ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

ପଞ୍ଜୀକରଣ ହୋଇନି ଆଧାର, ଦୁଇ ବର୍ଷ ହେବ ଭତ୍ତାରୁ ବଞ୍ଚିତ !

ଢ଼େଙ୍କାନାଳ: ସରକାର ପରିଣତ ବୟସରେ ବୃଦ୍ଧ ବୃଦ୍ଧା ମାନଙ୍କୁ ମଧୁ ବାବୁ ପେନସନ୍ ଯୋଜନା ରେ ସାମିଲ୍ କରି ସହାୟତା ଯୋଗାଇ ଦେଉଛନ୍ତି I ସ୍ତାନୀୟ ଜନ ପ୍ରତିନିଧି ଓ ପ୍ରାଶାସନିକ ଅଧିକାରୀଙ୍କ ଦାୟିତ୍ଵ ହୀନତା ଯୋଗୁଁ ଯୋଗ୍ୟ ହିତାଧିକାରୀ ସହାୟତା ରୁ ବଞ୍ଚିତ ହୋଇ ରହି ଯାଉଛନ୍ତି I

ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ପଞ୍ଚାୟତ ଦେହୁରୀ ସାହିର ସ୍ଵର୍ଗତ ବଂଶୀଧର ମହାକୁଢ ଙ୍କ ପୁତ୍ର ସାରଙ୍ଗ ମହାକୁଢ (୮୩) I ସାରଙ୍ଗ ଓ ପତ୍ନୀ ଦୁଇଜଣ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପାଉଥିଲେ I ପ୍ରାୟ ଦୁଇ ବର୍ଷ ତଳେ ପତ୍ନୀ ଚାଲିଗଲା ପରେ ପତ୍ନୀଙ୍କ ଭତ୍ତା ବନ୍ଦ ହୋଇ ଯାଇଥିବା ପରେ ପରେ ସାରଙ୍ଗ ମଧ୍ଯ ଆଜି ପର୍ଯ୍ଯନ୍ତ ଭତ୍ତା ପାଇପାରୁ ନାହାନ୍ତି I ସାରଙ୍ଗ ମହାକୁଢ ଙ୍କ ପୁଅ ନଥିବା ବେଳେ ଗୋଟିଏ ବୋଲି ଝିଅ ବିଭାଘର କରିଛନ୍ତି I

ପତ୍ନୀ ଆର ପାରିକୁ ଚାଲି ଯିବା ପରେ ଯତ୍ନ ନେବାକୁ ପାଖରେ ନଥିବାରୁ ଭତ୍ତା ପାଉଥିବା ଖାତା ଟି ମଧ୍ଯ ଦୁଇ ବର୍ଷ ହେବ ହଜି ଯାଇଛି I ସାରଙ୍ଗ ଙ୍କ ବୟସ ଭୋଟର୍ କାର୍ଡ ରେ ୮୩ ବର୍ଷ ହୋଇଥିବାରୁ ଏବେ ସେ ୭୦୦ ଟଙ୍କା ପାଇବା କଥା ଜମା ପାଉନଥିବା ରୁ ପ୍ରଶାସନିକ ପାରିବା ପଣିଆ ବାରି ହୋଇପଡୁଛି I ସାରଙ୍ଗ ନିଜର ଆଧାର ପରିଚୟ ପତ୍ର ମଧ୍ଯ କରିନାହାନ୍ତି ସରକାର ସବୁ କ୍ଷେତ୍ରରେ ଆଧାର ସଂଯୋଗୀକରଣ ବାଧ୍ୟତାମୂଳକ କରିଥିବା ବେଳେ ପ୍ରଶାସନିକ କ୍ଷେତ୍ରରେ ସାରଙ୍ଗ ଙ୍କର ଆଧାର ପରିଚୟ ପତ୍ର ନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି I

ସାରଙ୍ଗ କୁହନ୍ତି ମୁଁ ଆଉ ଚାଲି ବୁଲି ପାରୁନି ପଞ୍ଚାୟତ ଅଫିସ ଯାଇ ଯାଇ ଫେରିକି ଆସୁଛି ଆଧାର କାର୍ଡ ନଥିବାରୁ ଭତ୍ତା ଦେଉନାହାନ୍ତି ଆଉ କେତେଦିନ ବଞ୍ଚିବି ଯେ ଆଧାର କାର୍ଡ କରିବା ପାଇଁ ମୁଁ କୁଆଡେ ଯିବି I ଏହି ବିଷୟରେ ବ୍ଲକ୍ ସାମାଜ ମଙ୍ଗଳ ଅଧିକାରୀ ଏ ଦିଗରେ ତଦନ୍ତ କରାଯାଇ କେଉଁ ଦିନ ପଦକ୍ଷେପ ନିଆଯିବ ଦେଖିବ୍କୁ ରହିଲା I

Leave A Reply

Your email address will not be published.

two × 5 =