ରୋଟାରୀ କ୍ଲବ୍ ଗୁରୁ ବନ୍ଦନା କାର୍ଯ୍ୟକ୍ରମରେ ମତପ୍ରକାଶ !

ଢେଙ୍କାନାଳ: ଭାରତର ପୂର୍ବତନ ରାଷ୍ଟ୍ରପତି, ରାଜନୀତିଜ୍ଞ, କୋଟି ଜନତାଙ୍କ ମାର୍ଗ ଦର୍ଶକ, ଶିକ୍ଷାବିତ୍ ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମ ଜୟନ୍ତୀରେ “ଗୁରୁ ଦିବସ” ଭାବେ ରୋଟାରୀ କ୍ଲବ୍ ପକ୍ଷରୁ ଗଜମରାସ୍ଥିତ ରୋଟାରୀ କମ୍ୟୁନିଟି କର୍ପସ୍ ସହଯୋଗରେ ପାଳିତ ହୋଇଯାଇଛି । ରୋଟାରୀ ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ସିଂହଙ୍କଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ, ଗୁରୁଙ୍କ ଜୀବନ ଆଦର୍ଶ-ଶିକ୍ଷାର୍ଥୀ ଓ ଶିକ୍ଷାୟତନର ମାନବୃଦ୍ଧି କରିଥାଏ,ତେଣୁ ବିଦ୍ୟାର୍ଥୀମାନେ ନିଜର ଉଜ୍ୱଳ ଭବିଷ୍ୟତ ଗଢିବା ଓ ନିଜକୁ ଗଢି ତୋଳିବା ପାଇଁ ସଂକଳ୍ପବଦ୍ଧ ହେବାକୁ ଅତିଥିମାନେ
ପରାମର୍ଶ ଦେଇଥିଲେ । ରୋଟାରୀ କ୍ଲବ୍ ସଂପାଦକ ତପନ୍ ପାଲ୍‌, ନବୀନ ଚନ୍ଦ୍ର ନାରାୟଣ ଦାସ, ବିରଂଚି ପାଣୀ,ପ୍ରଦୋଶ ଶତପଥୀ, ସୁନିଲ୍ ମିଶ୍ର, ରଞ୍ଜନ ବେହେରା, ରୋଟାରୀ କମ୍ୟୁନିଟି କର୍ପସ ସଭାପତି ଜୟଦେବ ରାଉତ,ସଂପାଦକ ପଂଚାନନ ବେହେରା, ଅଧ୍ୟକ୍ଷ ବିନୋଦ ବେହେରା, ସଂଜୟ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।ବିଦ୍ୟାର୍ଥୀମାନେ ଗୁରୁ ବନ୍ଦନା କରିଥିଲେ ଓ ସେମାନଙ୍କୁ କ୍ରିଡା ଉପକରଣ ପ୍ରଦାନ କରାଯାଇଥିଲା ।ସଂଧ୍ୟାରେ ରୋଟାରୀ କ୍ଲବ୍ ପରିସରରେ ସଭାପତି ପ୍ରଫେସର ହରେକୃଷ୍ଣ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତପୂଜ୍ୟପୂଜା, ଗୁରୁବନ୍ଦନା ଓ ସମ୍ବର୍ଦ୍ଧନା ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ରୋଟାରୀ କ୍ଲବ୍‌ପୂର୍ବତନ ସଭାପତି ରୋଟାରିଆନ୍ ରାଜ କିଶୋର ବେହେରା ସ୍ୱାଗତ ଭାଷଣ ଓ ଗୁରୁଦିବସର ଆଭିମୁଖ୍ୟ ପ୍ରଦାନ
କରିଥିଲେ । କ୍ଲବ୍ ପକ୍ଷରୁ ଆଦର୍ଶ ଶିକ୍ଷକ ଭାବେ ଭାନିରାମ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଉଷାଦେବୀ,
ଓଡାପଡା ପଂଚାୟତ ସମିତି ମହାବିଦ୍ୟାଳୟର ଇଂରାଜୀ ବିଭାଗ ପ୍ରାଧ୍ୟାପକ ବିଜୟ କୁମାର ସାହୁ ଓ ଫିଟ୍‌ନେସ୍ ପ୍ରଶିକ୍ଷକ
ଭବସାଗର ମହାପାତ୍ରଙ୍କୁ ମାନପତ୍ର, ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁରୁ ହିଁ ଚୀର ନମସ୍ୟ ।
ଅଜ୍ଞାନ ରୂପକ ଘନ ଅନ୍ଧକାରରୁ ଗୁରୁ ହିଁ ଜ୍ଞାନଲୋକ ପ୍ରଦାନ କରିଥାନ୍ତି । ଉତମ ଚରିତ୍ର ଗଠନ, ସମୟାନୁବର୍ତିତା,
ଶୃଙ୍ଖଳା ଆଦି ସଦ୍‌ଗୁଣରେ ଶିକ୍ଷାର୍ଥୀଙ୍କୁ ଅନୁପ୍ରେରିତ କରିଥାନ୍ତି । ଗୁରୁ ବିନା ଜୀବନ ଅସମ୍ପୂର୍ଣ୍ଣ, ଅତିଥିମାନେ ଏହି
ଗୁରୁବନ୍ଦନା କାର୍ଯ୍ୟକ୍ରମରେ ମତପ୍ରକାଶ କରିଥିଲେ । ଇନର ହୁଇଲ୍ କ୍ଲବ୍ ପକ୍ଷରୁ ପ୍ରାଧ୍ୟାପିକା ସୁଚେତା ମିଶ୍ର ଓ ପ୍ରାଧ୍ୟାପିକା
ବୀଣାପାଣି ତ୍ରିପାଠୀଙ୍କୁ ଆଦର୍ଶ ଶିକ୍ଷୟତ୍ରୀ ଭାବେ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା । ଇନରହୁଇଲ୍‌
କ୍ଲବ୍ ସଭାନେତ୍ରୀ ମମତା ପୁହାଣ, ସଂପାଦିକା ଆଇ. ରୂପାରାଣୀ, ଗୀତାଞ୍ଜଳୀ ନନ୍ଦ, ଅମିତା ଜୟସ୍ୱାଲ, ଜୟଲକ୍ଷ୍ମୀ
ଦାସ, ପ୍ରୋତିମା ସିହ୍ନା, ମଧୁଛନ୍ଦା ସାହୁ, ସସ୍ମିତା ଶତପଥୀ, ଅପର୍ଣ୍ଣା ରଥ, ଶୁଭଦର୍ଶିନୀ ରାଉତ, ଶିକ୍ଷକତା କରୁଥିବା
ଇନର ହୁଇଲ୍ କ୍ଲବ୍ ସଦସ୍ୟା ଡା. କବିତା ମହାନ୍‌ତି, ଦିପ୍ତିମୟୀ ଲେଙ୍କା, ଜ୍ୟୋତିର୍ମୟୀ ନାଥ, ସସ୍ମିତା ମହାନ୍ତି ଓ
ରୋଟାରୀ କ୍ଲବ୍ ସଭାପତି ପ୍ରଫେସର ହରେକୃଷ୍ଣ କରଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ।ଡା. ଲକ୍ଷ୍ମୀକାନ୍ତ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ରୋଟାରିଆନ୍ ଅଭିମନ୍ୟୁ ସାହୁ, ଭବାନୀ ଦାସ, ଜ୍ୟୋତିରଥ, ରଞ୍ଜନ ବେହେରା, ସୌମ୍ୟ ରଞ୍ଜନ ମିଶ୍ର, କୃଷ୍ଣଚନ୍ଦ୍ର ଦେବତା, ନବୀନ ଚନ୍ଦ୍ର ନାରାୟଣ ଦାସ, ବିରଂଚି ପାଣି,ତପନ ପାଲ୍ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

one × 1 =