ବନ୍ୟ ଶିକାରୀ  ଫାଶ ରେ କଲରାପତରିଆ ବାଘ !

ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅସନବାହାଳି ଫରେଷ୍ଟ ସେକ୍ସନ ରେ ବାରହା ଫାଶ ରେ କଲରାପତରିଆ ବାଘ  । ବନବିଭାଗ ପକ୍ଷରୁ ଟ୍ରାଙ୍କୁଲାଇଜ କରାଯିବା ପରେ ବାଘକୁ ଉଧାର କରିଛି ବନବିଭାଗ । ବାରହା ଶିକାର ପାଇଁ ବିଛାଯାଇଥିବା ଫାଶରେ ବାଘଟି ପଡିଯାଇଥିଲା ।ଟ୍ରାଙ୍କୁଲାଇଜ ପରେ ତିନୋଟି ଫାସକୁ କାଟି ବାଘକୁ ସୁରକ୍ଷିତ ଭାବେ ଉଧାର କରାଯାଇଥିଲା । ସୂଚନା ଅନୁଯାଇ ବାଘ ଟି ବାରହା ଫାଶ ରେ ପଡିଥିବା ସ୍ଥାନୀୟ ଲୋକ ଦେଖି ବନବିଭାଗକୁ ଜଣାଇଥିଲେ । ପରେ ବନବିଭାଗ ଘଟଣା ସ୍ଥଳ ରେ ପହଞ୍ଚି ବାଘ କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲା ବେଳେ ବାଘ ଟିକୁ ଧରିବା ପାଇଁ ବନବିଭାଗ ତରଫରୁ ବ୍ୟାପକ ବନ୍ଦବୋସ୍ତ କରାଯାଇଥିଲା । ଭୁବନେଶ୍ୱର, କେଉଁଝର, ଢେଙ୍କାନାଳ, ଅନଗୁଳ ଓ କପିଳାସ ଉଧାର ଦଳ ପହଞ୍ଚିବା ସହ ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଢେଙ୍କାନାଳ ବନଖଣ୍ଡ ଅଧୀନରେ ଥିବା ବିଭିନ୍ନ ବନାଞ୍ଚଳ ରୁ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ବନ କର୍ମଚାରୀ ଓ ପୋଲିସ ଘଟଣା ସ୍ଥଳ  ବାଘ ଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାପରେ ତାକୁ ନନ୍ଦନକାନନ କୁ ସ୍ଥାନାନ୍ତର କରାଯିବା ନେଇ ଢେଙ୍କାନାଳ ଡିଏଫଓ ସୁମିତ କର ସୂଚନା ଦେଇଛନ୍ତି । ତେବେ ବାରମ୍ବାର ଶିକାରି ବାରାହା ଶିକାର ପାଇଁ ଫାସ ବସାଯାଉଥିବା ବେଳେ ଏହା ଚିନ୍ତାର ବିଷୟ ପାଲଟିଛି।

Leave A Reply

Your email address will not be published.

7 + eleven =