ଗଣେଶ ପୂଜା ମୁଣ୍ଡ ଉପରେ କାରିଗର ଚିନ୍ତାରେ: ହାତୀପଲଙ୍କ ଉତ୍ପାତ ରେ ମୂର୍ତ୍ତି ଭାଙ୍ଗିଲା !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଦିନକୁ ଦିନ ଜଙ୍ଗଲୀ ହାତୀ ଙ୍କ ଉତପାତ ବୃଦ୍ଧି ପାଇବାରେ ଲାଗିଛି। କେତେବେଳେ ଗାଆଁରେ ପଶି ଘର ଭାଙ୍ଗି ଦେଉଛନ୍ତି ତ କେତେବେଳେ ପୁଣି ଲୋକଙ୍କୁ ଘୋଷାଡ଼ି ଆଣି ଦଳି ଚକଟି ମାରି ଦେଉଛନ୍ତି। ସୂଚନା ମୁତାବକ ଖଜୁରିଆକଟା ସେକ୍ସନରେ ଥିବା ୩୦ ଟିକିଆ ହାତୀପଲ ମଧ୍ୟରୁ ପ୍ରାୟ ୨୧ଟି ହାତୀ ସଂଧ୍ୟାରେ ଝାଡବନ୍ଧ ପାହାଡରୁ ଖସି ମା କାତକାଶୁଣିଙ୍କ ମନ୍ଦିର ନିକଟରେ ଥିଲେ। ମନ୍ଦିର ନିକଟରେ ଥିବା ବଡ ବନ୍ଧରେ ପାଣି ପିଇ ଝାଡବନ୍ଧ ଅଞ୍ଚଳରେ ଥିବା ଚାଷ ଜମିରେ ପଶିଥିଲେ। ସେଠାରେ ବ୍ୟାପକ ଧାନ ଫସଲ ଉଜାଡିବା ପରେ ମଧ୍ୟରାତ୍ରିରେ ହାତୀପଲ ଗାଲପଡା କତମାଶୁଣି ମନ୍ଦିର ନିକଟକୁ ଯାଇଥିଲେ। ସେଠାରେ ଚାଳଛପର ଘରେ ମୂର୍ତ୍ତି ନିର୍ମାଣ ହେଉଥିବା ବେଳେ ହାତୀ ସେହି ଚାଳଛପର ଘରକୁ ଭାଙ୍ଗିବା ସହ ନିର୍ମାଣ ହେଉଥିବା ମୂର୍ତ୍ତି ଗୁଡିକୁ ଭାଙ୍ଗି ପକାଇଛି। କାରିଗର ଶଙ୍କର ନାଏକଙ୍କ ର ୭ଟି ଏବଂ ଚିନ୍ତାମଣି ନାଏକଙ୍କ ର ୮ ଟି ମୂର୍ତ୍ତିକୁ ହାତୀ ଭାଙ୍ଗି ଦେଇଥିବା ଜଣାପଡିଛି। ୨ ଦିନ ପରେ ଗଣେଶ ପୂଜା ଥିବାବେଳେ ମୂର୍ତ୍ତିର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ଗଣେଶ ପୂଜା ମୁଣ୍ଡ ଉପରେ ଥିବାବେଳେ ଅର୍ଡର ରଖିଥିବା ଅନୁଷ୍ଠାନ ଗୁଡିକୁ କିପରି ମୂର୍ତ୍ତି ଦେବେ ସେ ନେଇ କାରିଗର ଚିନ୍ତାରେ ପଡିଯାଇଛନ୍ତି। ଲକ୍ଷାଧିକ ଟଙ୍କାର ଉଭୟ କାରିଗର କ୍ଷତିଗ୍ରସ୍ତ ହୋଇଛନ୍ତି। କ୍ଷତିଗ୍ରସ୍ତ କାରିଗରଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.

19 − 3 =