ସ୍ବାଧୀନ ଭାରତରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହେଉ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖଲିବୋରେଇ ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର (ଭୁଜବଳ) ଗ୍ରାମର କୁନା ସାହୁ ନିଜର ଛୋଟିଆ ପରିବାରକୁ ନେଇ ବେଶ୍ ହସ ଖୁସିରେ ଜୀବନ କାଟୁଥିଲେ। ହେଲେ ତାଙ୍କ ହସ ଖୁସିରେ ଯେମିତି କାହାର ନଜର ଲାଗିଗଲା। ତାଙ୍କର ୪ ବର୍ଷର କଅଁଳ ଶିଶୁ କନ୍ୟା ଅଙ୍କିତା ସାହୁ ଦୀର୍ଘ ଏକ ବର୍ଷ ଧରି କୀଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କର ଗୋଟିଏ କୀଡନୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେ ଏବେ କଟକ ଏସସିବି ମେଡିକାଲର ବେଡ୍ ନଂ ୨୩ ରେ ଚିକିତ୍ସାଧୀନ ଅଛନ୍ତି। ସେ ଦୁନିଆଁ କୁ ଜାଣିବା ପୂର୍ବରୁ ଭଗବାନ ତାଙ୍କୁ ଏମିତି ରୋଗରେ ଆକ୍ରାନ୍ତ କରିଛନ୍ତି ଯେ ଯିଏ ଏକଥା ଶୁଣୁଛି ସେ ମନଦୁଃଖ କରୁଛି । କୁନା ଜଣେ ଗରିବ ଶ୍ରେଣୀର ବ୍ୟକ୍ତି। ମୂଲମଜୁରୀ କଲେ ଚୁଲି ଉପରକୁ ହାଣ୍ଡି ଯାଏ ନହେଲେ ଉପବାସ ରହିବାକୁ ପଡ଼େ। କୁଆଡୁ ଟଙ୍କା ଆଣିବି ଯେ ଝିଅ ର ଚିକିତ୍ସା କରିବି ଭାବି ସେହି ଚିନ୍ତାରେ ସେ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ସରକାରୀ ସହାୟତା ଏବଂ ଲୋକଙ୍କ ସହଯୋଗ ମିଳିଲେ ହୁଏତ ଅଙ୍କିତା ଭଲ ହୋଇ ପାରନ୍ତା। ସରକାର ଏହାକୁ ଗୁରୁତର ଭାବେ ନେବା ସହ ସହାୟତାର ହାତ ବଢ଼ାଇବାକୁ କୁନା ଙ୍କ ପରିବାର ପକ୍ଷରୁ ନିବେଦନ କରାଯାଇଛି।

Leave A Reply

Your email address will not be published.

five + 2 =