ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳରେ ଆଭାସୀ ମାଧ୍ୟମରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୪ ପାଳିତ !

ଢେଙ୍କାନାଳ:ସ୍ଥାନୀୟ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଆନୁକୁଲ୍ୟରେ ଆଭାସୀ ଗୁଗଲ୍ ମିଟ୍ ମାଧ୍ୟମରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୪ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ମିଳିତ ମାର୍ଗଦର୍ଶନ ଓ ନେତୃତ୍ବରେ ସାଂସ୍କୃତିକ ବିଭାଗ ସଂସ୍କୃତ ଶିକ୍ଷକ ଦିପ୍ତିଶ୍ କୁମାର ଶତପଥୀ,ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଓ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀ ଓ ବିଭାଗର ଛାତ୍ରୀ,ଛାତ୍ର ମାନଙ୍କର ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା,ସଂଯୋଜକ ତଥା ପରିଚାଳକ ଭାବରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ଆନ୍ତର୍ଜାତୀୟ ସାକ୍ଷରତା ଦିବସ ବିଷୟରେ ଆଲୋଚନା କରିଥିଲେ। ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଉପଲକ୍ଷେ ଚଳିତ ବର୍ଷ -୨୦୨୪ ର ଥିମ୍ ରହିଛି – “ପାରସ୍ପରିକ ବୁଝାମଣା ଓ ଶାନ୍ତି ପାଇଁ ବହୁ ଭାଷୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା ” ।ଏହି ଅବସରରେ ଦଶମ ଶ୍ରେଣୀର ଛାତ୍ରୀ ଛାତ୍ରବୃନ୍ଦ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସ୍ୱ ସ୍ୱ ବକ୍ତବ୍ୟ ରଖିବା ସଙ୍ଗେ ସଙ୍ଗେ ସ୍ଵଅଙ୍କିତ ଚିତ୍ର ଓ ସ୍ବରଚିତ ସ୍ଲୋଗାନ ମଧ୍ୟ ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ଓ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ମିଳିତ ମାର୍ଗଦର୍ଶନ ଓ ନେତୃତ୍ବରେ ବିଦ୍ୟାଳୟର ବହୁ ପୂରାତନ ଛାତ୍ରୀ ଛାତ୍ର,ବର୍ତ୍ତମାନର ୬୫୦ ରୁ ଉର୍ଦ୍ଧ୍ବ ଛାତ୍ରୀ ଛାତ୍ର ,ସେମାନଙ୍କର ପିତା ମାତା, ଅଭିଭାବିକା , ଅଭିଭାବକ ମଧ୍ୟ ପର୍ଯ୍ୟାୟକ୍ରମେ ଯୋଗଦାନ କରି କାର୍ଯ୍ୟକ୍ରମରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଆଭାସୀ ଗୁଗଲ୍ ମିଟ୍ ମାଧ୍ୟମରେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରୀୟ ଓ ସଫଳ ଅଂଶଗ୍ରହଣ କରିଥିଲେ।ସୁଚାରୁରୂପେ ସମ୍ପାଦନ କରି ଥିଲେ। ପରିଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସପର୍ଯ୍ୟା ଶୁଭଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

20 − nineteen =