ଢେଙ୍କାନାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ !

ଢେଙ୍କାନାଳ : ସହର ଉପକଣ୍ଠ ଢେଙ୍କାନାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସୁନ୍ଦରୀଖାଲ ଠାରେ ଶିଶୁବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନଗେନ୍ କୁମାର ଦାସ ଅତିଥି ପରିଚୟ ସହିତ ସ୍ୱାଗତଭାଷଣ ପ୍ରଦାନ କରିବା ସହିତମାତୃକର୍ମଶାଳାର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ସାଗରବାଳା ହୋତା ଯୋଗଦାନ କରିସାଂପ୍ରତିକ ଘଟଣାବଳୀରେ ଶିଶୁଙ୍କୁ ଉତମ ମଣିଷ ରୂପେ ଗଢିତୋଳିବାରେ ମା\’ର କର୍ତବ୍ୟ ଓ ଭୂମିକା ସଂପର୍କରେ ମାତୃମଣ୍ଡଳୀକୁ ମାତୃ କର୍ମଶାଳାରେ ଆଲୋକପାତକରିଥିଲେ । ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବାବୁଚାନ୍ଦ ମହାଳିକ ହିନ୍ଦୁ ଘରର ରୀତିନୀତି, ଚାଲିଚଳଣୀ ସଂପର୍କରେକହିଥିଲେ ଯେ ପ୍ରତ୍ୟେକ ହିନ୍ଦୁଘରେ ଠାକୁର ଘର, ତୁଳସୀ ଚୌରା, ଗୋମାତା ପୂଜା ଓ ପରିବେଶର ପୂଜା ବ୍ୟବସ୍ଥା ରହିବା ଦରକାର । ସାରା ବିଶ୍ୱର ହିନ୍ଦୁ ଧର୍ମରସଂସ୍କୃତି, ପରମ୍ପରା ସବୁଠାରୁ ପ୍ରାଚୀନ ଓ ସବୁଠାରୁ ଅଧିକ ତେଜିୟାନ୍ ହୋଇ ଅନ୍ୟ ଧର୍ମର ମାର୍ଗଦର୍ଶକ ସାଜି ଆସିଛି । ବିଦ୍ୟାଳୟର ସମ୍ପାଦକ ଗଗନ ବିହାରୀନାୟକ ସାଂପ୍ରତିକ ସମାଜରେ ମା\’ର ଭୂମିକା ଓ ଦୈନନ୍ଦିନ କାର୍ଯ୍ୟ ସଂପର୍କରେ ମତବ୍ୟକ୍ତ କରିଥିଲେ । ଏହି ମାତୃ କର୍ମଶାଳାରେ ୧୧୮ଜଣ ମା\’ ଯୋଗଦାନକରିଥିଲେ । ଏହି କର୍ମଶାଳାରେ ମା\’ମାନଙ୍କ ମଧ୍ୟରେ ଶାରୀରିକ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରକାର ଆକର୍ଷଣୀୟ ଖେଳ, ବୌଦ୍ଧିକ କାଳାଂଶ, ସଙ୍ଗୀତ କାଳାଂଶ ଓ ଝୋଟିପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଶିଶୁବାଟିକା ପ୍ରମୁଖ କାଂଚନବାଳା ସାହୁ ଉକ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶିଶୁବାଟିକାର ସମସ୍ତଆଚାର୍ଯ୍ୟ/ଆଚାର୍ଯ୍ୟା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରିଶେଷରେ ବିଦ୍ୟାଳୟର ସହ-ପ୍ରଧାନଆଚାର୍ଯ୍ୟା ଅରୁନ୍ଧତୀ ମହାପାତ୍ର ଧନ୍ୟବାଦ ଅର୍ପଣକରିଥିଲେ ।

Leave A Reply

Your email address will not be published.

16 − one =