ପ୍ରଶାସନ ବୃଦ୍ଧାଙ୍କର ଅଟକାଇଥିବା ଭତ୍ତା ପ୍ରଦାନ !

ଢ଼େଙ୍କାନାଳ : ଦୀର୍ଘଦିନ ଧରି ଯେଉଁ ବ୍ଳକ୍ ପ୍ରଶାସନ ଗାଲୁଆମୀ କରି ବୃଦ୍ଧା ଙ୍କ ର ଦେଢ଼ ବର୍ଷର ଭତ୍ତା ଟଙ୍କା ଦେଇନଥିଲା। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପରେ ଶେଷରେ ପ୍ରଶାସନ ବୃଦ୍ଧାଙ୍କୁ ତାଙ୍କର ଭତ୍ତା ଟଙ୍କା ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ହିନ୍ଦୋଳ ବ୍ଲକ୍ କଡ଼ଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡ଼ମୁଣ୍ଡା ଗ୍ରାମର ୭୦ ବର୍ଷୀୟା ବୃଦ୍ଧା ଚଞ୍ଚଳା ସାହୁ ଦୀର୍ଘ ଦେଢ଼ ବର୍ଷ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଥିଲେ । ସେ ସଂପର୍କରେ ହିତାଧିକାରୀ ଚଞ୍ଚଳା ପଞ୍ଚାୟତ ସରପଞ୍ଚ ଓ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ବରଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତାହାର ସମାଧାନ କରିବା ପରିବର୍ତ୍ତେ ବିଭିନ୍ନ ଆଳ ଦେଖାଇ ଠକି ଚାଲିଥିଲେ ବୋଲି ହିତାଧିକାରୀ ଅଭିଯୋଗ କରିଥିଲେ। ଦୀର୍ଘଦିନ ଧରି ବୃଦ୍ଧା ଭତ୍ତା ଟଙ୍କା ନପାଇବା ଏବଂ ବିଭିନ୍ନ ଆଳ ଦେଖାଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କୁ ଠକିବା କୁ ନେଇ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏ ଘଟଣା ସଂକ୍ରାନ୍ତରେ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚେତିଥିଲେ । ହିତାଧିକାରୀ ଚଞ୍ଚଳାଙ୍କୁ ତାଙ୍କର ବକେୟା ଥିବା ସମସ୍ତ ଭତ୍ତା ଟଙ୍କା ପ୍ରଶାସନ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଛି। ଭତ୍ତା ଟଙ୍କା ପାଇବା ପରେ ବୃଦ୍ଧା ଜଣଙ୍କ ଖୁସି ପ୍ରକଟ କରିବା ସହ ପ୍ରଶାସନ ଓ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Leave A Reply

Your email address will not be published.

three × 1 =