ହିନ୍ଦୋଳ ଏନଏସି ୮ମ ପରିଷଦ ମାସିକ ବୈଠକ ଅନୁଷ୍ଠିତ !

*ଆୟବ୍ୟୟ ହିସାବକୁ ନେଇ ହଟ୍ଟଗୋଳ

*ମହାଦୁର୍ନୀତି ସ୍ୱତନ୍ତ୍ରଅଡିଟ ଓ ଭିଜିଲାନ୍ସ ତଦନ୍ତ ଦାବି କଲେ କାଉନସିଲର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ପରିଷଦର ମାସିକ ସାଧାରଣ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି!ଅଧ୍ୟକ୍ଷ କେଶବ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ୧୬ଜଣ କାଉନସିଲର, ବିଧାୟିକାଙ୍କ ପ୍ରତିନିଧି ସନ୍ତୋଷ ବେହେରା ସମସ୍ତ କର୍ମଚାରୀ ଯୋଗଦେଇଥିବାବେଳେ ନିର୍ବାହୀଅଧିକାରୀ ନିରଞ୍ଜନ ଗୁରୁ ସଭା ପରିଚାଳନା କରିଥିଲେ!ତେବେ ଅସନ୍ତୁଷ୍ଟ କାଉନସିଲର ମାନେ ମାଗିଥିବା ଆୟବ୍ୟୟ ହିସାବରୁ ବହୂ ଦୁର୍ନୀତି, ମିଥ୍ୟା ମାଟିକାମ, ମୋରମ କାମ ବିଲ, କୋର୍ଟ ନିକଟରେ ହୋଇଥିବା ପାଇଖାନା, ରିପୟାରିଙ୍ଗ,ମନ୍ଦିର ଓ ୱାଲ ରଙ୍ଗମରା, ଘାସ କଟା ଇତ୍ୟାଦି କାମରେ କୋଟିକୋଟି ଟଙ୍କାର ମିଥ୍ୟାବିଲ କରି ଟଙ୍କା ହଡପ କରାଯାଇଥିବା କାଉନସିଲରର ମାନେ ଅଭିଯୋଗ କରିଥିବାବେଳେ ସେଥିରୁ କେବଳ ହରିହାଟ ପଡ଼ିଆରେ ଲକ୍ଷାଧିକ ଟଙ୍କାର, ୱାର୍ଡନଂ-୧୨ ସ୍ମାର୍ଟପାର୍କ ରେ ମେନଗେଟ ଆଗରେ ବୁଶକଟିଙ୍ଗ ବାବଦରେ ପ୍ରାୟ ୨୦ଲକ୍ଷବିଲ ହୋଇଥିବା ହିସାବରୁ ପlରିଷଦମାନେ ଅଭିଯୋଗ ଆଣି ହଟଗୋଳ କରିବା ସହ ଭିଜିଲାନ୍ସ ତଦନ୍ତ ଦାବିକରିଥିଲେ ମାତ୍ର କର୍ତୃପକ୍ଷ ଅଭିଯୋଗକୁ ଖଣ୍ଡନ କରୁଥିବା ଦେଖାଯାଇଥିଲା l ସେହିପରି ବହୂ ୱାର୍ଡରେ କାଉନସିଲର ମାନଙ୍କ ଅଜ୍ଞାତରେ ବହୂ କାର୍ଯ୍ୟ ହୋଇଥିବାକୁ ନେଇ କାଉନସିଲରମାନେ ଅସନ୍ତୋଷ ପ୍ରକାଶ କରିଥିଲେ l ମାତ୍ର ସମୁଦାୟ ଆୟବ୍ୟୟ ହିସାବରୁ ଏକ ମହାଦୁର୍ନୀତି ହୋଇଥିବା ଉଭୟ ବିଜେପି ଓ ବିଜେଡି କାଉନସିଲରମାନେ କହୁଥିଲାବେଳେ ଏହି ଦୁର୍ନୀତିର ଚେର କେତେଦୂର ଲମ୍ବୀଛି ତାହା ଭିଜିଲାନ୍ସ ତଦନ୍ତ କରାଗଲେ ଜଣାପଡିବ ବୋଲି ଉଭୟ ବିଜେଡି ବିଜେପି କାଉନସିଲରମାନଙ୍କ ସହ ହିନ୍ଦୋଳ ଜନସାଧାରଣ ଦାବି କରିଛନ୍ତି ।

Leave A Reply

Your email address will not be published.

19 − two =