ହିନ୍ଦୋଳ ଧଳାଜହର ନିଶାରେ ଯୁବପିଢି !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳ ଓ ଏନଏସି ରେ ଧଳାଜହର ଧୀରେଧୀରେ କାୟାବିସ୍ତାର କରୁଛି । ଧଳାଜହର( ବ୍ରାଉନ୍ ସୁଗାର) ନିଶାରେ ମାତିଛନ୍ତି ହିନ୍ଦୋଳ ଏନ୍ଏସିର କିଛି ଯୁବଗୋଷ୍ଠୀ । ଧୀରେଧୀରେ ଜଣଙ୍କ ପରେ ଜଣଙ୍କୁ କାବୁ କରି ଚାଲିଥିବା ବେଳେ ଏବେ ଶତାଧିକ ଯୁବଗୋଷ୍ଠି ମତୁଆଲା । ମାତ୍ର ନିଶାକୁ ରୋକିବାରେ ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜି ଥିବା ବେଳେ ନିଶା ମାଫିଆ ତଥା ଧଳା ଜହର ବ୍ୟବହାର କରୁଥିବା ଗୋଷ୍ଠୀଙ୍କ ପାଇଁ ପୁଲିସ୍ ଏବେ ଚ୍ୟାଲେଞ୍ଜ ହୋଇ ପଡ଼ିଛି। ସୂଚନା ଅନୁଯାୟୀ ହିନ୍ଦୋଳ ଏନ୍ଏସି ର ୧୬ଟି ୱାର୍ଡ୍ ଅଧିବାସିମାନେ ଶାନ୍ତ ସରଳ ପ୍ରକୃତି ର ହୋଇ ଥିବାରୁ ଏ ଅଞ୍ଚଳ କ୍ରାଇମଠୁ ବହୁଦୂରରେ ବୋଲି ଜିଲ୍ଲା ରେ ମଧ୍ୟ ଜଣାଶୁଣା ଥିଲା । ସେଇଥି ପାଇଁ ଅନ୍ୟ ଜିଲ୍ଲାରୁ ଲୋକେ ଆସି ହିନ୍ଦୋଳ ରେ ନିଜ ସ୍ଥାୟୀଭାବରେ ରହିବାକୁ ଆଗ୍ରହ କରନ୍ତି ଏବେ କିନ୍ତୁ କିଛି ଖଳ ପ୍ରକୃତିର ଗୋରୁ ମାଫିଆ, ମଦ, କାଠ, ଖଣି ମାଫିଆଙ୍କ ପାଇଁ, ଦିନଦ୍ବିପ୍ରହରରେ ମାଫିଆ, ଅପରାଧୀ ମାନେ ଗୁଳି ଫୁଟାଇ ହତ୍ୟା କରିବା ଇତ୍ୟାଦି ଭାୟାଭୟ ଆତଙ୍କ ସୃଷ୍ଟି କରିବା ଯୋଗୁଁ ହିନ୍ଦୋଳ ଅଶାନ୍ତହେବା ସହ ଚର୍ଚ୍ଚାର ବିଷୟ ପାଲଟିଛି। କଥା କଥା କେ ଏବେ ଏଠି ଗୁଳି ଫୁଟୁଥିବା ବେଳେ ଅଞ୍ଚଳ ବାସି ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି। କିଛି ଦିନ ହେବ ଏନ୍ଏସି ଅଞ୍ଚଳର କିଛି ଯୁବ ପୁଢି ଧଳାଜହର ସେବନ କରି ଅଞ୍ଚଳ କୁ ପୁରା ଦୂଷିତ କରି ସାରିଲେଣି। ବିଭିନ୍ନ ୱାର୍ଡରେ ୧୫ବର୍ଷ ରୁ ୪୫ ବର୍ଷର ଯୁବପୀଢ଼ି ଏହି ନିଶାରେ ପୁରା ମତୁଆଲା ଏବଂ ଏହି ନିଶା ରେ କିଛି ଛାତ୍ର ମଧ୍ୟ ସାମିଲ ହୋଇଛନ୍ତି। ଧଳା ଜହର ନେବା ପରେ ବଜାର ଘାଟ ରେ ବାଇକ୍ ଧକ୍କାହେବା, ଦ୍ରୁତ ବାଇକ ଚାଳନା ସହ ନିଜନିଜ ଭିତରେ ଗଣ୍ଡଗୋଳ ହେଉଥିବା ଦେଖିବାକୁ ମିଳୁଛି। ଯାହାକୁ ରୋକିବାରେ ଦାୟିତ୍ୱରେ ଥିବା ବିଭାଗମାନ ଏଠିପୁରା ଫେଲ୍ ମାରିଛି । ଧଳାଜହର ପାଇଁ ଅଭିଭାବକ ମାନେ ଚିନ୍ତାମଗ୍ନ ଥିବାବେଳେ ପୁରା ସହର କୁ ଏହି ଜହର ଗ୍ରାସ କରି ସାରିଲାଣି।ସହର ର ସମସ୍ତ ଶୈବପୀଠ ଯଥା ମା ରତ୍ନେଶ୍ୱରି ପୀଠ ପାର୍ଶ୍ଵ ସ୍ଥାନ, ମା ପିତା ବଳି , ଜଗନ୍ନାଥ ମନ୍ଦିର ପଛ ପାର୍ଶ୍ଵ, ସ୍ଵପ୍ନେଶ୍ୱର୍, ପଶ୍ଚିମେଶ୍ୱର ମନ୍ଦିର, ନିକାଞ୍ଚନ ସ୍ଥାନକୁ ଆଦରି ନେଇଥିବା ବେଳେ ଭୀମଖନ୍ଦା, ଚାଉଳ ଗୋଦାମ,ଆନନ୍ଦ ବନ,ମଧୁବନ ନିଛାଟିଆ,ଥାନା ପଛ ପାର୍ଶ୍ଵ କେନାଲ ରାସ୍ତା ସ୍ଥାନ ମାନଙ୍କରେ ଧଳା ଜହର ସେବନ କରୁଥିବା ଯୁବ ପୀଢ଼ି ଏବେ ପେଣ୍ଠ ସ୍ଥଳୀ କରୁଛନ୍ତି। ଏମାନେ ଟିକେ ଟିକେ କଥାରେ ବଜାର ଘାଟରେ ଅପ୍ରୀତିକର ପରିସ୍ଥିତି ଭିଆଉ ଥିବାରୁ ସହର ଏବେ ଅଶାନ୍ତ ହୋଇ ପଡ଼ିଛି। ବିଭାଗୀୟ ଅଧିକାରୀଙ୍କୁ ସହର ବାସି ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କିଛି ସୁଫଳ ମିଳି ପାରୁ ନାହିଁ। ଆଗାମୀ ଦିନରେ ଏହାକୁ ରୋକା ନ ଗଲେ ଯୁବଗୋଷ୍ଠୀ ନଷ୍ଟଭ୍ରଷ୍ଟ ହେବା ସହ କ୍ରାଇମ୍ ବୃଦ୍ଧି ପାଇବ । ବିଭାଗୀୟ ଅଧିକାରୀମାନେ ମାଫିଆଙ୍କ ପ୍ରତି କଡା ଅଭିମୁଖ୍ୟ ନେଲେ ଏହା ରୋକା ଯାଇ ପାରିବ ବୋଲି ବୁଦ୍ଧିଜୀବୀ ମାନେ ମତ ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.

17 − 14 =