଅଫିସର୍ କିରନ୍ମୟୀ ମହାଳିକ, ଦୀପ୍ତିଶ୍ କୁମାର ଶତପଥୀଙ୍କ ମିଳିତ ନିର୍ଦ୍ଦେଶନା ଓ ମାର୍ଗଦର୍ଶନରେ ସମର ଶିକ୍ଷାର୍ଥୀ ସ୍ଥଳ ବାହିନୀ ,ନୌ ବାହିନୀ  ଆକାଶ ବାହିନୀ ବାଳକ ବିଭାଗର ୨୦୦ ଜଣ କ୍ୟାଡେଟ ଦୀର୍ଘ ଏକ ମାସ ବ୍ୟାପୀ ସ୍ୱଚ୍ଛତା ମାସ -୨୦୨୪ ନିରାଡ଼ମ୍ବର ଭାବେ ପାଳିତ ହୋଇ ଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷାସେବା(ଏସ. ବି)(ଗ୍ରୁପ -ଏ) ଜୁନିୟର ସ୍ଵୀୟ ବାର୍ତ୍ତାରେ ଭାରତରେ ସ୍ୱଚ୍ଛତା ମାସ  -୨୦୨୪ ପାଳନର ଆବଶ୍ୟକତା ଓ ଏହାର ସୁଦୂରପ୍ରସାରୀ ପ୍ରଭାବ ରହିଥିବାରୁ ସମସ୍ତେ ସ୍ବଚ୍ଛତାକୁ ଗୁରୁତ୍ୱ ଦେବା ଦରକାର ବୋଲି ଦୃଢ଼ ମତପ୍ରକାଶ କରିଥିଲେ।  ସ୍ବଚ୍ଛତା ସମ୍ପର୍କରେ ସେମିନାର,ପ୍ରବନ୍ଧ,କବିତା ଲିଖନ,ସ୍ଲୋଗାନ୍,ଡ୍ରଇଂ , ପେଣ୍ଟିଂ ଓ ପୋଷ୍ଟର,ଡଷ୍ଟବିନ ପ୍ରସ୍ତୁତି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।  ଏହି ପ୍ରତିଯୋଗିତା ଗୁଡ଼ିକରେ କ୍ରମାନ୍ୱୟରେ ଯଥାକ୍ରମେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବାରୁ  ବରିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା କୃତୀ ପ୍ରତିଯୋଗୀ ମାନଙ୍କୁ ପର୍ଯ୍ୟାୟ କ୍ରମେ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସାରଙ୍ଗଧର ସାହୁ, ଉପସଭାପତି ସୁପ୍ରଭା ସ୍ବାଇଁ, ଅନ୍ୟତମ ସଦସ୍ୟ  ପ୍ରମୁଖ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ବୃନ୍ଦ, ବିଦ୍ୟାଳୟରେ  ଯୋଗଦାନ କରି ଏହି  ସ୍ୱଚ୍ଛତା ମାସ -୨୦୨୪ ପାଳନ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।ପରିଶେଷରେ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଉପଲକ୍ଷେ ଦୀର୍ଘ ପନ୍ଦର ଦିନ ବ୍ୟାପୀ ସ୍ୱଚ୍ଛତା ମାସ -୨୦୨୪ କାର୍ଯ୍ୟକ୍ରମର ସଫଳ ପାଳନ ଅବସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର ପ୍ରାର୍ଥନା ସଭାରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

fifteen + twenty =