ଭୁଶୁଡ଼ି ପଡ଼ିଲା ନିର୍ମାଣଧୀନ ତାରକା ହୋଟେଲ କୋଠାର ଛାତ !

ଢ଼େଙ୍କାନାଳ : ଏନ୍ଏଚ୍-୫୫ ମହିଷାପାଟ ନିକଟରେ ଢ଼େଙ୍କାନାଳ ଜନୈକ ଶିଳ୍ପପତିଙ୍କ ୫ ମହଲା ତାରକା ହୋଟେଲ କୋଠା ନିର୍ମାଣ ଚାଲିଥିବା ବେଳେ ନିର୍ମାଣାଧୀନ ପୋର୍ଟିକୋ ଛାତ ଭୁଶୁଡ଼ି ପଡିଛି । ଭୁଶୁଡ଼ି ପଡ଼ିଥିବା ନିର୍ମାଣଧୀନ କୋଠାର ଛାତ ତଳେ ରହିଛନ୍ତି ଶ୍ରମିକ । ସୂଚନା ମୁତାବକ ନିର୍ମାଣଧିନ କୋଠାର ଛାତ ଭୁଶୁଡି ଜଣେ ଶ୍ରମିକ ପ୍ରାଣ ହରାଇଛନ୍ତି। ଆଉ ଦୁଇ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି । ଭୁଶୁଡି ପଡିଥିବା ଛାତ ତଳେ ଆହୁରି ଶ୍ରମିକ ଫସିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ, ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଁଚିଛନ୍ତି। ଢେଙ୍କାନାଳ ଓ ଗନ୍ଦିଆ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରୁଛନ୍ତି । ସେପଟେ ଛାତ ତଳେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଏନଡିଆରଏଫ୍ ଦଳ ଯାଉଥିବା ସୂଚନା ମିଳିଛି । କେତେଜଣ ସେଠାରେ କାର୍ଯ୍ୟ କରୁଥିଲେ ଓ ସେହି ଶ୍ରମିକମାନେ କେଉଁ ଅଞ୍ଚଳର ତାହା ମଧ୍ୟ ଅଦ୍ୟାବଧି ସନ୍ଦେହଘେରରେ ରହିଛି। ଘଟଣାସ୍ଥଳରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଏସ୍‌ପି ଅଭିନବ ସୋନକର, ଅତିରିକ୍ତ ଜିଲ୍ଲାପାଳ ରମେଶଚନ୍ଦ୍ର ସେଠୀ, ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକ, ଏସ୍‌ଡିପିଓ ବିଭୂତି ମହାପାତ୍ର, ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଧଳ ପ୍ରମୁଖ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ତଦନ୍ତ ହେଲେ ଏହାର ସତାସତ୍ୟ ପଦାକୁ ଆସିବା ସହ ଦୋଷୀଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

four × two =