ଢେଙ୍କାନାଳରେ ପିଏମ କିଷାନ ଯୋଜନାର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ !

ଢେଙ୍କାନାଳ : କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ପିଏମ କିଷାନ ଯୋଜନା ଏକ କଲ୍ୟାଣକାରୀ ଯୋଜନା। ଏହି ଯୋଜନାରେ ଚାଷୀଙ୍କୁ ସ୍ୱଳ୍ପ ସହାୟତା ରାଶି ଭାବରେ ବର୍ଷକୁ ୬୦୦୦ ଟଙ୍କା ତିନିଗୋଟି କିସ୍ତି ମାଧ୍ୟମରେ ପ୍ରଦାନ କରାଯାଇ ଥାଏ। ଆଜି ଦେଶର ମାନ୍ୟବର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହାରାଷ୍ଟ୍ରର ୱାସିମ ସହର ଠାରେ ଆୟୋଜିତ ପିଏମ କିଷାନ ଉତ୍ସବ ସମାରୋହ ଠାରେ ଦେଶର ୯କୋଟି ୪୦ ଲକ୍ଷ ଚାଷୀଙ୍କୁ ୨୦୦୦୦ କୋଟି ଟଙ୍କା ହସ୍ତାନ୍ତର କରିଥିଲେ। ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି ଜିଲ୍ଲା ସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗଦେଇ କହିଥିଲେ ଯେ, କୃଷି ଏକ ଲାଭ ଜନକ ବ୍ୟବସାୟ l କେନ୍ଦ୍ର ଓ ରାଜ୍ୟ ସରକାର ଏବେ କୃଷି ଓ କୃଷକ କଲ୍ୟାଣ ପାଇଁ ବିଭିନ୍ନ ପ୍ରକାର ର ଯୋଜନାମାନ ପ୍ରଣୟନ କରୁଛନ୍ତି l ଯୁବ ପିଢ଼ି ବର୍ତ୍ତମାନ କିଭଳି କୃଷି କାର୍ଯ୍ୟ କରି କିଭଳି ଲାଭବାନ ହେଉଛନ୍ତି ସେ ବିଷୟରେ କହିଥିଲେ । ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଜିଲ୍ଲାର ଚାଷୀ ଭାଇ ଭଉଣୀ ମାନେ ୱାସିମ ଠାରୁ ଆଭାସୀ ମାଧ୍ୟମରେ ସିଧା ପ୍ରସାରଣ ହେଉଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦେଖିଥିଲେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅବିଭାଷଣରେ ମନ୍ତ୍ରମୁଗ୍ଧ ହୋଇଥିଲେ । ଏଥିସହିତ ଉପସ୍ଥିତ ସମସ୍ତଙ୍କୁ ଅତିଥି ମାନେ ଜିଲ୍ଲାରେ ଚାଷ ବିଷୟରେ ଉତ୍ତମ ପଦ୍ଧତି ଏବଂ ପ୍ରଣାଳୀ ଅବଲମ୍ବନ ପାଇଁ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଢେଙ୍କାନାଳ ଜିଲ୍ଲାର ୯୫୦୦୦ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ହସ୍ତାନ୍ତର ହେଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ମାତୃପ୍ରସାଦ ନନ୍ଦ, ପୌରପରିଷଦ ଅଧ୍ୟକ୍ଷା ଜୟନ୍ତୀ ପାତ୍ର,ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ,ଉପ ଜିଲ୍ଲାପାଳ ବିଭୁଧ ଗଡନାୟକପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ବିମଳେନ୍ଦୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କୃଷି ଅଧିକାରୀ ଶିବନାରାୟଣ ସିଂ ସଭା କାର୍ଯ୍ୟ ପରିଚାଳନା କରିଥିଲେ।

Leave A Reply

Your email address will not be published.

twenty − 13 =