ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ୭୮ ତମ ସ୍ୱାଧୀନତା ଦିବସ ପାଳନ !

ଢେଙ୍କାନାଳ: ସ୍ଥାନୀୟ ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ଆଜାଦୀର ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ପାଳନ ଅବସରରେ ୭୮ତମ ସ୍ୱାଧୀନତା ଦିବସ ନିରାଡ଼ମ୍ବର ଭାବେ ପାଳିତ ହୋଇ ଯାଇଛି। ଏହି ଅବସରରେ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ,ଓଡ଼ିଶା ଶିକ୍ଷାସେବା(ଏସ. ବି)(ଗ୍ରୁପ -ଏ) ଜୁନିୟର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବିଦ୍ୟାଳୟସ୍ତରୀୟ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ୍ ରେ ଅଂଶଗ୍ରହକାରୀ ଦଶ ଗୋଟି ଦଳର ଅଭିବାଦନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ସ୍ଵୀୟ ଅଭିଭାଷଣ ପ୍ରଦାନ ନକରି ତାଙ୍କ ପରିବର୍ତ୍ତେ ଷଷ୍ଠ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସାନଭି ତ୍ରିପାଠୀଙ୍କୁ ଏଥିପାଇଁ ଏକ ସୁଯୋଗ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଚଳିତ ବର୍ଷ ପାଇଁ ବରିଷ୍ଠ ବିଭାଗରେ ଦୁର୍ଗା ପ୍ରସାଦ ମିଶ୍ର ମୋତି ସ୍ମାରକୀ ପୁରସ୍କାରର ପାଞ୍ଚ ଶହ ଟଙ୍କା ଲେଖାଏଁ ଅର୍ଥରାଶି ଓ ପ୍ରଶଂସା ପତ୍ର ତାଙ୍କ ପରିବାବର୍ଗଙ୍କ ପକ୍ଷରୁ ପ୍ରତିନିଧି ଭାବରେ ପ୍ରଫୁଲ୍ଲ କୁମାର ସାହୁ,ସଭାପତିଙ୍କ ଉପସ୍ଥିତିରେ ପ୍ରଦାନ କରିଥିଲେ। ବିଦ୍ୟାଳୟ ସ୍ତରୀୟ ଏହି ପ୍ୟାରେଡ୍ ରେ ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ବାଳକ ପ୍ରଥମ ସ୍ଥାନ,ସ୍ଥଳବାହିନୀ ବାଳିକା ବିଭାଗ ଦ୍ୱିତୀୟ ସ୍ଥାନ,ଆକାଶ ବାହିନୀ ବାଳକ ବିଭାଗ ଓ ନୌ – ବାହିନୀ ବାଳିକା ଓ ବାଳକ ବିଭାଗ ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ବ୍ୟାଣ୍ଡବାଦନକାରୀ ଦଳ ପ୍ରଥମ ,ସିଭିଲିଆନ୍ ଦଳ ଭାବରେ ରେଡ୍ ଓ ଗ୍ରୀନ୍ ହାଉସ୍ ବାଳିକା ଓ ବାଳକ ଦଳ ଦ୍ୱିତୀୟ , ବ୍ଲୁ ଓ ୟେଲୋ ହାଉସ୍ ବାଳିକା ଓ ବାଳକ ବିଭାଗ ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ।ଚଳିତ ବର୍ଷ ପ୍ରଥମ ଥର ପାଇଁ ସମଗ୍ର ଶିକ୍ଷା ଓ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରେ ଓ ମୁଖ୍ୟମନ୍ତ୍ରୀ ଛାତ୍ର ଛାତ୍ରୀ ପରିଧାନ ଯୋଜନାରେ ନୂତନ ଓଡ଼ିଶା ସରକାରଙ୍କ ଦ୍ଵାରା ସ୍ଥିରୀକୃତ ବିଭିନ୍ନ ଶ୍ରେଣୀ ଗୁଡ଼ିକ ପାଇଁ ସବୁଜ ,ନୀଳ, ନାଲି ଓ ହଳଦିଆ ଆଦି ବିଭିନ୍ନ ରଙ୍ଗରେ ରଙ୍ଗୀନ ପୋଷାକରେ ସଜ୍ଜିତ ଛାତ୍ରୀ ଛାତ୍ର ମାନେ ମଧ୍ୟ ବାଳିକା ଓ ବାଳକ ସିଭିଲିଆନ ଦଳ ଭାବରେ ବର୍ଣ୍ଣାଢ଼୍ୟ ଚିତ୍ତାକର୍ଷକ ପ୍ୟାରେଡ୍ ପ୍ରଦର୍ଶନ ମଧ୍ୟ ସମସ୍ତଙ୍କ ଦ୍ଵାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା।ପରିଶେଷରେ ଆଜାଦୀର ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ପାଳନ ଅବସରରେ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡା.ଦେବୀ ପ୍ରସାଦ ମିଶ୍ର ସ୍ୱାଧୀନତା ଦିବସ ଉତ୍ସବ ପରିଚାଳନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

17 + two =