ଢେଙ୍କାନାଳ ବିଜେପି ସଦସ୍ୟତା ଅଭିଯାନ-୨୦୨୪ ଶୁଭାରମ୍ଭ !

ଢେଙ୍କାନାଳ : କେନ୍ଦ୍ର ଓ ରାଜ୍ୟରେ ବିଜେପି ସଦସ୍ୟତା ଅଭିଯାନ ଶୁଭାରମ୍ଭ ହେବା ପରେ ଆଜି ଢେଙ୍କାନାଳ ଜିଲ୍ଲାରେ ସାଂସଦ ରୁଦ୍ରନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଢେଙ୍କାନାଳ ଜିଲ୍ଲା ସଦସ୍ୟତା ଅଭିଯାନ-୨୦୨୪ ଶୁଭାରମ୍ଭ କରିଥିଲେ । ଓଡିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଠନ କରିବାକୁ ସମସ୍ତେ ସଂକଳ୍ପ ନେବା ସହ ଏଥିପାଇଁ କେନ୍ଦ୍ର ଓ ରାଜ୍ୟରେ ବାରମ୍ବାର ଡବଲ୍ ଇଞ୍ଜିନ୍ ସରକାର ଗଠନର ଆବଶ୍ୟକତାଅଛି ବୋଲି ମତବ୍ୟକ୍ତ କରିଥିଲେ । ସଦସ୍ୟତା ହେଉଛି କାର୍ଯ୍ୟକର୍ତା ଚୟନର ମୂଳ ଆଧାର । ଜିଲ୍ଲାରେ ସଦସ୍ୟତା ଅଭିଯାନ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ସର୍ବସମାବେଶୀ ହେବ ବୋଲି ସାଂସଦ ଶ୍ରୀ ପାଣି ପ୍ରକାଶ କରିଥିଲେ । ଢେଙ୍କାନାଳ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ତୃଣମୂଳସ୍ତରରୁ ଆରମ୍ଭ କରି ବିଜେପିର ସଂଗଠନ ବେଶ୍ ମଜଭୁତ୍ ଅଛି । ଜନସାଧାରଣ, ଯୁବକଯୁବତୀ, ଛାତ୍ରଛାତ୍ରୀମାନଙ୍କର ବିଜେପିର ନୀତି, ଆଦର୍ଶ ଓ ବିକାଶ ପ୍ରତି ବେଶ୍ ଉତ୍ସାହିତ ଅଛନ୍ତି । ଏବେ ଅଧିକରୁ ଅଧିକ ସଦସ୍ୟ ଆମ ସଂଗଠନରେ ଯୋଡିବାର ସମୟ ଆସିଛି । କାର୍ଯ୍ୟକର୍ତାମାନେ ନିଷ୍ଠାର ସହିତ ବୁଥ୍ ସ୍ତରକୁ ଯାଇ କଠିନ ପରିଶ୍ରମ କରି ରାଜ୍ୟ ଦେଇଥିବା ୯ଲକ୍ଷ ସଦସ୍ୟର ଟାର୍ଗେଟ୍ ଆସନ୍ତା ଅକ୍ଟୋବର ମାସ ଭିତରେ ପୂରଣକରିପାରିବେ ବୋଲି ଦୃଢ ଆଶାବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ସମ୍ମାନିତ ଅତିଥି ଭାବେ ନଗରପାଳିକା ଜୟନ୍ତୀ ପାତ୍ର ଯୋଗଦେଇ ଜିଲ୍ଲାରେ ଅଧିକରୁ ଅଧିକ ମହିଳା ଓ ଛାତ୍ରୀମାନଙ୍କୁ ସଦସ୍ୟତା କରିବା ପାଇଁପ୍ରତିଶୃତି ଦେଇଥିଲେ । ଜିଲ୍ଲା ସଦସ୍ୟତା ପ୍ରଭାରୀ ବିଷ୍ଣୁ ପ୍ରସାଦ ଲେଙ୍କା ସ୍ୱାଗତ ଭାଷଣ ଦେଇଥିଲେ । ଜିଲ୍ଲା ସଭାପତି ଶ୍ରୀ ମହାପାତ୍ର, ବରିଷ୍ଠନେତା ରାମଚନ୍ଦ୍ର ପାତ୍ର, ଜିଲ୍ଲା ମିଡିଆ ପ୍ରଭାରୀ ନବ କିଶୋର ଗୁରୁ, ଜିଲ୍ଲା ଉପସଭାପତି ସନାତନ ବେହେରା, ଜିଲ୍ଲା ସାଧାରଣ ସଂପାଦକ ସୁନିଲ୍ ଶର୍ମା ପ୍ରମୁଖ ବହୁ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ମିସ୍ କଲ୍‌ଡ ମାଧ୍ୟମରେ ସଦସ୍ୟତା ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେଜିଲ୍ଲା ଉପସଭାପତି ଭାରତୀ ସ୍ୱାଇଁ, ଇତିଶ୍ରୀ ସାହୁ, ଶିବ ପ୍ରସାଦ ସାହୁ, ଜିଲ୍ଲା ସଂପାଦକ ଅବନୀ ପଟ୍ଟନାୟକ, ଜିଲ୍ଲା କୋଷାଧ୍ୟକ୍ଷ ସଞ୍ଜିବମହାପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁ, ଓବିସି ମୋର୍ଚ୍ଚାସଭାପତି ପ୍ରଶାନ୍ତ ପ୍ରଧାନ, ବରିଷ୍ଠ ନେତା ହର୍ଷବର୍ଦ୍ଧନ ସିଂହଦେଓ, ସରୋଜ ପଟ୍ଟନାୟକ, ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଡା. ଶାନ୍ତି ଭୂଷଣ ପଣ୍ଡା,ସତ୍ୟ ରଞ୍ଜନ ଭୂୟାଁ, ପୂର୍ବତନ ନଗରମଣ୍ଡଳ ସଭାପତି ତଥା କାଉନ୍‌ସିଲର ନିରୋଦ କୁମାର ସାହୁ, ରମେଶ ଚନ୍ଦ୍ର ସାମଲ, ଦୀପକ ପ୍ରସାଦପଟ୍ଟନାୟକ, ସୁଶାନ୍ତ ପତି, ପଦ୍ମଭୂଷଣ ସାହୁ, ସନ୍ତୋଷ ରାଉତ, ରୁଦ୍ର ନାରାୟଣ ତ୍ରିପାଠୀ, ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ, ବିକାଶସାହୁ, ମଧୁସ୍ମିତା ପୁହାଣ, ପ୍ରଣତି ସାହୁ, ପ୍ରଭାତୀ ମହାପାତ୍ର, ରାଜେନ୍ଦ୍ର ବେହେରାଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲାଉପସଭାପତି ମାତୃପ୍ରସାଦ ନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

14 + 7 =