ଢେଙ୍କାନାଳ : ଦୀର୍ଘ ବର୍ଷର ବ୍ୟବଧାନ ପରେ ବିଦ୍ୟାଳୟ ସ୍ତରରେ ଫୁଟ୍ବଲ୍ ଖେଳର ଆଦୃତି ଓ ପ୍ରସାର ପାଇଁ ଟାଉନ୍କ୍ଲବ୍ ଢେଙ୍କାନାଳ ଓ ଜିଲ୍ଲା କ୍ରୀଡା ସଂଘର ସଂଯୁକ୍ତ ପ୍ରୟାସରେ ଢେଙ୍କାନାଳ ଷ୍ଟାଡିୟମ୍ ଠାରେ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ମେମୋରିଆଲ୍ଆନ୍ତଃ ବିଦ୍ୟାଳୟ ଫୁଟ୍ବଲ୍ ପ୍ରତିଯୋଗିତାର ଦ୍ୱିତୀୟ ସେମିଫାଇନାଲରେ କଙ୍କଡାହାଡ ବ୍ଲକ୍ ଫୁଟ୍ବଲ୍ ଟିମ୍ ସହିତ ଜାଭିୟର୍ସହାଇସ୍କୁଲ୍, ଢେଙ୍କାନାଳ ଫୁଟ୍ବଲ୍ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ କଙ୍କଡାହାଡ ବ୍ଲକ୍ ଫୁଟ୍ବଲ୍ଟିମ୍ ୯-୦ ଗୋଲ୍ରେ ଜାଭିୟର୍ସ ହାଇସ୍କୁଲ୍, ଢେଙ୍କାନାଳ ଫୁଟ୍ବଲ୍ ଟିମ୍କୁ ପରାସ୍ତ କରି ଫାଇନାଲ୍କୁ ପ୍ରବେଶ କରିଛି । ଏହିମ୍ୟାଚ୍ରେ ମୁଖ୍ୟ ଅତିଥି ଭାବେ ନବୀନ ଚନ୍ଦ୍ର ନାରାୟଣ ଦାସ ଓ ସମ୍ମାନିତ ଅତିଥି ଭାବେ ରାଜ କିଶୋର ବେହେରା ଉପସ୍ଥିତଥିଲେ । ଉକ୍ତ ମ୍ୟାଚ୍କୁ ରେଫରୀ ଭାବେ ବନ୍ସନ୍ ବରାଳ ପରିଚାଳନା କରିଥିଲେ ଏବଂ ଅନିଲ୍ ପ୍ରସାଦ ନନ୍ଦ, ମହେଶ ପ୍ରଧାନଓ ସର୍ବେଶ୍ୱର ସେଠୀ ସହଯୋଗ କରିଥିଲେ । ମ୍ୟାଚ୍ କମିସନର ଭାବେ ମାୟାଧର ସାହୁ ଉପସ୍ଥିତ ଥିଲେ । ଟାଉନ୍ କ୍ଲବ୍ରକାର୍ଯ୍ୟକର୍ତା ପ୍ରଦୀପ୍ତ ତ୍ରିପାଠୀ, ଅଭିଜିତ୍ ମିଶ୍ର, ଶିବସାଇ ମହାପାତ୍ର, ସଞ୍ଜୀବ ତ୍ରିପାଠୀ, ସୁଭ୍ରାଂଶୁ ଦଳେଇ, ଅସିମ୍ କୁମାର ଦାସ,ରାମକୃଷ୍ଣ ବେହେରା, ଦେବକାନ୍ତ ମିଶ୍ର ଏବଂ ସମସ୍ତ ସଭ୍ୟବୃନ୍ଦଙ୍କର ସହଯୋଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଏହିଅବସରରେ ଜିଲ୍ଲା କ୍ରୀଡା ସଂଘର ସଂପାଦକ ନଳିନୀ ଦାସଙ୍କ ବ୍ୟତୀତ ସୁନିଲ୍ ପଣ୍ଡା, ସଞ୍ଜୟ ଭଞ୍ଜ, ଗୌରାଙ୍ଗ ସେଠୀ, ପ୍ରଦ୍ୟୁମ୍ନପାଢୀ ଏବଂ ଶ୍ୟାମସୁନ୍ଦର ପ୍ରମୁଖ କାର୍ଯ୍ୟକର୍ତା ଏବଂ ସଦସ୍ୟମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଆସନ୍ତା ୧୫ ତାରିଖରେ କଙ୍କଡାହାଡ ବ୍ଲକ୍ ଫୁଟ୍ବଲ୍ ଟିମ୍ ସହିତ କାମାକ୍ଷାନଗର ବ୍ଲକ୍ ଫୁଟ୍ବଲ୍ ଟିମ୍ ମଧ୍ୟରେ ଫାଇନାଲ୍ ଖେଳ ଅନୁଷ୍ଠିତ ହେବ ।