ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳନ : ଅବସରରେ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ର- ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ !

ଢେଙ୍କାନାଳ: ସ୍ଥାନୀୟ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ଗୁରୁ ଦିବସ ନିରାଡ଼ମ୍ବର ଭାବେ ପାଳନ ଅବସରରେ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ର- ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ,ଓଡ଼ିଶା ଶିକ୍ଷାସେବା (ଏସ. ବି)(ଗ୍ରୁପ -ଏ) ଜୁନିୟରଙ୍କ ମାର୍ଗଦର୍ଶନ ରେ ବରିଷ୍ଠ ସହକାରୀ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ସଭାପତିତ୍ବ ରେ ମୁଖ୍ୟଅତିଥି ଭାବରେ ପ୍ରାକ୍ତନ ଅବସର ପ୍ରାପ୍ତ କଳା ଶିକ୍ଷକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଯୋଗଦାନ କରି ସ୍ଵୀୟ ଅଭିଭାଷଣରେ ଶିକ୍ଷା ଓ ଶିକ୍ଷାୟତନର ବିକାଶର ମୂଳମନ୍ତ୍ର ବୋଲି ମତ ପ୍ରକାଶ କରି ଥିଲେ। ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ଦ୍ଵାରା ତିନୋଟି ଦଳଗତ ନୃତ୍ୟ,ସପ୍ତମ ଶ୍ରେଣୀର ପିଲାଙ୍କ ଦ୍ଵାରା ଦଳଗତ ସମ୍ବଲପୁରୀ ନୃତ୍ୟ ଏବଂ ନବମ ଶ୍ରେଣୀ ପିଲାଙ୍କ ଦ୍ଵାରା ଗୋଟିଏ ଏକକ ନୃତ୍ୟ ଓ ଗୋଟିଏ ଦ୍ୱେତ ନୃତ୍ୟ ପରିବେଷଣ କରାଯାଇଥିଲା । ଏହା ସହିତ ଚତୁର୍ଥ ଶ୍ରେଣୀ ଛାତ୍ରୀ ଶୀତଲ ପରିଡ଼ା ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏକକ ଓ ଦଳଗତ ସଙ୍ଗୀତ ପରିବେଷଣ କରାଯାଇଥିଲା।ବିଦ୍ୟାଳୟର ଆଲୁମିିନି ଆସୋସିଏସନର ସଭ୍ୟ ସଭ୍ୟା ବୃନ୍ଦ, ଅଭିଭାବକ, ଅଭିଭାବିକା ଓ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ବିଦ୍ୟାଳୟର ୧୯୮୦ ମସିହା ବ୍ୟାଚ୍ ର ପ୍ରାକ୍ତନ ଛାତ୍ର ,ମୋ ସ୍କୁଲ କାର୍ଯ୍ୟକ୍ରମର ସଂଯୋଜକ,ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର,ବିଦ୍ୟାଳୟର
ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ, ବିଦ୍ୟାଳୟରେ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୂଖ୍ୟ ଅତିଥି, ମୁଖ୍ୟବକ୍ତାଙ୍କ ସମେତ ଉପସ୍ଥିତ ସମସ୍ତେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋରେ ପୁଷ୍ପ ମାଲ୍ୟାର୍ପଣ, ଧୂପ -ଦୀପ ଅର୍ପଣ କରିଥିଲେ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସୁମଧୁର ସ୍ବାଗତ ସଙ୍ଗୀତ ଗୁରୁବନ୍ଦନା ଗାନ କରିଥିଲେ।
ବିଦ୍ୟାଳୟର ୧୯୮୦ ମସିହା ବ୍ୟାଚ୍ ର ପ୍ରାକ୍ତନ ଛାତ୍ର ,ମୋ ସ୍କୁଲ କାର୍ଯ୍ୟକ୍ରମର ସଂଯୋଜକ ବରିଷ୍ଠ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ,ସମ୍ମିଳନୀର ଆଭିମୁଖ୍ୟ ବର୍ଣ୍ଣନା,ସଭାପତି ଭାବରେ କାର୍ଯ୍ୟକ୍ରମର ସଫଳ ପରିଚାଳନା ଓ ସଂଯୋଜନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

2 − one =