ଢେଙ୍କାନାଳ : ଢେଙ୍କାନାଳ ସହର ସ୍ଥିତ କଂଟାନାଳୀ ବାଇପାସ ନିକଟ ସନ୍ ହସ୍ପିଟାଲରେ ତାଲା ପକାଇଲେ କର୍ମଚାରୀ ।ସୂଚନା ଅନୁଯାୟୀ ଉକ୍ତ ହସ୍ପିଟାଲରେ ବହୁ କର୍ମଚାରୀ କାର୍ଯ୍ୟ କରି ଆସୁଥିଲେ । ଗତ କିଛି ମାସ ହେବ ହସ୍ପିଟାଲ କର୍ତୃପକ୍ଷସେମାନଙ୍କୁ ଦରମା ଦେଉନଥିବା ସେମାନେ ଢେଙ୍କାନାଳ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏବଂ ଜିଲ୍ଲା ଶ୍ରମଅଧିକାରୀଙ୍କୁ ମଧ୍ୟ ଏହି ବିଷୟରେ ଜଣାଇଥିଲୁ । ଏହି ବିଷୟରେ କୌଣସି ମନ୍ତବ୍ୟ ନଦେଇ ଜିଲ୍ଲା ଶ୍ରମ ଅଧିକାରୀ ଚୁପ୍ରହିଥିଲେ । ପରେ ହସ୍ପିଟାଲ କତୃପକ୍ଷ ଏହାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ପ୍ରତିଶ୍ରୁତି ପାଳନରଥର ମରୁଭୂମି ପାଲଟି ଗଲେ । ଶେଷରେ ବହୁ ମାସର ପାରିଶ୍ରମିକ ନପାଇବାରୁ ହସ୍ପିଟାଲ ମୁଖ୍ୟ ଫାଟକରେ ତାଲା ପକାଇଆନ୍ଦୋଳନ କରିଛନ୍ତି ଉକ୍ତ କର୍ମଚାରୀ । କର୍ତୃପକ୍ଷଙ୍କୁ ବାରମ୍ବାର ଜଣେଇବା ସତ୍ୱେ ସେ ଆମ ମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି ।ଆମେ ଗରିବ ଖଟିଖିଆ, ଆମକୁ ଆମ ପାରିଶ୍ରମିକ ନମିଳିଲା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ବୋଲି କର୍ମଚାରୀ ସୌମ୍ୟରଞ୍ଜନ ଘିୱାଲା, ମାନସ ରଞ୍ଜନ ରାଉତ, ସନ୍ତୋଷ ଶତପଥି, ଦୁର୍ଯ୍ୟୋଧନ ସାହୁ, ଦୀପକ ଦଳେଇ, ଗୌରବ ବିଶ୍ୱାଳ, ବିକଳବେହେରା, ରଞ୍ଜୀତ ମୁକୁଟ, ଅକ୍ଷୟ ସାହୁ, ଆଶିଷ ମଲ୍ଲିକ, ସୁନୀଲ ଖୁଂଟିଆ, ମନୋଜ ସାହୁ ପ୍ରମୁଖ କର୍ମଚାରୀମାନେକହିଛନ୍ତି !