“ହର୍ ଘର୍‌” ତ୍ରିରଙ୍ଗା ଅଭିଯାନ ଅବସରରେ ଢେଙ୍କାନାଳ ବିଜେପିର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ !


ଢେଙ୍କାନାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଅଗଷ୍ଟ ୯ ତାରିଖ ଠାରୁ ସାରା ଦେଶରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଏହି ଅବସରରେ ଆଜି ମଙ୍ଗଳବାର ଜିଲ୍ଲା ବିଜେପି ଢେଙ୍କାନାଳ ନଗରରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ କରିଛି । ପୂର୍ବାହ୍ନ ୮ଟା ରେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ କାର୍ଯ୍ୟକର୍ତାମାନେ ସ୍ଥାନୀୟ ବାଜିଚୌକ ଠାରେ ପହଁଚି ବିଶ୍ୱର ସର୍ବକନିଷ୍ଠ ସହୀଦ ବାଜି ରାଉତଙ୍କ ପ୍ରତିମୂର୍ତିକୁ ସ୍ୱଚ୍ଛ ଜଳ ଦ୍ୱାରା ଧୋଇ ସଫା କରିବା ସହ ଗୋପବନ୍ଧୁ ଟାଉନ୍ ହଲ୍‌ରେ ଅବସ୍ଥାପିତ ମହାନ୍‌ ସମାଜସେବୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ୱାଧିନତା ସଂଗ୍ରାମୀ ତଥା ସମ୍ବିଧାନର ପ୍ରଣେତା
ଡ. ବି.ଆର୍‌. ଆମ୍ବେଦକରଙ୍କ ପ୍ରତିମୂର୍ତି, ହନୁମାନବାଟିକା ନିକଟସ୍ଥ ସ୍ଥାପିତ ଜାତିର ପିତା ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତି ଓ ବସ୍‌ଷ୍ଟାଣ୍ଡ ଛକରେ ସହୀଦ ସ୍ମୃତି ସ୍ତମ୍ଭକୁ ସ୍ୱଚ୍ଛ ଜଳରେ ଧୋଇ ପରିଷ୍କାର କରିବା ସହ ପରିସରଗୁଡିକୁ ଝାଡୁ ମାରି ପରିଷ୍କାର କରିଥିଲେ । ତତ୍ ସଙ୍ଗେ ସଙ୍ଗେ ଏହି ମହାପୁରୁଷଙ୍କ ସ୍ମରଣାର୍ଥେ ଶ୍ରଦ୍ଧାଞ୍ଜଲି ଜ୍ଞାପନ କରିଥିଲେ । ଉପରୋକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ କୃଷକମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ପୂର୍ବତନ ନଗରପାଳ ସୁନିଲ୍ ଶର୍ମା, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବ କିଶୋର ଗୁରୁ, ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ସନାତନ ବେହେରା,
ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ବରିଷ୍ଠ ନେତା ରମେଶ ଚନ୍ଦ୍ର ସାମଲ, ଦୀପକ ପ୍ରସାଦ ପଟ୍ଟନାୟକ, ଯୁବମୋର୍ଚ୍ଚାରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟ ରଞ୍ଜନ ଭୂୟାଁ, ନଗର ମଣ୍ଡଳ ସଭାପତି ଧୃବ ଚରଣ ସ୍ୱାଇଁ, ମଣ୍ଡଳ ସଭାପତି ଧୃବଚରଣ ରାଉତ, କାଉନ୍‌ସିଲର ନିରୋଦ କୁମାର ସାହୁ, ବଳରାମ ସେଠୀ, ବରିଷ୍ଠ ନେତା ସନ୍ତୋଷ କୁମାର ରାଉତ, ଉଲି ନାୟକ, ରାଜେନ୍ଦ୍ର ବେହେରା, ନିରଞ୍ଜନ ଦାସ, ବିକାଶ ସାହୁ, ସୁଚିତ୍ର ବେହେରା, ବିଭୁତି ଭୂଷଣ ଷଣ୍ଢ, ପ୍ରସନ୍ନ ମହାନ୍ତି, ବଟକୃଷ୍ଣ ବେହେରା, ଦେବାଶିଷ ପାଣି, ଦେବେନ୍ଦ୍ର କୁମାର ମିଶ୍ର, ସୋନି ସାହୁ, ଶ୍ରୀରାମ ସାହୁ, ଲଣ୍ଡା ବେହେରା, ବିଷ୍ଣୁ ଚରଣ ବେହେରା, ଗୋବିନ୍ଦ ଚନ୍ଦ୍ର ଷେଣ୍ଢ, ବିଶ୍ୱନାଥ ପାତ୍ରଙ୍କ ସମେତ ବହୁ କାର୍ଯ୍ୟକର୍ତା ସାମିଲ୍‌
ଥିଲେ । ପ୍ରକାଶଥାଉକି, ଆସନ୍ତା କାଲି ବୁଧବାର ପୂର୍ବାହ୍ନ ୧୧ଟା ରୁ ବିଜେପି ଯୁବମୋର୍ଚ୍ଚା ତରଫରୁ ଆୟୋଜିତ “ହର୍ ଘର୍ ତ୍ରିରଙ୍ଗା\’ ଶୋଭାଯାତ୍ରା ସ୍ଥାନୀୟ ଅଳସୁଆ ହାଟ ଠାରୁ ବାହାରି ନଗର ପରିକ୍ରମା କରି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ସମାପନ ହେବାର କାର୍ଯ୍ୟକ୍ରମ ଅଛି । ବହୁ ସଂଖ୍ୟାରେ ଜନସାଧାରଣ ଏହି ତ୍ରିରଙ୍ଗା ଯାତ୍ରାରେ ଯୋଗଦେବା ପାଇଁ ଦଳ ତରଫରୁ ନିବେଦନ ।

Leave A Reply

Your email address will not be published.

nine − two =