ବଜରଙ୍ଗ କ୍ଲବ୍ ଦ୍ୱାରା ଶ୍ରୀ ଗଣେଶଙ୍କ ଆଗମନ ଓ ପ୍ରଥମ ଦର୍ଶନମହାସମାରୋହରେ ପାଳିତ !


ଢେଙ୍କାନାଳ: ବଜରଙ୍ଗ କ୍ଲବ୍ କୈବଲ୍ୟ ବଜାର, ଦେଉଳସାହି ଆନୁକୂଲ୍ୟରେ ଶ୍ରୀ ଗଣେଶଙ୍କ ଆଗମନ ଓ ପ୍ରଥମ
ଦର୍ଶନ କାର୍ଯ୍ୟକ୍ରମ ଭକ୍ତିଭାବ ପରିବେଶ ମଧ୍ୟରେ ଗୁରୁବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛି । ମହାରାଷ୍ଟ୍ରର ଲାଲ୍‌ବାଗଚା
ରାଜା ଶ୍ରୀ ଗଣେଶଙ୍କୁ ଢେଙ୍କାନାଳରେ ସର୍ବ ପ୍ରଥମ ଜନସାଧାରଣ ଦର୍ଶନ କରିବାର ସୁଯୋଗ ପାଇବେ । ବର୍ଣ୍ଣାଢ୍ୟ ପରିବେଶରେ
ବାଜା, ବାଣ, ସଂକୀର୍ତନ, ଗୋପାଳ ଲଉଡି, ଆଲୋକ ଓ ଗଣପତିଙ୍କ ବନ୍ଦନାରେ ପରିବେଶ ଭକ୍ତିମୟ ହୋଇଥିଲା ।
ଶହଶହ ସଂଖ୍ୟାରେ କ୍ଲବ୍‌ର ସଦସ୍ୟ, ସଦସ୍ୟା ଓ ଜନସାଧାରଣ ଏହି ଆଗମନ ଉତ୍ସବରେ ଯୋଗଦେଇ ଗଣପତିଙ୍କୁ
ଭକ୍ତିପୂତ ସ୍ୱାଗତ କରିଥିଲେ । ଏହି ଆଗମନ ପ୍ରଥମ ଦର୍ଶନ କାର୍ଯ୍ୟକ୍ରମ ମହାରାଷ୍ଟ୍ର ପରମ୍ପରା ଅନୁଯାୟୀ କରାଯାଇଥିଲା ।
ଏଥର ଗଣେଶ ଭସାଣୀ ଶୋଭାଯାତ୍ରାରେ କ୍ଲବ୍‌ର ସଦସ୍ୟମାନେ ମହାରାଷ୍ଟ୍ର ବେଶଭୂଷାରେ ଭସାଣୀ ଶୋଭାଯାତ୍ରାରେ
ଯୋଗଦେବେ । ଶନିବାର ମଧ୍ୟାହ୍ନ ଘ.୧୨.୭ମି. ସମୟରେ ଘଟ ସ୍ଥାପନ ଓ ପୂଜା ଆରମ୍ଭ, ଅପରାହ୍ନ ଘ.୨.୩୦ମି. ସମୟରେ
ପୁଷ୍ପାଞ୍ଜଳି ଓ ପ୍ରସାଦ ବିତରଣ । ଏହି ପୂଜା ଅବସରରେ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ବଜରଙ୍ଗ କ୍ଲବ୍‌
ତରଫରୁ ସଭାପତି ମାନସ ରଞ୍ଜନ ରାଉତ, ସଂପାଦକ ଶୁଭେନ୍ଦୁ ଷଡଙ୍ଗୀ, ବରିଷ୍ଠ ସଦସ୍ୟ ସଙ୍କଟଭଞ୍ଜନ ବେହେରା,
ପ୍ରିୟବ୍ରତ ସାସ୍‌ମଲ୍‌, ସୁବ୍ରତ ଦାସ, ସନ୍ଦୀପ ହିଣ୍ଡୋଚା, ସଞ୍ଜିବ ପଣ୍ଡା, ସଦସ୍ୟ ସୁଭମ୍ ଗୁରୁଙ୍ଗ୍‌, ଜ୍ୟୋତି ପ୍ରକାଶ ବେହେରା,
ଟୁକୁନା ମହାପାତ୍ର ପ୍ରମୁଖ ସମସ୍ତ ସଦସ୍ୟ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

one × 3 =