ସାଲେପୁରରେ ସମ୍ବର୍ଦ୍ଧିତ ହେଲେ ହିନ୍ଦୋଳର ବରିଷ୍ଠ ଶିକ୍ଷାବିତ୍ ସତ୍ୟଭାମା ମିଶ୍ର !

ଢ଼େଙ୍କାନାଳ : ପବିତ୍ର ଗୁରୁ ଦିବସ ଉପଲକ୍ଷେ ସାଲେପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଶ୍ରୀ ଗୁରୁ ପୂଜନ ସମିତି, ସାଲେପୁର ଆୟୋଜିତ ଅକ୍ଷୟ କୁମାର ଦାଶଙ୍କ ସଭାପତିତ୍ବରେ ରାଜ୍ୟ ସ୍ତରୀୟ ଗୁରୁ ସମ୍ବର୍ଦ୍ଧନା ମହୋତ୍ସବ ୨୦୨୪ ସମିତି ର ସମ୍ପାଦକ ଡଃ ଗୌତମ ମହାରଣା ଙ୍କ ସଂଯୋଜନା ରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଉକ୍ତ ଉତ୍ସବ ଅବସର ରେ ସମିତି ସହ ସମ୍ପାଦକ ପଣ୍ଡିତ ସଞ୍ଜୟ କୁମାର ଷଡଙ୍ଗୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅର୍ଚ୍ଚନା ପୂର୍ବକ ସମ୍ମାନୀୟ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ତଥା ସ୍ବର୍ଗତ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପଟ୍ଟଚିତ୍ର ରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ଡଃ ଗୌତମ ମହାରଣା ଙ୍କ ଦ୍ଵାରା ଅତିଥି ପରିଚୟ ଏବଂ ସ୍ବାଗତ ଅଭିଭାଷଣ ପରେ ସମସ୍ତ ମଞ୍ଚାସୀନ ଅତିଥି ଗଣ ମାନଙ୍କୁ ଉପଢୌକନ ଶ୍ରୀଫଳ ତଥା ଜନ ମଙ୍ଗଳ ରାସୋଳ ସଂଗଠନ ତରଫରୁ ପ୍ରତିଷ୍ଠାତା ବିଭୁ ଶତପଥୀ ଙ୍କ ଦ୍ଵାରା ଆମ୍ରପଲ୍ଳୀ ଚାରା ଉପହାର ପ୍ରଦାନ ପୂର୍ବକ ସ୍ବାଗତ କରା ଯାଇଥିଲା। ମଞ୍ଚାସୀନ ମୂଖ୍ୟ ଅତିଥି ଭାବେ ଡ଼ଃ ସ୍ବାମୀ ଶ୍ରୁତି ସାଗର ସରସ୍ୱତୀ,ମୁଖ୍ୟ ବକ୍ତା ଡ଼ଃ ଶାରଦା ପ୍ରସାଦ କର,ସମ୍ମାନିତ ଅତିଥି ଭାବେ ଶ୍ରୀମତି ଲକ୍ଷେହୀରା,ଲାବଣ୍ୟବତୀ ବେହେରା ନିଜର ସୁବକ୍ତଵ୍ୟ ମାଧ୍ୟମ ରେ ଅଧୁନା ସମାଜ ରେ ଗୁରୁ ଙ୍କର ସ୍ଥିତି ତଥା ସମାଜ ର ବିକାଶରେ ଗୁରୁ ମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ।ସଭାପତି ଶ୍ରୀଯୁକ୍ତ ଦାଶ୍ ଉପସ୍ଥିତ ସମସ୍ତ ଗୁରୁ ଗୁରୁଜନ ତଥା ମଞ୍ଚାସୀନ ଅତିଥି ମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ସମାଜ ଗଠନ ଦିଗରେ ଗୁରୁ ମାନଙ୍କର ଅତୁଳନୀୟ ଅବଦାନ ରହିଛି ବୋଲି ବହୂ ମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ରାଜ୍ୟ ସ୍ତରର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରାୟ ୪୦ ଜଣ ଗୁରୁ ଏବଂ ଗୁରୁମା ତଥା ସମାଜ ସେବା କ୍ଷେତ୍ର ରେ ଅତୁଳନୀୟ ଅବଦାନ ଥିବା ମହାନ ବ୍ୟକ୍ତିବିଶେଷ ମାନଙ୍କୁ ସମ୍ମାନ ର ସହିତ ଶ୍ରୀଫଳ, ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ହିନ୍ଦୋଳ ମାଟି ର ଗର୍ବ ଏବଂ ଗୌରବ,ରାସୋଳ ଗ୍ରାମ ର ସମ୍ମାନ ଏକାଧାର ରେ ଜଣେ ଶିକ୍ଷାବିତ,ଗାଳ୍ପିକା,କବୟତ୍ରୀ, ବରିଷ୍ଠ ସମାଜସେବିକା ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ତଥା ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ସଂଗଠନ ର ପ୍ରାଣ ପ୍ରତିଷ୍ଠାତା ତଥା ଉପଦେଷ୍ଟା ସତ୍ୟଭାମା ମିଶ୍ର ଙ୍କୁ ସସମ୍ମାନେ ସମ୍ବର୍ଦ୍ଧିତ କରାଯାଇଛି।ଏତାଦୃଶ ସମ୍ବର୍ଦ୍ଧନା ଉତ୍ସବ ଅଧୁନା ସମାଜ ରେ ଗୁରୁ ମାନଙ୍କୁ ସମ୍ମାନ ପ୍ରଦାନ ଉଦ୍ଦେଶ୍ୟ ରେ ହୋଇ ଥିବା ବେଳେ ସମାଜ ର ଉନ୍ନତି ଦିଗ ରେ ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହିଛି ବୋଲି ସମଗ୍ର ସମାଜ ହୃଦବୋଧ କଲେ ନିହାତି ଵିଶ୍ଵ ର ଉନ୍ନତି ସାଧାନ ହେବ।

Leave A Reply

Your email address will not be published.

twenty − fourteen =